କୁମୁଦିନୀ ଦେବୀ

ଉଇକିପିଡ଼ିଆ‌ରୁ
କୁମୁଦିନୀ ଦେବୀ
ବୃତ୍ତିକବି, ଗାୟକ Edit this on Wikidata
ସନ୍ତାନଶିବବ୍ରତ ଦାସ Edit this on Wikidata
ପରିବାରଲକ୍ଷ୍ମୀକାନ୍ତ ମହାପାତ୍ର Edit this on Wikidata

କୁମୁଦିନୀ ଦେବୀ ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ ସକ୍ରିୟ ଥିବା ଜଣେ ଓଡ଼ିଶୀ ଗାୟିକା ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ରେକର୍ଡ଼ ହୋଇଥିବା ମହିଳା କଣ୍ଠଶିଳ୍ପୀ । ଓଡ଼ିଶାରେ ମଞ୍ଚ ନାଟକର ପ୍ରାରମ୍ଭରେ ପୁରୁଷପ୍ରଧାନ ପରିବେଶରେ କଣ୍ଠସଂଗୀତ ଗାନ କରିବାରେ ଅଳ୍ପ କେତେଜଣ ନାରୀ କଣ୍ଠଶିଳ୍ପୀଙ୍କ ମଧ୍ୟରୁ ସେ ଅନ୍ୟତମ ।[୧] ୧୯୦୬ ମସିହାରେ ସେ ବୋଲିଥିବା ଏକାଧିକ ଓଡ଼ିଶୀ ଗୀତ ଗ୍ରାମୋଫୋନ ଜରିଆରେ ରେକର୍ଡ଼ ହୋଇଥିଲା । ସେ ଆକାଶବାଣୀ କଟକର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଥିଲେ ଓ ସେଠାରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରୁଥିଲେ ।[୨] ଲକ୍ଷ୍ମୀକାନ୍ତ ମହାପାତ୍ର ତାଙ୍କର ବଡ଼ ଭାଇ ଥିଲେ ।[୩]

ଜୀବନୀ[ସମ୍ପାଦନା]

କୁମୁଦିନୀ ଦେବୀ ଶଚୀନ୍ଦ୍ର ଦାସଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇ ପୁଅଙ୍କ ନାମ ଶିବବ୍ରତପୁଣ୍ୟବ୍ରତ[୩]

ବୃତ୍ତି[ସମ୍ପାଦନା]

ଓଡ଼ିଶାରେ ମଞ୍ଚ ନାଟକ ପ୍ରାରମ୍ଭିକ କାଳରେ ପୁରୁଷପ୍ରଧାନ ଥିଲା । ତେବେ କୁମୁଦିନୀ ଦେବୀଙ୍କ ସମେତ ସୁମତୀ ଦେବୀ, ଲକ୍ଷ୍ମୀପ୍ରିୟା ଦେବୀ, ଇନ୍ଦୁମତୀ ଦେବୀମଦନ ସୁନ୍ଦରୀ ଆଦି ଅଳ୍ପ କେତେଜଣ କଣ୍ଠଶିଳ୍ପୀ ମଧ୍ୟ କଣ୍ଠସଂଗୀତ ପରିବେଷଣ କରୁଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Sarangi, S.T. (1998). Role of Women in the History of Modern Orissa, 1900-1947. Jagannath Ratha Publishers & Book-sellers. Retrieved 2023-09-21.
  2. Delhi, A.I.R.N.; Ghosh, S.N. (1948). THE INDIAN LISTENER: Vol. XIII. No. 13. (7th JULY 1948). 22 Indian Listener (June-Dec) 1948 (in ଜର୍ମାନ). All India Radio (AIR),New Delhi. p. 51. Retrieved 2023-09-21.
  3. ୩.୦ ୩.୧ ଦାସ, ପୂଣ୍ୟବ୍ରତ (2023). ଭାରତ ତୀର୍ଥ (୧ ed.). ଭୁବନେଶ୍ୱର: ପେନ୍ ଇନ୍. ISBN 978-9395150255.