କାଳିନ୍ଦୀ ଚରଣ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
କାଳିନ୍ଦୀ ଚରଣ ପାଣିଗ୍ରାହୀ
ପଦ୍ମଭୂଷଣ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ
ପଦ୍ମଭୂଷଣ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ
ଜନ୍ମ ଓ ଜନ୍ମସ୍ଥାନ(1901-07-02)୨ ଜୁଲାଇ ୧୯୦୧
ପୁରୀ, ଓଡ଼ିଶା
ମୃତ୍ୟୁ୧୫ ମଇ ୧୯୯୧(1991-05-15) (ବୟସ ୮୯)
ବୃତ୍ତିକବି, ଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିମାଟିର ମଣିଷ
ପୁରସ୍କାରପଦ୍ମ ଭୂଷଣ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ସନ୍ତାନନନ୍ଦିନୀ ଶତପଥୀ
ପିତାମାତାସ୍ୱପ୍ନେଶ୍ୱର ପାଣିଗ୍ରାହୀ
ସମ୍ପର୍କୀୟଭଗବତୀ ଚରଣ ପାଣିଗ୍ରାହୀ, ଦିବ୍ୟସିଂହ ପାଣିଗ୍ରାହୀ(ଭାଇ)

କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବିଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ ।[୧] ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।[୨]

ଜୀବନୀ[ସମ୍ପାଦନା]

କାଳିନ୍ଦୀ ଚରଣ ପାଣିଗ୍ରାହୀ ଓଡ଼ିଶାର ପୁରୀ ଜିଲ୍ଲାର ବିଶ୍ୱନାଥପୁର ଗ୍ରାମରେ ୧୯୦୧ ମସିହା ଜୁଲାଇ ୨ ତାରିଖରେ ଜନ୍ମ ନେଇଥିଲେ । ତାଙ୍କ ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଜଣେ ଆଇନଜୀବୀ ଥିଲେ । ପିତା ଏବଂ ଦୁଇ ଭାଇ ଦିବ୍ୟସିଂହ ଓ ଭଗବତୀ ଚରଣ ସାହିତ୍ୟିକ ଥିଲେ । ପୁରୀରେ ହିଁ ସେ ନିଜର ବାଲ୍ୟଜୀବନ ଓ ଶିକ୍ଷା ସମାପ୍ତ କରିଥିଲେ । ହାଇସ୍କୁଲ ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।

୧୯୯୧ ମେ ୧୫ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ı

ସାହିତ୍ୟ ରଚନା[ସମ୍ପାଦନା]

ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା କାଳରେ କାଳିନ୍ଦୀ ଚରଣଙ୍କ ସାହିତ୍ୟ ପ୍ରତିଭାର ପରିଚୟ ମିଳିଲା । କଲେଜର ପଢ଼ିବା ସମୟରେ, ସେ "ନନସେନ୍ସ କ୍ଳବ" ଗଠନ କରିଥିଲେ । ଏହି ଦଳରେ ଥିବା ନଅ ଜଣ ଲେଖକ-ଲେଖିକା "ଉତ୍କଳ ସାହିତ୍ୟ" ପତ୍ରିକାରେ "ବାସନ୍ତୀ" ନାମକ ଏକ ଉପନ୍ୟାସ ଧାରାବାହିକ ଭାବରେ ପ୍ରକାଶ କରୁଥିଲେ । ଏହି ସମୟରେ "ସବୁଜ ଗୋଷ୍ଠୀ"ର ମୁଖପତ୍ର "ଯୁଗବୀଣା"ରେ କାଳିନ୍ଦୀ ଚରଣଙ୍କ ଲେଖାମାନ ମଧ୍ୟ ପ୍ରକାଶ ପାଉଥିଲା । ପରବର୍ତ୍ତୀ ସମୟରେ, ବାଲେଶ୍ୱରରୁ ପ୍ରକାଶ ପାଉଥିବା ଏକ ଇଂରାଜୀ ଓ ତାଙ୍କ ନିଜ ଓଡ଼ିଆ ପତ୍ରିକାର ସେ ସମ୍ପାଦନା କରିବାକୁ ଲାଗିଲେ । କବିତାରୁ ହିଁ କାଳିନ୍ଦୀ ଚରଣଙ୍କ ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ଶବ୍ଦ ସଂଯୋଜନା ତାଙ୍କ କବିତାର ଏକ ବୈଶିଷ୍ଟ ଥିଲା । ତାଙ୍କ ଲେଖାରେ ଓଡ଼ିଶାର ଗ୍ରାମ୍ୟ ପରିବେଶ, ଲୋକଙ୍କର ଆଚାରବିଚାର ପ୍ରମୂଖ ସ୍ଥାନ ପାଉଥିଲା । ଅନ୍ୟାୟ, ଅନୀତି ବିରୁଦ୍ଧରେ ତାଙ୍କ ସାହିତ୍ୟ ସ୍ୱର ଉତ୍ତୋଳନ କରୁଥିଲା । ସେ ଜଣେ ଦରଦୀ କବି ଓ ଜୀବନବାଦୀ ସାହିତ୍ୟିକ ଭାବରେ ପରିଚିତ ।

