ବଳରାମ ଦାସ

ଉଇକିପିଡ଼ିଆ‌ରୁ
କୃପାସିଦ୍ଧା ମତ୍ତ

ବଳରାମ ଦାସ
ଉପର : ବଳରାମ ଦାସଙ୍କ ଗାଦି ପ୍ରତିମା, ତଳ : ବଳରାମ ଦାସଙ୍କ ପ୍ରତିମୂର୍ତ୍ତି
Born୧୪୮୪
Nationality ଭାରତୀୟ
Occupationପୌରାଣିକ କବି
Notable workଦାଣ୍ଡି ରାମାୟଣ
Parentସୋମନାଥ ମହାପାତ୍ର

ବଳରାମ ଦାସ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସନ୍ଥକବି ଓ ପଞ୍ଚସଖାଙ୍କ ମଧ୍ୟରୁ ଜ୍ୟେଷ୍ଠ । ସେ ଓଡ଼ିଆରେ ଅନେକ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିଛନ୍ତି । ଦାଣ୍ଡି ବା ଜଗମୋହନ ରାମାୟଣ ଓ ଲକ୍ଷ୍ମୀ ପୁରାଣ ତହିଁ ମଧ୍ୟରୁ ଅନ୍ୟତମ । ବଳରାମ ଦାସଙ୍କର ଜନ୍ମବର୍ଷ ୧୪୮୪ ବୋଲି ଅନୁମାନ କରାଯାଇଥାଏ l [୧] ତାଙ୍କ ବାପାଙ୍କ ନାମ ଶ୍ରୀ ସୋମନାଥ ମହାପାତ୍ର ଓ ମାଆଙ୍କ ନାମ ମନୋମାୟା ବା ମହାମାୟା l ସୋମନାଥ ପ୍ରତାପରୁଦ୍ରଦେବଙ୍କ ଶାସନକାଳରେ ଜଣେ ମନ୍ତ୍ରୀରୂପେ ନିଯୁକ୍ତ ଥିଲେ । ବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୃତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟରହିଛି । ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସିସାରିଥିଲେ ଓ ଓଡ଼ିଆ ରାମାୟଣ(ଜଗମୋହନ ରାମାୟଣ)ର ରଚନା କରିସାରିଥିଲେ l

ବଳରାମ ଓଡ଼ିଆ ସାହିତ୍ୟର ପଞ୍ଚସଖା(ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।

ଜୀବନକାଳ[ସମ୍ପାଦନା]

ବଳରାମଙ୍କର ପୀଠସ୍ଥାନ ହେଉଛି ପୁରୀର ନିକଟବର୍ତ୍ତୀ ସମଗରା ପାଟ l ସେହି ପୀଠ ଆଜି ବିଲୁପ୍ତ ହୋଇଯାଇଛି କିନ୍ତୁ ପୁରୀ ସମୁଦ୍ରକୂଳରେ ଯେଉଁ ଗୁମ୍ଫାଟିରେ ସାଧନା କରୁଥିଲେ,ସେହି ଗୁମ୍ଫାଟି ଏବେ ମଧ୍ୟ ରହିଛି l ସେହିଠାରେ ହିଁ ଧ୍ୟାନକରି ସେ ଜଗନ୍ନାଥଙ୍କ ରଥକୁ ବଡଦାଣ୍ଡରେ ଅଟକାଇଦେଇଥିଲେ lପୁରୀ ଜିଲ୍ଲା ଗୋପ ଥାନା ବେଦପୁର ପଞ୍ଚାୟତ ବେଗୁନିଆ ନିକଟ କୂଶଭଦ୍ରା ନଦୀକୂଳରେ ବଳରାମ ଦାସଙ୍କର ଗାଦି ଅଛି lସେ ସେଠାରେ ଦେହରକ୍ଷା କରିଥିଲେ l ଏବେ ମଧ୍ୟ ସମାଧି ମନ୍ଦିର ରହିଛି lପ୍ରତ୍ନତାତ୍ତ୍ୱିକ ବିଭାଗ ସହାୟତାରେ କିଛି ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ବେଳେ ମନ୍ଦିର ନିର୍ମାଣ କରାଯାଇଛି।

ରଚନାବଳୀ[ସମ୍ପାଦନା]

