ଭୀମ ଭୋଇ
| ଭୀମ ଭୋଇ | |
|---|---|
![]() |
|
| ଜନ୍ମ | ୧୮୫୦ ବୈଶାଖ ପୂର୍ଣ୍ଣିମା ଗ୍ରଣଡିହ, ରେଢ଼ାଖୋଲ , ସମ୍ବଲପୁର |
| ତିରୋଧାନ | ୧୮୯୫ ଶିବ ଚତୁର୍ଦ୍ଦଶୀ |
| ବୃତ୍ତି | କବି |
| ଜାତୀୟତା | |
| ପ୍ରକାର | ଭକ୍ତି କବିତା |
ଭୀମ ଭୋଇ (୧୮୫୦-୧୮୯୫) ଭାରତର ଓଡ଼ିଶା ରାଜ୍ୟର ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ ଜନ୍ମ ନେଇଥିଲେ ।[୧][୨][୩] ସେ ଜଣେ ଓଡ଼ିଆ କବି ଓ ସତ୍ୟ ମହିମା ଧର୍ମର ପ୍ରତିଷ୍ଠାତା ଥିଲେ ।[୨]
ବିଷୟସୂଚୀ |
ଜୀବନ[ସମ୍ପାଦନା]
ଭୀମ ଭୋଇ ମଧ୍ୟଯୁଗର ଜଣେ କବି, ସେ ସନ୍ଥ-କବି ଭାବରେ ପରିଚିତ ଥିଲେ । ତାଙ୍କର ରଚନା ସବୁରେ ମାନବ ଧର୍ମ, ଦର୍ଶନ ଓ ଜୀବନ ଓ କାମ କରିବାର ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣନା କରାଯାଇଅଛି । କନ୍ଧ ସମ୍ପ୍ରଦାୟର ଏକ ଆଦିବାସୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । କୁହାଯାଏ ଯେ ବସନ୍ତ ରୋଗରେ ପୀଡିତହୋଇ ସେ ବାଲ୍ୟାବସ୍ଥାରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା । ସେ ନିଜର ସହଜାତ ପ୍ରତିଭା ବଳରେ ହିଁ ଏକ ସ୍ଵତନ୍ତ୍ର ଶୈଳୀରେ ସମଗ୍ର କବିତାବଳୀ ରଚନା କରିଛନ୍ତି । ସେ ସମୟରେ ଅନ୍ୟାନ୍ୟ କବିମାନଙ୍କ ଦ୍ଵାରା ତରୁଣ ତରୁଣୀଙ୍କ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଇତ୍ୟାଦି ବିଷୟରେ କବିତାମାନ ରଚିତ ହୋଇଥିବା ବେଳେ ଭୀମ ଭୋଇଙ୍କ ରଚନା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିଲା । ତାଙ୍କର ଭଜନ, ଜଣାଣ ଓ ଗୀତ ମାଧ୍ୟମରେ ସେ ମହିମା ଧର୍ମର ପ୍ରଚାର କରି ନିକଟ ଭବିଷ୍ୟତରେ ଏକ ସ୍ଵଚ୍ଛ, ସୁନ୍ଦର ଏବଂ ସତ୍ୟନିଷ୍ଠ ସମଜର ପ୍ରତିଷ୍ଠା ନିମନ୍ତେ ପ୍ରାର୍ଥନା କରିଛନ୍ତି । ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁ ଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ସେ ଖୁବ୍ ସରଳ ଓ ନିରାଡାମ୍ବର ଭାବରେ ଜୀବନ ଯାପନ କରି ମାନବ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ରଚନା ଅନୁଯାୟୀ କୌଣସି ଏକ ମହିମା ଗୋସାଇଁ ତାଙ୍କୁ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଖଲିଆପାଲି ଠାରେ ରେ ସତ୍ୟ ମହିମା ଧର୍ମର ବିକାଶରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏବେ ମଧ୍ୟ ଓଡ଼ିଶାଓ ଓଡ଼ିଶା ବାହାରେ ହଜାର ହଜାର ଲୋକ ମହିମା ଧର୍ମଦିକ୍ଷା ଗ୍ରହଣ କରିଛନ୍ତି ।
| “ | ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ |
” |
|
—ସନ୍ଥକବି ଭୀମଭୋଇ, ବାଣୀ |
||
ମାନବତାବାଦୀ ଚିନ୍ତାଧାରା[ସମ୍ପାଦନା]
ସନ୍ଥକବିଙ୍କର ମାନବତାବାଦୀ ଚିନ୍ତାଧାରା ତାଙ୍କର ନିମ୍ନସ୍ଥ ରଚନାରୁ ସଫା ବାରିହୁଏ ।
ଯେସନେକ ଜଳ ପବନର ଭେଦ ନାହିଁ,
ପୁରୁଷ ଯେତିକି ଯିବ ସ୍ତିରୀ ଯିବ ତହିଁ ।
ଯେସନେ ମାଟି ପଥର ସର୍ଜିଲା ଦଇବ,
ଏମାନଂକୁ ଭିନ୍ନାଭିନ୍ନ କରି କେ କହିବ ।
ଯେସନେକ କ୍ଷୁଧାତୃଷା ଛନ୍ତି ବେନି ମୂର୍ତୀ,
ଏକା ପାଖୁଡା ଗୋଟିକ ହୃଦେ ଫଳିଛନ୍ତି ।
ସେହିରୂପେ ପତିପତ୍ନୀ ଏକ ବ୍ରହ୍ମେ ଜାତ,
ଭିନ୍ନାଭିନ୍ନ ଯେ କରିବ କୁଳ ଯିବ ହତ ।
ଗୁରୁ ଦୁଆରକୁ ସର୍ବେ ଅଟନ୍ତି ସମାନ,
ସ୍ତିରୀ ବା ପୁରୁଷ ତହିଁ ନାହିଁ ବଡ଼ସାନ ।
ଟୀକା[ସମ୍ପାଦନା]
ଦ୍ରଷ୍ଟବ୍ୟ[ସମ୍ପାଦନା]
- Bannerjee, Ishita and Johannes Beltz 2008 (eds.), Popular Religion and Ascetic Practices. New studies on Mahima Dharma, New Delhi: Manohar Publishers.
- Bäumer, Bettina and Johannes Beltz 2010 (eds.), Verses from the Void: Mystic poetry of an Oriya saint, New Delhi: Manohar Publishers.
- Beltz, Johannes. 2003. “Bhima Bhoi: The making of a modern saint”, A. Copley (ed.) Hindu Nationalism and Religious Reform Movements, New Delhi: OUP, pp. 230–253.
- Bhima Bhoi. 1992. Bhaktakavi Bhimabhoi Granthavali. Edited by Karunakar Sahu and published by Vidhyadhar Sahu. Cuttack: Dharmagrantha Store.
- Mahapatra, Sitakant. 1983. Bhima Bhoi. New Delhi: Sahitya Akademi (Makers of Indian Literature).
|
||||||||||||||||||||||||||||||||||||||||||||||||
