ଚୈତନ୍ୟ ମହାପ୍ରଭୁ

ଉଇକିପିଡ଼ିଆ ରୁ
ଶ୍ରୀ ଚୈତନ୍ୟ
ଚୈତନ୍ୟ ମହାପ୍ରଭୁ
ଜନ୍ମ ବିଶ୍ଵମ୍ବର
୧୪୮୬
ନବଦ୍ଵୀପ, ବର୍ତ୍ତମାନ ପଶ୍ଚିମବଙ୍ଗର ନଦିଆ,
ମୃତ୍ୟୁ ୧୫୩୪ (ବୟସ ୪୭ - ୪୮)
ପୁରୀ
ଉପାଧି/ ସମ୍ମାନ ଭଗବାନ ଶ୍ରୀକୃଷ୍ଣଙ୍କ ଠାରେ ଗଭୀର ଭକ୍ତି
ଦର୍ଶନ ଭକ୍ତି ଯୋଗ

ଚୈତନ୍ୟଦେବ (୧୪୮୬-୧୫୩୪), ଭାରତରେ ଭକ୍ତିବାଦର ପ୍ରଚାରକମାନଙ୍କ ମଧ୍ୟରେ ଥିଲେ ସର୍ବଶ୍ରେଷ୍ଠ । ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ଵୀପରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଶଚୀ ଦେବୀ ଓ ପିତାଙ୍କ ନାମ ଜଗନ୍ନାଥ ମିଶ୍ର । [୧]ସେ ଅଳ୍ପ ବୟସରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ସେ ଚବିଶ ବର୍ଷ ବୟସରେ ସନ୍ୟାସ ଧର୍ମ ଗ୍ରହଣ କରି ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ ଓ ମହାପ୍ରଣାୟ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ସେ ତାଙ୍କର ଶତ ଶତ ଗୌଡ଼ୀୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାର୍ଯ୍ୟରେ ସ୍ଵ ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ । ଏହି ଧର୍ମର ମୂଳତତ୍ତ୍ଵ ହେଲା ପ୍ରେମ ଓ ଭଗବାନ କୃଷ୍ଣଙ୍କ ଠାରେ ଗଭୀର ଭକ୍ତି । ସେ ଜାତିଧର୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ । ତାଙ୍କର ମୁସଲମାନ ଶିଷ୍ୟ ହରିଦାସ ଯବନ ହରିଦାସ ନାମରେ ପ୍ରସିଦ୍ଧ ଲାଭ କରିଥିଲେ । ଉତ୍କଳ ଓ ବଙ୍ଗର ହିନ୍ଦୁସମାଜ ତାଙ୍କ ଧର୍ମମତ ପ୍ରଚାରଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା ।[୨][୩]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]