ପରିବା

ଉଇକିପିଡ଼ିଆ ରୁ
Jump to navigation Jump to search
ତିବତ୍ତ ସହରର ପରିବା ହାଟ

ପରିବାକୁ ଗଛର ସେହି ଭାଗକୁ କୁହାଯାଏ ଯାହାକୁ ନିଆଁରେ ରନ୍ଧାହୋଇ ଖାଦ୍ୟ ରୂପେ ଗ୍ରହଣ କରାଯାଏ । ବୀଜ ଏବଂ ମିଠା ଫଳକୁ ପ୍ରାୟତଃ ପରିବା କୁହାଯାଏ ନାହିଁ। ଖିଆ ଯାଉଥିବା ପତ୍ର, ତଳି, ମୂଳ ଇତ୍ୟାଦିକୁ ପ୍ରାୟତଃ ପରିବା କୁହାଯାଏ । ସାଂସ୍କୃତିକ ଦୃଷ୍ଟିରେ "ପରିବା"ର ପରିଭାଷା ସ୍ଥାନୀୟ ପ୍ରଥା ଅନୁସାରେ ଅଲଗା ଅଲଗା ହୋଇଥାଏ । ଉଦାହରଣ ସ୍ୱରୂପ: ବହୁତ ଲୋକ ଛତୁକୁ ପରିବା ବୋଲି ମାନିଥାନ୍ତି , କିନ୍ତୁ ଜୀବ ବିଜ୍ଞାନ ଦୃଷ୍ଟିରୁ ଏହାକୁ "ପତ୍ର" ଭାବେ ଗ୍ରହଣ କରାଯାଏ ନାହିଁ ଏବଂ ଅନ୍ୟ ଲୋକ ମାନଙ୍କ ଅନୁସାରେ ଏହା ପରିବା ନୁହେଁ; ଏହା ଏକ ଅନ୍ୟ ଖାଦ୍ୟ ଶ୍ରେଣୀ ଯୁକ୍ତ ଅଟେ ।[୧][୨]

କିଛି ପରିବାକୁ କଞ୍ଚା ଖିଆ ଯାଇପାରେ , ଅନ୍ୟ ପରିବାକୁ କେବଳ ରାନ୍ଧି କରି ଖିଆ ଯାଇପାରେ । ସାଧାରଣତଃ ପରିବାକୁ ଲୁଣ ସହିତ ରନ୍ଧାଯାଏ , କିନ୍ତୁ କିଛି ପରିବାକୁ ଚିନି ସହିତ ରାନ୍ଧ ତା'ର ମିଠା ହାଲୁଆ ତିଆରି କରାଯାଏ (ଯେପରି: ଗାଜର) ।

ଶବ୍ଦର ମୂଳ ଅର୍ଥ[ସମ୍ପାଦନା]

"ପରିବା"ର ଅର୍ଥ "ଭୋଜନ ପାଇଁ ବିକଶିତ କରାଯାଉଥିବା ଗଛ" ଅଟେ ଯାହା, ୧୮ବିଂ ଶତାବ୍ଦୀ ପର୍ଯ୍ୟନ୍ତ ସ୍ଥାପିତ ନଥିଲା ।[୩] ୧୭୬୭ ମସିହାରେ, ବିଶେଷ ରୂପେ "ଭୋଜନ" ଏକ ଖାଦ୍ୟ ଜଡୀବୁଟି କିମ୍ବା ଜଡ଼ ପାଇଁ ବିକଶିତ କରାଯାଇଥିବା ଗଛର ଅର୍ଥ ଥିଲା । ୧୯୫୫ ମସିହାରେ ଲଘୁ, ସ୍ଲେଙ୍ଗ ଶବ୍ଦ "ବେଜୀ"ର୍ ପ୍ରଥମ ଉପଯୋଗ ଦେଖାଯାଇଥିଲା ।

