ସରୋଜିନୀ ସାହୁ
ଉଇକିପିଡ଼ିଆ ରୁ
| ସରୋଜିନୀ ସାହୁ | |
|---|---|
ସରୋଜିନୀ ସାହୁ |
|
| ଜନ୍ମ | ଜାନୁଆରି ୪, ୧୯୫୬ ଢେଙ୍କାନାଳ, ଓଡ଼ିଶା, ଭାରତ |
| ବୃତ୍ତି | ଔପନ୍ୟାସିକା, ଗାଳ୍ପିକା, କବି, ପ୍ରାବନ୍ଧିକା |
| ଜାତୀୟତା | ଭାରତୀୟ |
| କାଳ | ଅଧୁନା |
ସରୋଜିନୀ ସାହୁ ଢେଙ୍କାନାଳରେ ୧୯୫୬ରେ ଜନ୍ମିତା ଜଣେ ଓଡ଼ିଆ ଔପନ୍ୟାସିକା, ଗାଳ୍ପିକା, କବି, ପ୍ରାବନ୍ଧିକା ।
ତାଙ୍କର ସାହିତ୍ୟ କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତା ।[୧] ସେ ଜଣେ ଭାରତୀୟ ନାରିବାଦୀ ଲେଖିକା ଭାବରେ ଜଣାଶୁଣା [୨] ଓ ଇଂରାଜୀ ଖବରକାଗଜ ଦି ନିଉ ଇଣ୍ଡିଆନ ଏକ୍ସପ୍ରେସର ନିୟମିତ ପ୍ରାବନ୍ଧିକା[୩] ଓ ଚେନାଇରେ ଥିବା ଇଂରାଜୀ ପତ୍ରିକା ଇଣ୍ଡିଆନ ଏଜର ସହ-ସମ୍ପାଦିକା । ଶ୍ରୀମତୀ ସାହୁ କିଣ୍ଡଲେ' ପତ୍ରିକା ଦ୍ଵାରା ଭାରତର 25 ଜଣ ଅସାଧାରଣ ନାରୀଙ୍କ ମଧ୍ୟରୁ ଜଣେ ଭାବେ ନିର୍ବାଚିତା ।[୪]
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ପରିବାର
ସେ ଇଶ୍ଵର ଚନ୍ଦ୍ର ସାହୁ ଓ ସ୍ଵର୍ଗତା ନଳିନୀ ଦେବୀଙ୍କର ଦ୍ଵିତୀୟ ଝିଅ ଓ ଖ୍ୟାତନାମା ଓଡ଼ିଆ ଲେଖକ ଜଗଦୀଶ ମହାନ୍ତିଙ୍କୁ ବିବାହ କରିଛନ୍ତି । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।[୫]
[ଏହାକୁ ବଦଳାନ୍ତୁ] ସାହିତ୍ୟ ସର୍ଜନା
[ଏହାକୁ ବଦଳାନ୍ତୁ] କ୍ଷୁଦ୍ର ଗଳ୍ପ
[ଏହାକୁ ବଦଳାନ୍ତୁ] ଓଡ଼ିଆ
- ସୁଖର ମୁହାଁମୁହିଁ (୧୯୮୧)
- ନିଜ ଗହୀରରେ ନିଜେ (୧୯୮୯)
- ଅମୃତର ପ୍ରତିକ୍ଷାରେ (୧୯୯୨)
- ଚଉକାଠ (୧୯୯୪)
- ତରଳି ଯାଉଥିବା ଦୁର୍ଗ (୧୯୯୫)
- ଦେଶାନ୍ତରି (୧୯୯୯)
- ଦୁଃଖ ଅପ୍ରମିତ (୨୦୦୬)
- ସୃଜନୀ ସରୋଜିନୀ (୨୦୦୮)
[ଏହାକୁ ବଦଳାନ୍ତୁ] ଇଂରାଜୀ
- Sarojini Sahoo Stories (୨୦୦୬) ISBN 81-89040-26-X
- Waiting for Manna (୨୦୦୮) ISBN 978-81-906956-0-2
[ଏହାକୁ ବଦଳାନ୍ତୁ] ହିନ୍ଦୀ
- ରେପ ତଥା ଅନ୍ୟ କାହାନିଆଁ (୨୦୧୦) ISBN 978-81-7028-921-0
[ଏହାକୁ ବଦଳାନ୍ତୁ] ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ୧୯୯୩
- ଝଙ୍କାର ପୁରସ୍କାର, ୧୯୯୨
- ଭୁବନେଶ୍ଵର ପୁସ୍ତକମେଳା ପୁରସ୍କାର, ୧୯୯୩
- ପ୍ରଜାତନ୍ତ୍ର ପୁରସ୍କାର, ୧୯୮୧,୧୯୯୩
- ଲାଡ଼ଲି ମେଡ଼ିଆ ଆବାର୍ଡ଼, ୨୦୧୧
[ଏହାକୁ ବଦଳାନ୍ତୁ] ଆଧାର
- ↑ Orissa Sahitya Akademy. Accessed 7 November 2010
- ↑ Oriya Nari . Accessed 7 November 2010
- ↑ Express Buzz. Accessed 7 November 2010
- ↑ Orissa Diary. Accessed 8 April 2010
- ↑ Official web site. Accessed 11 August 2007
|
||||||||||||||||||||||||||||||||||||||||||||||||