କବିତା[ସମ୍ପାଦନା]

  • ଯାଦୁଘର
  • ପୁରୀ ମନ୍ଦିର
  • ମହାଦୀପ
  • ଆଗାମୀ
  • କ୍ଷଣିକ ସତ୍ୟ
  • ମୋ କବିତା
  • ଛୁରିଟିଏ ଲୋଡା
  • ଗାନ୍ଧାରୀର ଆଶୀର୍ବାଦ
  • କିଏ ଶଳା ସଇତାନ୍
  • ମୋ ବାଣୀ

ଉପନ୍ୟାସ[ସମ୍ପାଦନା]

  • ମାଟିର ମଣିଷ : ଗ୍ରାମ୍ୟ ଜୀବନରେ ଦୁଇ ଜା' ଭିତରେ କଳହ ଓ ଭାଇ ଭଗାରି ଭାଗ ବଣ୍ଟା ଇତ୍ୟାଦି ଏହି ଉପନ୍ୟାସଟିର ମୁଖ୍ୟ ବିଷୟ ବସ୍ତୁ । ଏହି ଉପନ୍ୟାସଟି ୧୯୬୬ରେ ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ଏକ କଥାଚିତ୍ର ରୂପେ ଆସିଥିଲା ।
  • ମାଟିର ମଣିଷ
  • ଲୁହାର ମଣିଷ
  • ଆଜିର ମଣିଷ
  • ଅମରଚିତା
  • ଅମରାବତୀ
  • ମୁକ୍ତାଗଡ଼ର କ୍ଷୁଦ୍ଧା

କ୍ଷୁଦ୍ରଗଳ୍ପ[ସମ୍ପାଦନା]

  • ମାଂସର ବିଳାପ
  • ପଙ୍ଗୁ
  • ଉପହାର
  • ସାପୁଆ
  • ସାଗରିକା
  • ରୁଦ୍ରାକ୍ଷ
  • ଦ୍ୱାଦଶୀ
  • ରାଶିଫଳ
  • ଶେଷ ରଶ୍ମୀ
  • ସାଗରିକା
  • ମୋ କଥା ସରିନାହିଁ..
  • ମୋଟ ୪୯ଟି ଗଳ୍ପ

ନାଟକ[ସମ୍ପାଦନା]

  • ପଦ୍ମିନୀ
  • ପ୍ରିୟଦର୍ଶୀ
  • ସୌମ୍ୟା

ଜୀବନୀ[ସମ୍ପାଦନା]

  • ଭକ୍ତକବି ମଧୁସୂଦନ
  • କର୍ମବୀର ଗୌରୀଶଙ୍କର

ପ୍ରବନ୍ଧ[ସମ୍ପାଦନା]

  • ସାହିତ୍ୟ ସମାଚାର
  • ସାହିତ୍ୟିକ
  • ନେତୃତ୍ୱ ଓ ନେତୃତ୍ୱ

ଆତ୍ମଜୀବନୀ[ସମ୍ପାଦନା]

  • ଯାହା ଅଙ୍ଗେ ନିଭେଇଛି[୩]

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "KALINDI CHARANA PANIGRAHI". orissadiary.com. 2012. Archived from the original on 14 May 2012. Retrieved 2 July 2012. Born on July 2nd 1901. Kalindi Charan Panigrahi belongs to Sabuja Gosthi
  2. "Smt. Nandini Satpathy Memorial Trust Orissa India". snsmt.org. 2011. Retrieved 2 July 2012. She was the eldest daughter of Padmabhushan Sh. Kalindi Charan Panigrahi
  3. ସମୟ ୧୫/୦୫/୨୦୧୫ ପୃଷ୍ଠା ୮ରେ ପ୍ରକାଶିତ ଲକ୍ଷ୍ମୀଚରଣ ସାମନ୍ତରାୟଙ୍କ ଲେଖା "ଏକ ମାନବବାଦୀ କଥାକାର ସ୍ମରଣେ"