ଏକ ବିଶେଷଣ ରୂପେ, ପରିବା ଶବ୍ଦର ପ୍ରୟୋଗ ବୈଜ୍ଞାନିକ ଏବଂ ଟେକ୍ନିକ ସନ୍ଦର୍ଭରେ ଅଲଗା ଏବଂ ବହୁ ବ୍ୟାପକ ଅର୍ଥ ସହିତ କରାଯାଏ, ଯାହାର ଅର୍ଥ ହେଉଛି: "ଗଛରୁ ସମ୍ବନ୍ଧିତ" ସାମାନ୍ୟ ରୂପେ ଖାଦ୍ୟ ପଦାର୍ଥ କିମ୍ବା "ପରିବା ପଦାର୍ଥ", "ପରିବା ରାଜ୍ୟ", "ପରିବା ମୂଳ" ଇତ୍ୟାଦି ।[୪]

ହିନ୍ଦୀ ଭାଷାରେ "ସବ୍ଜ" ଶବ୍ଦର ଅର୍ଥ ଆଧୁନିକ ଫରାସୀରେ "ସବୁଜ" ତଥା କେବେ କେବେ "କଳା" ହୋଇଥାଏ । ଫରାସୀରେ (ହିନ୍ଦୀ: ସବ୍ଜୀ) "ପରିବା" କେବଳ ବାସ୍ତବରେ ସବୁଜ ରଙ୍ଗ ପତ୍ର - ପରିବାକୁ କୁହାଯାଏ, କିନ୍ତୁ ହିନ୍ଦୀ, ଉର୍ଦ୍ଧୁ, ପଞ୍ଜାବୀ, କାଶ୍ମୀରୀ ଓ ଉତ୍ତର ଭାରତୀୟ ଉପ-ମହାଦ୍ବୀପର ଅନ୍ୟ ଭାଷାରେ "ପରିବା" ଶ୍ରେଣୀରେ ବିଭିନ୍ନ ରଙ୍ଗର ପରିବା ସାମିଲ ରହିଛି । ସଂସ୍କୃତ ଓ ଫରାସୀ (ହିନ୍ଦୀ-ଇରାଣୀ ଭାଷା ପରିବାର) ଅନ୍ତର୍ଗତ ହୋଇଥିବା କାରଣରୁ ହଜାର ସଜାତୀୟ ଶବ୍ଦ ରଖିଥାନ୍ତି ଏବଂ ସବ୍ଜ ମଧ୍ୟ ଏମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ସଂସ୍କୃତରେ ଏହି ଶବ୍ଦର ଅର୍ଥ "ଶସ୍ୟ" ଅଟେ, ଯାହାର ମୂଳ ଅର୍ଥ (ଖାଦ୍ୟ ରୂପେ ବ୍ୟବହାର କରା ଯାଉଥିବା ଦାନା କିମ୍ବା ଫଳ) ଅଟେ ।[୫]

ପ୍ରମୁଖ ଉତ୍ପାଦକ ଦେଶ[ସମ୍ପାଦନା]

ଅନେକ ଫଳ ପରିବା ରୂପେ ପ୍ରଯୁଜ୍ୟ ହୋଇଥାଏ ।

୨୦୧୦ ମସିହାରେ ବିଶ୍ୱରେ ପରିବାର ସବୁଠାରୁ ବଡ଼ ଉତ୍ପାଦକ ଚୀନ ଥିଲା ଏବଂ ଏହାପରେ ଭାରତ ହେଲା ।[୬]

