Jump to content

ପ୍ରବୋଧ କୁମାର ମିଶ୍ର

ଉଇକିପିଡ଼ିଆ‌ରୁ
(Prabodh Kumar Mishraରୁ ଲେଉଟି ଆସିଛି)
ପ୍ରବୋଧ କୁମାର ମିଶ୍ର
ପ୍ରବୋଧ କୁମାର ମିଶ୍ର
ପ୍ରବୋଧ କୁମାର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ୧୮ ଅକ୍ଟୋବର ୧୯୩୯
ସରପଡ଼ା, ସାଲେପୁର, କଟକ
ବୃତ୍ତିସଂସ୍କୃତ ପଣ୍ଡିତ ଏବଂ ଲେଖକ
ଭାଷାଓଡ଼ିଆ, ସଂସ୍କୃତ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୭)
ସନ୍ତାନସାରଦା ପ୍ରସାଦ ମିଶ୍ର

ପ୍ରବୋଧ କୁମାର ମିଶ୍ର (ଜନ୍ମ: ୧୯୩୯) ଜଣେ ସଂସ୍କୃତ ପଣ୍ଡିତ ତଥା ଲେଖକ । ସେ ୧୯୮୭ ମସିହାରେ ସେ ମଳୟଦୂତମ୍ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[] ସଂସ୍କୃତରେ ଦୂତ କାବ୍ୟ ଲେଖିବାରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ପ୍ରବୋଧ ସଂସ୍କୃତରେ ଶାସ୍ତ୍ରୀ, ସାହିତ୍ୟାଚାର୍ଯ୍ୟ, ହିନ୍ଦୀରେ କୋବିଦ, ବାରାଣସୀରୁ ସଂସ୍କୃତ ବିଶାରଦ ସମାପ୍ତ କରି ଅଧ୍ୟାପନା ଆରମ୍ଭ କଲେ । ୧୯୬୨ରେ ପ୍ରଜାତନ୍ତ୍ରରେ ଯୋଗ ଦେଲେ । ୧୯୬୬ରେ ରାଜ୍ୟ ସଂଗ୍ରହାଳୟରେ ସହକାରୀ କ୍ୟୁରେଟର ପରେ 'ମାତୃଭୂମି'ରେ ସାମ୍ବାଦିକତା କଲେ । ୧୯୮୨ରେ 'ନିତ୍ୟ ନୂତନ'ର ସମ୍ପାଦକ ଭାବେ ଭୁବନେଶ୍ୱରରେ ଅବସ୍ଥାନ କଲେ ।[] କୌଣସି ଘଟଣା ବା ଦୃଶ୍ୟ ଉପରେ ଶ୍ଳୋକ ଲେଖିପାରନ୍ତି । ଉଭୟ ଓଡ଼ିଆ ଓ ସଂସ୍କୃତରେ କାବ୍ୟକବିତା ରଚନାରେ ଧୂରୀଣ ପ୍ରବୋଧ ନିଜ ସଂସ୍କୃତ କାବ୍ୟ ଗ୍ରନ୍ଥ 'ସ୍ୱପ୍ନ୍ଦୂତମ୍' ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ । ଏହି ଗ୍ରନ୍ଥରେ ସେ ଭାରତ ଓ ଓଡ଼ିଶାର ବିଭିନ୍ନ ସ୍ଥାନ ବିଶେଷକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ।

ରଚନାବଳୀ

[ସମ୍ପାଦନା]
ପୁସ୍ତକ ପ୍ରକାଶନ ସମୟ ବିଷୟବସ୍ତୁ
ଯୁଗର ଆହ୍ୱାନ ୧୯୬୪ ଜବାହରଲାଲ ନେହେରୁ, କବିତା
ନଅଟି ଗୋଲାପ ୧୯୬୧ କବିତା
ବନ୍ଦେ ଭାରତମ୍[] ୨୦୧୪ ସଂସ୍କୃତ କବିତାବଳୀ[]
ନରେନ୍ଦ୍ରସ୍ୟ ବଦନମ୍ ୨୦୨୪ କାବ୍ୟ
ରାମଲାଲ ମନ୍ଦିରମ୍ ୨୦୨୪ କାବ୍ୟ[]
ମରାଳର କାବ୍ୟ ୧୯୬୬ କାବ୍ୟ
ଉର୍ବଶୀର କାବ୍ୟ ୧୯୮୦ କାବ୍ୟ
ମାଳିନୀର ନିଦ୍ରାଭଙ୍ଗ କାବ୍ୟ
ପିଙ୍ଗଳାର କାବ୍ୟ କାବ୍ୟ
ମାଳବିକାର ସ୍ୱପ୍ନ କାବ୍ୟ
ଗିରି କନ୍ୟା
ମହାକବି କାଳିଦାସ ଜୀବନୀ
ସ୍ୱପ୍ନ ଦୂତମ୍ ଦୂତ କାବ୍ୟ
ମଳୟ ଦୂତମ୍ ଦୂତ କାବ୍ୟ
ପ୍ରଜ୍ଞା ଦୂତମ୍ ଦୂତ କାବ୍ୟ
ସ୍ମୃତି ଦୂତମ୍ ଦୂତ କାବ୍ୟ
ମାନସ ଦୂତମ୍ ୨୦୦୦ ଦୂତ କାବ୍ୟ
ତାମସ ଦୂତମ୍ ଦୂତ କାବ୍ୟ
ବନ୍ଦିନଃ ଆତ୍ମକଥା ମୂଳ ଓଡ଼ିଆ - ଉତ୍କଳମଣି ଗୋପବନ୍ଧୁ ଦାସ (ବନ୍ଦୀର ଆତ୍ମକଥା)
କୌମୁଦୀ
ଆନନ୍ଦ ସନ୍ଧାନମ୍ ମୂଳ ଓଡ଼ିଆ - ହରେକୃଷ୍ଣ ମହତାବ (ଆନନ୍ଦ ସନ୍ଧାନ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ (୧୯୮୪, ୧୯୮୫, ୧୯୮୬ ମସିହାରେ ପ୍ରକାଶିତ ୧୯୮୭ ବର୍ଷର ପୁରସ୍କୃତ ପୁସ୍ତକ)". Odisha Sahitya Akademi. Retrieved 20 February 2022.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୮୪୮.
  3. "PM releases the book "Vande Bharatam" by Pt. Prabodh Kumar Mishra". Business Standard India. 24 December 2014. Retrieved 20 February 2022.
  4. "PM releases the book "Vande Bharatam" by Pt. Prabodh Kumar Mishra". Narendra Modi. narendramodi.in. Retrieved 20 February 2022.
  5. https://samajaepaper.in/imageview_20_211020242111870_4_73_21-10-2024_9_i_1_sf.html