ଜୟଦେବ

ଉଇକିପିଡ଼ିଆ‌ରୁ

ଜୟଦେବ ନାମକ ଓଡ଼ିଆ କଥାଚିତ୍ର ପାଇଁ ଜୟଦେବ (ଚଳଚ୍ଚିତ୍ର)ଜୟଦେବ (ଚଳଚ୍ଚିତ୍ର-୧୯୮୭) ପୃଷ୍ଠାଦୁଇଟି ଦେଖନ୍ତୁ ।

ଜୟଦେବ
କେନ୍ଦୁବିଲ୍ୱ, ଓଡ଼ିଶାରେ ଜୟଦେବଙ୍କ ପ୍ରତିମା
ହରିଙ୍କର ଆରାଧନା କରୁଛନ୍ତି ଜୟଦେବ
Born୧୫ଶ ଶତାବ୍ଦୀ
Occupationପୌରାଣିକ କବି
Notable workଗୀତ ଗୋବିନ୍ଦ
Spouseପଦ୍ମାବତୀ

ଜୟଦେବ ଓଡ଼ିଶାରେ ଜନ୍ମିତ ଜଣେ କବି ଥିଲେ । ସେ ତାହାଙ୍କର ଭକ୍ତି କାବ୍ୟ ଗୀତ ଗୋବିନ୍ଦ ପାଇଁ ଜଣାଶୁଣା । ଗୀତ ଗୋବିନ୍ଦରେ ହରି(କୃଷ୍ଣ)ରାଧାଙ୍କର ପ୍ରେମଗାଥା ବର୍ଣ୍ଣିତ ଯେଉଁ ଥିରେ ସେ ରାଧାଙ୍କୁ ହରିଙ୍କଠାରୁ ଅଧିକ ମାନ୍ୟତା ଦେଇଅଛନ୍ତି । ଏହାକୁ ହିନ୍ଦୁ ଧର୍ମର ବୈଷ୍ଣବ ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ ।[୧] କେତେକ ଗବେଷକଙ୍କ ମତରେ ସେ ଜଣେ ସହଜଯାନୀ ବୌଦ୍ଧ ଥିଲେ। [୨]

ଜୀବନୀ[ସମ୍ପାଦନା]

ଜୟଦେବ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁଲି ଶାସନରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ନେଇଥିଲେ । ତାଙ୍କର ପିତାଙ୍କ ନାମ ଥିଲା "ଭୋଜଦେବ" ଓ ମାତାଙ୍କର ନାମ ଥିଲା "ବାମାଦେବୀ", ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା କୋଣାର୍କ ନିକଟରେ ଥିବା "କୂର୍ମପଟକ"ଠାରେ ହୋଇଥିଲା ।

ଜୟଦେବ ପିଠ, କେନ୍ଦୁଲି ଗ୍ରାମ, (କେନ୍ଦୁବିଲ୍ଲ୍ୱ)

ସାହିତ୍ୟ କୃତି[ସମ୍ପାଦନା]

ଜୟଦେବ ହରିଙ୍କର ଦଶାବତାର, ଦଶକୃତିକୃତେ ଆଦିର ବର୍ଣ୍ଣନା କରିଛନ୍ତି । ଆହୁରି ମଧ୍ୟ ଓଡ଼ିଶୀରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ ।

ଜୟଦେବଙ୍କ ରଚିତ ପଦାବଳୀ ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ ଗୁରୁ ନାନକଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦେଇ "ଗୁରୁ ଗ୍ରନ୍ଥ ସାହେବ"ରେ ରଖାଯାଇଅଛି ।[୩]

ପ୍ରତାପରୁଦ୍ରପୁରଆଖଣ୍ଡଳେଶ୍ୱର ଦେଉଳ ପ୍ରାଙ୍ଗଣରେ ଥିବା ଜୟଦେବଙ୍କ ପୁରାତନ ମୂର୍ତ୍ତି
ଗୀତ ଗୋବିନ୍ଦର ପାଣ୍ଡୁଲିପି ୧୫୦୦ ଖ୍ରୀ.ଅ.

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

  • Sanskrit Scholars of Orissa
  •  "Jayadéva" . Encyclopedia Americana. 1920.
କବିକଳହଂସ ଗୋପାଳକୃଷ୍ଣଙ୍କ ହସ୍ତଲିଖିତ ଗୀତଗୋବିନ୍ଦ ତାଳପତ୍ର ପୋଥି