"ପରିବା"ର ସଠିକ ପରିଭାଷା ଭିନ୍ନ ହୋଇପାରେ କାରଣ ସମଗ୍ର ଦୁନିଆରେ ଭୋଜନ ରୂପେ ଉପଯୁକ୍ତ ଏକ ଗଛର ବହୁ ଅଂଶ ଯଥା: ମୂଳ, କାଣ୍ଡ, ପତ୍ର, ଫୁଲ, ଫଳ ଏବଂ ବୀଜ ରହିଛି । ସବୁଠାରୁ ବ୍ୟାପକ ପରିଭାଷା "ଗଛର ଉତ୍ପତ୍ତି"ର ଅର୍ଥ ବିଶେଷଣ ପାଇଁ ଶବ୍ଦର ଉପଯୋଗ ରହିଛି । ବିଶେଷ ରୂପେ, "ଏକ ପରିବାକୁ କୌଣସି ମଧ୍ୟ ଗଛ, ଯାହାର କିଛି ଅଂଶ ଭୋଜନ ପାଇଁ ଉପଯୋଗ କରାଯାଏ" ରୂପେ ପରିଭାସିତ କରାଯାଇ ପାରେ ।[୭]


ଦେଶ ଜମିର କ୍ଷେତ୍ରଫଳ
ହଜାର ହେକ୍ଟର
(2,500 ଏକଡ଼)
ଉତ୍ପାଦନ
ହଜାର କିଲୋ/ହେକ୍ଟର
ଉତ୍ପାଦନ
ହଜାର ଟନ
ଚୀନ 23,458 230 539,993
ଭାରତ 7,256 138 100,045
ସଂଯୁକ୍ତ ରାଜ୍ୟ 1,120 318 35,609
ତୁର୍କୀ 1,090 238 25,901
ଇରାନ 767 261 19,995
ମିଶ୍ର 755 251 19,487
ଇଟାଲୀ 537 265 14,201
ରୁଷିଆ 759 175 13,283
ସ୍ପେନ 348 364 12,679
ମେକ୍ସିକୋ 681 184 12,515
ନାଇଜେରିଆ 1844 64 11,830
ବ୍ରାଜିଲ 500 225 11,233
ଜାପାନ 407 264 10,746
ଇଣ୍ଡୋନେସିଆ 1082 90 9,780
ସାଉଥ କୋରିଆ 268 364 9,757
ଭିଏତ ନାମା 818 110 8,976
ଉକ୍ରାଇନେ 551 162 8,911
ଉଜବେକିସ୍ତାନ 220 342 7,529
ଫିଲିପାଇନ୍ସ 718 88 6,299
ଫ୍ରାନ୍ସ 245 227 5,572
ସମଗ୍ର ଦେଶ 55,598 188 1,044,380
  1. Suggestions - Vegetables, Cooks.com, Accessed on 2009-06-24.
  2. Alternative Crops and Plants: Vegetables and Mushrooms. United States Department of Agriculture. Last modified on 2009-06-08. Retrieved 2009-06-24.
  3. Ayto, John (1993). Dictionary of Word Origins. New York: Arcade Publishing. ISBN 978-1-55970-214-0. OCLC 33022699.
  4. Swedenborg, Emanuel (2003). "Swedenborg Concordance 1888". Kessinger Publishing. p. 502. ISBN 0-7661-3728-7.
  5. Priyadarshi, P. 2010. Recent Studies in Indian Archaeo-linguistics and Archaeo-genetics having bearing on Indian Prehistory, Joint Annual Conference of Indian Archaeology Society, Indian Society for Prehistoric and Quaternary Studies, Indian History and Culture Society, Lucknow, 30 ଡିସେମ୍ବର 2010. ... We can now have a look at some of the farming related words in the Indo-European languages ... *sehm (PIE, grain), sasa (Sanskrit; sasam in Rig-Veda), sasya (Sanskrit, food, seed, grain, herb), sas (Kashmiri, beans, peas, lentils), sas (Bangla, grain, fruit), sasa (Oriya, kernel, nutritious part), sabz (Iranian, green vegetable), sem (Hindi, beans) ...
  6. "Table 27 Top vegetable producers and their productivity" (PDF). FAO Statistical Yearbook 2013. Food and Agriculture Organization of the United Nations. p. 165. Retrieved 2015-09-14.
  7. "Vegetable". Dictionary.com. Retrieved 2015-03-03.