ଚିନ୍ତାମଣି ମହାନ୍ତି

ଉଇକିପିଡ଼ିଆ‌ରୁ
କବିଶେଖର

ଚିନ୍ତାମଣି ମହାନ୍ତି
ଜନ୍ମ(1867-03-16)୧୬ ମାର୍ଚ୍ଚ ୧୮୬୭
ମୃତ୍ୟୁ୧୭ ଡିସେମ୍ବର ୧୯୪୩(1943-12-17) (ବୟସ ୭୬)
ଜାତୀୟତାଭାରତୀୟ
ଶିକ୍ଷାଭର୍ଣ୍ଣାକୁଲାର
ବୃତ୍ତିଶିକ୍ଷକ
ସନ୍ତାନଉପେନ୍ଦ୍ର ପ୍ରସାଦ ମହାନ୍ତି (ପୁଅ)
ପିତାମାତା(s)ମଦନ ମୋହନ
ନେତ୍ରମଣି

ଚିନ୍ତାମଣି ମହାନ୍ତି (୧୬ ମାର୍ଚ୍ଚ ୧୮୬୭–୧୭ ଡିସେମ୍ବର ୧୯୪୩) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ କବି, ଲେଖକ ଓ ଶିକ୍ଷକ ଥିଲେ ।[୧] ସେ ତତ୍କାଳୀନ ଉତ୍କଳର ବିଭିନ୍ନ ସ୍ଥାନ ବୁଲି ସ୍ଥାନୀୟ ପ୍ରକୃତି ଓ ସାମାଜିକ ଜୀବନ ଆଦି ଅଧ୍ୟୟନ କରିଥିଲେ ଓ ତାହା ଆଧାରରେ ଓଡ଼ିଆରେ କାବ୍ୟକବିତା ରଚନା କରିଥିଲେ । ତାଙ୍କ ସାହିତ୍ୟରେ ରାଧାନାଥ ରାୟଙ୍କ ପ୍ରଭାବ ବହୁ ଭାବରେ ରହିଛି । ତାଙ୍କ ବିଶିଷ୍ଟ ରଚନାଗୁଡ଼ିକ ମଧ୍ୟରୁ ମହେନ୍ଦ୍ରଗିରି ଅନ୍ୟତମ ଏବଂ ସେଥିରେ ରାଧାନାଥଙ୍କ ଚିଲିକା ଖଣ୍ଡକାବ୍ୟର ପ୍ରଭାବ ରହିଛି । ତାହା ବାଦ ସେ ସୁରଙ୍ଗୀ, ଉଦ୍ୟାନଖଣ୍ଡ, ବିକ୍ରମାଦିତ୍ୟ, ମୁକୁନ୍ଦଦେବସୁଭଦ୍ରା ଆଦି କାବ୍ୟଗ୍ରନ୍ଥ, ପତ୍ର-ପୁଷ୍ପ ଛୋଟ କବିତାସଂଗ୍ରହ, ଏବଂ ଓଡ଼ିଶାର ସାମାଜିକ ସଂସ୍କାର ଉପରେ ଆଧାରିତ ଶନିସପ୍ତାଟଙ୍କାଗଛ ଆଦି ଉପନ୍ୟାସ । ବିଶିଷ୍ଟ ଲେଖକ ଓ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମହାନ୍ତି ତାଙ୍କ ପୁଅ ।

ତାଙ୍କ ପୁଅ ସ୍ୱାଧୀନ ଜୀବନ ଆରମ୍ଭ କଲା ପରେ ସେ ନିଜ ଜନ୍ମସ୍ଥାନ ଅସ୍ତଳକୁ ଫେରିଆସିଥିଲେ ଓ ୧୯୪୩ ମସିହା ଡିସେମ୍ବର ୧୭ରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜନ୍ମ ଓ ଜୀବନ[ସମ୍ପାଦନା]

ଚିନ୍ତାମଣି ମହାନ୍ତି ୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ଜିଲ୍ଲାର ନିକଟସ୍ଥ ଅସ୍ତଳଠାରେ ଜନ୍ମ ଗ୍ରହଣ କରିଥିଲେ ।[୨] ୧୮୮୪ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ୧୯୦୩ ମସିହାରେ ଶିକ୍ଷକତା ଛାଡ଼ି ହିତବାଦିନୀ, ଉତ୍କଳବାସୀ, ସ୍ୱଦେଶ ଲକ୍ଷ୍ମୀ, ମନୋରମାଜ୍ଞାନଦର୍ପଣ ପ୍ରଭୃତି ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । ସେ ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ର ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ 'କବିଶେଖର' ଉପାଧି ମିଳିଥିଲା ।[୩] ସେ ୧୭ ଡିସେମ୍ବର ୧୯୪୩ ମସିହାରେ ଦେହତ୍ୟାଗ କରିଥିଲେ । ତାଙ୍କର ରଚନାଶୈଳୀ ରାଧାନାଥ ରାୟଙ୍କଦ୍ୱାରା ବହୁଭାବେ ପ୍ରଭାବିତ ହୋଇଥିଲା ଓ ତାଙ୍କୁ ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷରେ ରାଧାନାଥଙ୍କ ଅନୁଗାମୀ ବୋଲି ଉଲ୍ଲେଖ କରାଯାଇଛି । ସେ ରାଧାନାଥଙ୍କ ଚିଲିକା କାବ୍ୟର ପ୍ରଭାବରେ ମହେନ୍ଦ୍ରଗିରି କାବ୍ୟ ରଚନା କରିଥିଲେ ।[୪]

ରଚନାବଳୀ[ସମ୍ପାଦନା]

  • ଜୀବନ ପଞ୍ଜିକା (ଆତ୍ମଜୀବନୀ)
  • ବିବିଧ ସନ୍ଦର୍ଭ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "orissadiary.com: KABI SHEKHAR CHINTAMANI MOHANTY". Archived from the original on 2012-01-06. Retrieved 2012-01-12.
  2. "KABI SHEKHAR CHINTAMANI MOHANTY". OrissaDiary. Archived from the original on 9 March 2015. Retrieved 16 March 2015.
  3. ରାୟ, ଅପୂର୍ବ ରଞ୍ଜନ (୧୬ ମାର୍ଚ୍ଚ ୨୦୧୫). "କବିଶେଖର ଚିନ୍ତାମଣି ମହାନ୍ତି". ସୂର୍ଯ୍ୟପ୍ରଭା. p. ଆ. {{cite news}}: |access-date= requires |url= (help); Check date values in: |accessdate= and |date= (help)
  4. ମାନସିଂହ, ମାୟାଧର (1963). ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ: ଦ୍ୱିତୀୟ ଭାଗ (୧ ed.). ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ. p. 538. Retrieved 1 November 2023. {{cite book}}: More than one of |pages= and |page= specified (help)

ବାହାର ଆଧାର[ସମ୍ପାଦନା]