ଗୁଲୁଗୁଲା
ଦେଖଣା
(Gulugulaରୁ ଲେଉଟି ଆସିଛି)
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ଖାଇବାର ମେଳଣ | ଘୁଗୁନି |
ବାଢ଼ିବାର ତାତି | ଗରମ |
ମୂଳ ଉପାଦାନ | ମଇଦା, ଚିନି ଓ ସୁଜି |
ଗୁଲୁଗୁଲା ଓଡ଼ିଶା ଓ ଭାରତର ବାକି ଜାଗାରେ ତିଆରି କରାଯାଉଥିବା ଏକ ପ୍ରକାରର ମିଠା ଯାହା ମଇଦା ଓ ସୁଜିରୁ ତିଆରି କରାଯାଏ । କିନ୍ତୁ ଏହା ଏବେ ସେହି ପରିମାଣର ପ୍ରସିଦ୍ଧ ହପି ରହିନାହିଁ।[୧] ଏହା ପାରମ୍ପରିକ ଭାବରେ ବିଭିନ୍ନ ସ୍ଥାନରେ ପର୍ବ ପର୍ବାଣିରେ ପ୍ରସ୍ତୁତ କରାଯାଏ ।.[୨][୩] ଉତ୍ତର ପ୍ରଦେଶରେ ଏହା ବହୁତ ସାଧାରଣ ଭାବରେ ମିଳିଥାଏ ।[୪] ଏହାର ପ୍ରସ୍ତୁତି ପ୍ରଣାଳୀକୁ ଭାରତ ବାହାରେ ମଧ୍ୟ ବ୍ୟବହାର କରାଯାଇଛି ।[୫][୬]
ଉପାଦାନ
[ସମ୍ପାଦନା]- ୧ କପ ସୁଜି
- ୧.୫ କପ ଚିନି/ ଗୁଡ଼ ରାସେଣି/ସିରା
- ୩ ଚାମଚ ମଇଦା
- ୧ ଚାମଚ ପାନମହୁରି
- ତେଲ
- ଅଧ ଚାମଚ ବେକିଙ୍ଗ ସୋଡ଼ା
- ୨ଟି ଗୁଜୁରାତି ଅଳେଇଚ
- ଅଧ ଚାମଚ ଲୁଣ
- ପାଣି (ଦରକାର ଅନୁସାରେ)
ତିଆରି ପ୍ରଣାଳୀ
[ସମ୍ପାଦନା]ଏକ ବଡ଼ ଗହୀର ପାତ୍ରରେ ସୁଜି, ମଇଦା, ଚିନି/ଗୁଡ଼ ରାସେଣି, ଗୁଜୁରାତି ଅଳେଇଚ, ବେକିଙ୍ଗ ସୋଡ଼ା, ଲୁଣ ଓ ପାଣିଦେଇ ଗୋଳାଇବା ପରେ ଏହାକୁ ଭଲ ଭାବରେ ଫେଣ୍ଟିଦିଆଯାଇଥାଏ । ଏହି ମିଶ୍ରଣକୁ ଦୁଇଘଣ୍ଟାରୁ ଅଧିକ ରଖିଦିଆଯାଇଥାଏ ଯାହା ଫଳରେ ଏଥିରେ ଗୋଳାଯାଇଥିବା ବେକିଙ୍ଗ ସୋଡ଼ା ଏହାକୁ ଫୁଲିବାରେ ସାହାଯ୍ୟ କରିଥାଏ । କଡ଼େଇରେ ତେଲକୁ ଭଲଭାବରେ ଗରମ କରି ସାନ ସାନ ଗୁଳାମାନ ତିଆରି କରି ସେଥିରେ ଛଣାଯାଇଥାଏ । ଏହା ଛାଣି ବାଦାମି-ଲାଲ ରଙ୍ଗର ହୋଇଗଲେ ଏହାକୁ ତେଲରୁ ବାହାର କରିନିଆଯାଏ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ Rashtriya Naak, Vishnu Nagar, Rajkamal Prakashan Pvt Ltd, 2008 p. 89
- ↑ "गुलगुले (मीठे) पुए, Nisha Madhulikadainik Bhaskar". Archived from the original on 2018-09-14. Retrieved 2017-10-22.
- ↑ Hardoi: Sanskritik Gazetteer, Anjali Chauhan, Ayodhya Shodh Sansthan, Vani Prakashan, 2016 p. 150
- ↑ "कुरकुरे गुलगुले बनाने की विधि - Gulgule (Pue) - Laziz Khana". Archived from the original on 2017-08-07. Retrieved 2017-10-22.
- ↑ Guyana Gulgula
- ↑ Gulgula Recipe, That Fiji Taste, Apr 3, 2017
ବାହାର ଲିଙ୍କ
[ସମ୍ପାଦନା]- "Gulugula". odiakitchen.com. Archived from the original on 25 April 2011. Retrieved 2 September 2007.
- "Gulugula". odiatube.com. Retrieved 3 August 2011.[permanent dead link]
- Pranati Nath. "ଗୁଲୁଗୁଲା Gulugula". eOdissa.com. Retrieved 3 August 2011.
- "Gulugula". urfindia.com.
- "Gulgula Recipe". Indobase.com. Archived from the original on 2011-08-22.