ପ୍ରତିଭା ରାୟ

ଉଇକିପିଡ଼ିଆ ରୁ
ପଦ୍ମଶ୍ରୀ ପ୍ରତିଭା ରାୟ
ଜନ୍ମ ୨୧ ଜାନୁଆରି ୧୯୪୩ (1943-01-21) (୭୧ ବର୍ଷ)
ଅଳାବୋଳ, ଜଗତସିଂହପୁର ଜିଲ୍ଲା
ବୃତ୍ତି ଗାଳ୍ପିକ, ଔପନ୍ୟାସିକ
ଭାଷା ଓଡ଼ିଆ
ଜାତୀୟତା  ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ସ୍ନାତ୍ତକୋତ୍ତର (ଶିକ୍ଷା),
ଡକ୍ଟରେଟ (ଶୈକ୍ଷିକ ମନସ୍ତତ୍ତ୍ଵ) [୧]
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ
ଆଖିଦୃଶିଆ କାମ ଯାଜ୍ଞସେନୀ, ଶିଳାପଦ୍ମ
ପୁରସ୍କାର ଜ୍ଞାନପୀଠ ପୁରସ୍କାର, ସାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନ ସାଥି ଅକ୍ଷୟ ଚନ୍ଦ୍ର ରାୟ
ସନ୍ତାନ ଆଦ୍ୟାଶା, ଅନ୍ଵେଷ, ଅୟସକାନ୍ତ

pratibharay.org

ପ୍ରତିଭା ରାୟ ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ୨୧ ଜାନୁଆରୀ ୧୯୪୩ ମସିହାରେ ଜନ୍ମ ଲାଭ କରିଥିଲେ ।[୨] ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଦେଶର ସପ୍ତମ ମହିଳା ଲେଖକ ।[୩] ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ଵୀକୃତି ଲାଭ କରିଥିଲା ।[୪] ଶ୍ରୀମତୀ ରାୟ ତାଙ୍କର ଯାଜ୍ଞସେନୀ (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।[୫] ପରବର୍ତ୍ତୀ ସମୟରେ ଏହା ସାତଟି ଭାଷାରେ ଅନୁବାଦିତ ହୋଇଥିଲା ।[୬]

ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ରାୟ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ରାଜ୍ୟ ସରକାରଙ୍କଠାରୁ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ରେ ସଦସ୍ୟ ଭାବେ ଯୋଗଦାନ କରିଥିଲେ ।[୭]

ସାହିତ୍ୟ ସର୍ଜନା[ସମ୍ପାଦନା]

ଶ୍ରୀମତୀ ରାୟ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୦ଟି ଭ୍ରମଣ କାହାଣୀ, ୨ଟି କବିତା ସଂକଳନ ଓ ଅନେକ ପ୍ରବନ୍ଧର ରଚୟିତା ।[୮]

ଉପନ୍ୟାସ[ସମ୍ପାଦନା]

  • ବର୍ଷା ବସନ୍ତ ବୈଶାଖ, ୧୯୭୪
  • ଅରଣ୍ୟ, ୧୯୭୭
  • ନିଷିଦ୍ଧ ପୃଥିବୀ, ୧୯୭୮
  • ପରିଚୟ, ୧୯୭୯
  • ଅପରିଚିତା, ୧୯୭୯
  • ପୂଣ୍ୟତୋୟା, ୧୯୭୯
  • ମେଘମେଦୁର, ୧୯୮୦
  • ଆଶାବରୀ, ୧୯୮୦
  • ଅୟମାରମ୍ଭ, ୧୯୮୧
  • ନିଳତୃଷ୍ଣା, ୧୯୮୧
  • ସମୁଦ୍ରର ସ୍ଵର, ୧୯୮୨
  • ଶିଳାପଦ୍ମ
  • ଯାଜ୍ଞସେନୀ, ୧୯୮୪
  • ଦେହାତୀତ, ୧୯୮୬
  • ଉତ୍ତରମାର୍ଗ, ୧୯୮୮
  • ଆଦିଭୂମି
  • ମହାମୋହ, ୧୯୯୮
  • ମଗ୍ନମାଟି, ୨୦୦୪

ଗଳ୍ପ[ସମ୍ପାଦନା]

  • ସାମାନ୍ୟ କଥନ, ୧୯୭୮
  • ଗଙ୍ଗଶିଉଳି, ୧୯୭୯
  • ଅସମାପ୍ତ, ୧୯୮୦
  • ଐକତାନ, ୧୯୮୧
  • ଅନାବନା, ୧୯୮୩
  • ହାତବାକ୍ସ, ୧୯୮୩
  • ଘାସ ଓ ଆକାଶ
  • ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା, ୧୯୮୪
  • ଶ୍ରେଷ୍ଠ ଗଳ୍ପ, ୧୯୮୪
  • ଅବ୍ୟକ୍ତ, ୧୯୮୬
  • ଇତିବୃତି, ୧୯୮୭
  • ହରିତପତ୍ର, ୧୯୮୯
  • ପୃଥକ ଇଶ୍ଵର, ୧୯୯୧
  • ଭଗବାନର ଦେଶ, ୧୯୯୧
  • ମନୁଷ୍ୟ ସ୍ଵର, ୧୯୯୨
  • ସ୍ଵନିର୍ବାଚିତ ଶ୍ରେଷ୍ଠ ଗଳ୍ପ, ୧୯୯୪
  • ଷଷ୍ଠସତୀ, ୧୯୯୬
  • ମୋକ୍ଷ, ୧୯୯୬
  • ଉଲ୍ଲଂଘନ, ୧୯୯୮
  • ନିବେଦନମିଦମ, ୨୦୦୦
  • ଗାନ୍ଧୀ, ୨୦୦୨
  • ଝୋଟି ପକା କାନ୍ତ, ୨୦୦୬