ବଳରାମ ଦାସଙ୍କ ଅର୍ଚ୍ଚା ଚତୁର୍ଦ୍ଧାମୂର୍ତ୍ତି, ଏରବଙ୍ଗ

ବଳରାମ ଦାସ ଓଡ଼ିଆ ରାମାୟଣର ରଚୟିତା ହିସାବରେ ସର୍ବପ୍ରଥମେ ପରିଚିତ ହେଇ ରହିଛନ୍ତି l ତାହାହିଁ ତାଙ୍କର ଶ୍ରେଷ୍ଠକୃତି । ସେ ଶ୍ରୀମଦ୍ ଭଗବତ ଗୀତାର ଅନୁବାଦ ମଧ୍ୟ କରିଛନ୍ତି l ଏହାକୁ ଜଗମୋହନ ରାମାୟଣ ବୋଲି ମଧ୍ୟ କୁହାଯାଏ।

  • ଅମରକୋଷ ଗୀତା
  • କମଳଲୋଚନ ଚଉତିଶା
  • କାନ୍ତ କୋଇଲି
  • ଗଣେଶ ବିଭୂତି ଟୀକା (ସିଦ୍ଧାନ୍ତ ଡମ୍ବର)
  • ଦୀପ୍ତିସାର ଗୀତା
  • ପଣସ ଚୋରୀ
  • ବଟ ଅବକାଶ
  • ବଉଳା ଅଧ୍ୟାୟ
  • ବିରାଟ ଗୀତା
  • ବେଢ଼ା ପରିକ୍ରମା
  • ବେଦାନ୍ତସାର ଗୁପ୍ତଗୀତା
  • ବ୍ରହ୍ମଜ୍ଞାନ ଏକାକ୍ଷର
  • ବ୍ରହ୍ମାଣ୍ଡ ଭୂଗୋଳ
  • ଭାବ ସମୁଦ୍ର
  • ମନୁ ଗୀତା
  • ମୃଗୁଣୀ ସ୍ତୁତି
  • ଶ୍ରୀମଦ ଭଗବଦ ଗୀତା (ସଂସ୍କୃତ ଗୀତାର ଓଡ଼ିଆ ଅନୁବାଦ)
  • ଶ୍ରୀରୋଢ଼ା
  • ଜ୍ଞାନ ଉଜ୍ଜ୍ୱଳମଣି ଗୀତା
  • ଜ୍ଞାନ ଚୁଡାମଣି
  • ଲକ୍ଷ୍ମୀ ପୁରାଣ

ଆଧାର[ସମ୍ପାଦନା]

  1. ଦାସ, ଚିତ୍ତରଞ୍ଜନ. "ବଳରାମ ଦାସ". ସନ୍ଥ (ଭକ୍ତି) ସାହିତ୍ୟ. ଓଡ଼ିଶା ସାହିତ୍ୟ ଏକାଡେମୀ. p. ୨୮୧.

'ଜଗମୋହନ ରାମାୟଣ' ବଳରାମ ଦାସଙ୍କ ସର୍ବଶ୍ରେଷ୍ଠ କୃତି । ଏହା ଦାଣ୍ଡିବୃତ୍ତରେ ରଚିତ ହୋଇଥିବାରୁ ଦାଣ୍ଡି ରାମାୟଣ ଭାବରେ ପରିଚିତ । ଏହା ଏକ ଅନୁବାଦ ଗ୍ରନ୍ଥ ନୁହେଁ, ଅନୁସୃଜିତ ଗ୍ରନ୍ଥ । 'ଜଗମୋହନ ରାମାୟଣ' ସଂସ୍କୃତ ରାମାୟଣକୁ ଆଧାର କରିଥିଲେ ମଧ୍ୟ ତାହା ଏକ ମୌଳିକ ସୃଷ୍ଟି ଭାବରେ ବିଦିତ । ଜୀବନ୍ତ ଚରିତ୍ର ଚିତ୍ରଣ, ସେ ସମୟର ସମାଜ ଚିତ୍ର, ମୌଳିକ ପ୍ରକାସଭଙ୍ଗି ଓ ମନୋଜ୍ଞ ବର୍ଣ୍ଣନା ଶୈଳୀ ତାଙ୍କ ରାମାୟଣର ବୈଶିଷ୍ଟ୍ୟ । ତାଙ୍କର ଅନ୍ୟାନ୍ୟ ପ୍ରମୁଖ ରଚନା ଗୁଡ଼ିକ ହେଲା, - 'ବ୍ରହ୍ମପୁରାଣ',' ଲକ୍ଷ୍ମୀପୁରାଣ','ବାଟ ଅବକାଶ',' ବ୍ରହ୍ମାଣ୍ଡ ଭୁଗୋଳ','ଭବ ସମୁଦ୍ର','ମୃଗୁଣୀ ସ୍ତୁତି',' ବ୍ରହ୍ମଗୀତା, ।

JagamohanaRamayana-BalaKanda.djvu