ଆଳୁ ଭର୍ତ୍ତା

ଉଇକିପିଡ଼ିଆ‌ରୁ
ଆଳୁ ଭର୍ତ୍ତା
ଆରମ୍ଭ
ଅଞ୍ଚଳଓଡ଼ିଶା, ଦକ୍ଷିଣ ଭାରତ
ଖାଇବାର ସବିଶେଷ
ଖାଇବାର ମେଳଣଆଳୁ ଭର୍ତ୍ତା
ବାଢ଼ିବାର ତାତିଗରମ
ମୂଳ ଉପାଦାନଆଳୁ, ପିଆଜ

ଆଳୁ ଭର୍ତ୍ତା ଏକ ଭାରତ ପ୍ରସିଦ୍ଧ ଖାଦ୍ୟ ଅଟେ, ଯେଉଁଥିରେ ଚକଟା ହୋଇଥିବା ସିଝା ଆଳୁକୁ ମସଲା ସହିତ ମିଶ୍ରଣ କରାଯାଇଥାଏ । ଏହାକୁ ସାଧାରଣତଃ ଓଡ଼ିଶା, ବଙ୍ଗଳା ଏବଂ ପାକିସ୍ତାନର ବହୁ ଅଂଶରେ ପ୍ରସ୍ତୁତ କରାଯାଇଥାଏ । ଏହି ମସଲାଯୁକ୍ତ ଆଳୁ ଭର୍ତ୍ତାରେ ବ୍ୟବହାର ହେଉଥିବା ମସଲାର ଏକ ଅଲଗା ଅଲଗା ସ୍ୱାଦ ରହିଥାଏ । ଏହା ଏକ ସରଳ ଓ ସହଜ ଭୋଜନ ଅଟେ ।

ଆବଶ୍ୟକୀୟ ସାମଗ୍ରୀ[ସମ୍ପାଦନା]

  • ୩ଟି ମାଧ୍ୟମ ସାଇଜ ଆଳୁ
  • ୧କପ ଛୋଟ କଟା ହୋଇଥିବା ପିଆଜ
  • ½ ଚାମଚ କଟା ରଶୁଣ
  • ୧ ଚାମଚ ଶୋରିଷ
  • ୧ ଚାମଚ ଜିରା
  • ୨ ଚାମଚ ତେଲ
  • ୧/୨ ଚାମଚ କଟା ଧନିଆ ପତ୍ର
  • ୧/୨ ଚାମଚ କଟା ଭୃଷଙ୍ଗା ପତ୍ର
  • ରାଗ ଅନୁସାରେ କଟା ଲଙ୍କା
  • ସ୍ୱାଦ ଅନୁସାରେ ଲୁଣ
  • ଆବଶ୍ୟକ ଅନୁଯାଇ ପାଣି

ପ୍ରସ୍ତୁତ ପ୍ରଣାଳୀ[ସମ୍ପାଦନା]

ପ୍ରଥମେ ଆଳୁକୁ ପ୍ରେସର କୁକରରେ ୧ ଫୁଲ ଏବଂ ୧ ସିମ ଚୁଲାରେ ସିଝାଇ ଦିଆଯାଉ । ପରେ ତାହାର ଚୋପାକୁ ଛଡ଼ାଇ ଏକ ପାତ୍ରରେ ଭଲ ଭାବେ ଚକଟି ସେଥିରେ ସ୍ୱାଦ ଅନୁସାରେ ଲୁଣ ମିଶ୍ରଣ କରାଯାଉ । ପରେ ଏକ କଢାଇରେ ରିଫାଇନ ତେଲ ଗରମ କରି ସେଥିରେ ଶୋରିଷ ଏବଂ ଜିରା ପକାଇ ଦିଆଯାଉ । ଭଲ ରୂପେ ଫୁଟିବା ପରେ ସେଥିରେ କଟା ପିଆଜ, ଲଙ୍କା, ରଶୁଣ ଏବଂ କଟା ଭୃଷଙ୍ଗା ପତ୍ର ପକାଇ ହାଲୁକା ୨ ମିନିଟ ପ୍ରସ୍ତୁତ କରାଯାଉ । ପରେ ସେଥିରେ ଚକଟା ଆଳୁ ପକାଇ ଭଲଭାବେ ଘାଣ୍ଟି ଦିଆଯାଉ । ଏହାକୁ ୫-୧୦ ମିନିଟ ପର୍ଯ୍ୟନ୍ତ ହାଲୁକା ରନ୍ଧାଯାଉ । ଯଦିଓ ଆଳୁ ଶୁଖିଲା ପଡିଯାଏ ତେବେ ଆବଶ୍ୟକ ମନେକଲେ ଅଳ୍ପ ପାଣିର ବ୍ୟବହାର କରାଯାଇପାରେ । ପ୍ରସ୍ତୁତ ଖାଦ୍ୟର ରଙ୍ଗରେ ଅଳ୍ପ ପରିବର୍ତ୍ତନ ଆସିଲା ପରେ ସେଥିରେ କଟା ଧନିଆ ପତ୍ର ପକାଇ ଚୂଲାରୁ ଓହ୍ଲେଇ ଦିଆଯାଉ ।

ଆଳୁ ଭର୍ତ୍ତାକୁ ସାଧାରଣତଃ ରୋଟି କିମ୍ବା ପରଟା ସହିତ ପରିସା ଯାଇଥାଏ ।

ଆଧାର[ସମ୍ପାଦନା]

ଲିଙ୍କ[ସମ୍ପାଦନା]