ମସଲା ଭେଣ୍ଡି

ଉଇକିପିଡ଼ିଆ‌ରୁ
ମସଲା ଭେଣ୍ଡି
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଭାରତୀୟ ଉପ-ମହାଦ୍ୱୀପ
ମୁଖ୍ୟ ଉପାଦାନଭେଣ୍ଡି, ତେଲ ମସଲା

ମସଲା ଭେଣ୍ଡି (ବୈକଳ୍ପିକ ରୂପେ ଭେଣ୍ଡି ଫ୍ରାଏ କୁହାଯାଏ) ଯାହାର ସ୍ୱାଦ ଚଟପଟା ଅଟେ । ଏହା ମୁଖ୍ୟତଃ ପିଆଜ ଓ ଭିନ୍ନ ଭିନ୍ନ ମସଲା ଦେଇ ପ୍ରସ୍ତୁତ କରାଯାଏ । ଭେଣ୍ଡିକୁ ହାତ ଆଙ୍ଗୁଳି ଆକାର (ଭେଣ୍ଡିକୁ ମଝିରୁ ଦୁଇ ଖଣ୍ଡ) କାଟି ସ୍ୱାଦିଷ୍ଟ ମସଲାରେ ଗୁଳାଇ ତେଲରେ ଛଣା ଯାଏ କିମ୍ବା ଅଳ୍ପ ଆଞ୍ଚରେ ଭାଜି ଦିଆଯାଏ ।

ମସଲା ଭେଣ୍ଡି ଭାରତର ଏକ ପ୍ରସିଦ୍ଧ ସ୍ୱାସ୍ଥ୍ୟକର ଖାଦ୍ୟ ଅଟେ ।[୧] ମୁଖ୍ୟତଃ ଓଡ଼ିଶା, ପଞ୍ଜାବ ଏବଂ ରାଜସ୍ଥାନର ପସନ୍ଦ ଯୁକ୍ତ ଖାଦ୍ୟ ଅଟେ । ଏହା ଏକ ଶୁଖିଲା ଖାଦ୍ୟ ଅଟେ ଯାହାକୁ ସାଧାରଣତଃ ରୋଟି, ଭାତ କିମ୍ବା ଜଳଖିଆ ସହିତ ପରୋସା ଯାଏ ।

ଲିଙ୍କ[ସମ୍ପାଦନା]

  1. "Okra nutrition facts". nutrition-and-you.com. Retrieved 5 June 2015.