ଭ୍ରମଣ କାହାଣୀ[ସମ୍ପାଦନା]

  • ମୈତ୍ରୀ ପାଦପର ଶାଖା ପ୍ରଶାଖା (ଋଷିଆ), ୧୯୯୦
  • ଦୂର ଦ୍ଵିବିଧ (ଇଂଲଣ୍ଡ, ଫ୍ରାନ୍ସ), ୧୯୯୯
  • ଅପରାଧିର ସ୍ଵେଦ (ଅଷ୍ଟ୍ରେଲିଆ), ୨୦୦୦

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଜ୍ଞାନପୀଠ (୨୦୧୧)[୯]
  • ପଦ୍ମଶ୍ରୀ (୨୦୦୭)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୦, ଉଲ୍ଲଙ୍ଘନ)
  • ମୂର୍ତ୍ତୀଦେବୀ ସମ୍ମାନ (୧୯୯୧, ଯାଜ୍ଞସେନୀ)
  • ସାରଳା ପୁରସ୍କାର (୧୯୯୦, ଯାଜ୍ଞସେନୀ)
  • ଓଡ଼ିଶା ସାହିତ୍ୟ ଏକାଡେମୀ (୧୯୮୫, ଶିଳାପଦ୍ମ)

ଆଧାର[ସମ୍ପାଦନା]

  1. Gulati, Varun (2009). "Language in India". languageinindia.com. http://www.languageinindia.com/july2009/pratibhashortstory.html. Retrieved 28 December 2012. "an M.A. in Education and Ph.D. in Educational Psychology" 
  2. "Manorama Online | Odia writer Pratibha Ray selected for Jnanpith award". english.manoramaonline.com. 2012. http://english.manoramaonline.com/cgi-bin/MMOnline.dll/portal/ep/contentView.do?channelId=&contentId=13111755&programId=1073750974&tabId=1&contentType=EDITORIAL. Retrieved 28 December 2012. "Dr. Ray was born in Alabol, a village in Jagatsingpur district, Odisha." 
  3. "Dr Pratibha Ray to receive Jnanpith. 4th Odia to receive one | Odisha Reporter". odishareporter.in. http://www.odishareporter.in/?p=7167. Retrieved 28 December 2012. "Before Dr. Ray, noted odia writer Gopinath Mohanty, Sachidananda Routray and Dr Sitakant Mohapatra had bagged this coveted award for their literary contribution." 
  4. "Odisha: Eminent fiction writer Dr Pratibha Ray to receive coveted Jnanpith Award, Oriya Orbit". orissadiary.com. 2012. http://www.orissadiary.com/ShowOriyaOrbit.asp?id=38514. Retrieved 28 December 2012. "her first novel as a novice, titled “Barsha-Basanta-Baishakha” (The Rain, Spring and Summer, 1974) which immediately captured the hearts of Odia readers." 
  5. Balakrishnan, Hariharan (2007). "The Hindu : Literary Review / Personality : 'The sky is not the limit'". hindu.com. http://www.hindu.com/lr/2007/04/01/stories/2007040100260600.htm. Retrieved 28 December 2012. "first woman to win the Jnanpith Moorti Devi Award." 
  6. "Oriya writer Pratibha Roy to receive Amrita Keerti Award - Oneindia News". news.oneindia.in. 2006. http://news.oneindia.in/2006/09/22/oriya-writer-pratibha-roy-to-receive-amrita-keerti-award-1158933153.html. Retrieved 28 December 2012. "It has been translated into seven languages so far and won for the authoress Bharatiya Jnanpith Trust's Moorti Devi Award and Sarala Award of Orissa in 1990." 
  7. Parida, Saumya (2012). "Educational News, Orissa, Odisha: Eminent fiction writer Dr Pratibha Ray to receive coveted Jnanpith Award". indiaeducationdiary.in. http://indiaeducationdiary.in/Orissa/shownews.asp?newsid=18292. Retrieved 28 December 2012. "She took voluntary retirement as a Professor of Education from State Government Service in 1998 and joined as Member, Public Service Commission of Odisha State" 
  8. "Oriya novelist is Jnanpith award winner". deccanherald.com. 2012. http://www.deccanherald.com/content/301322/oriya-novelist-jnanpith-award-winner.html. Retrieved 28 December 2012. "Ray has 20 novels, 24 short stories, 10 travelogues, two poetry collections and a number of essays to her credit." 
  9. Sahoo, - Akshaya Kumar (2012). "Jnanpith award for Oriya novelist | The Asian Age". asianage.com. http://www.asianage.com/india/jnanpith-award-oriya-novelist-928. Retrieved 28 December 2012. "Pratibha Ray, a leading Oriya novelist and academician, who was on Thursday named for the prestigious Jnanpith Award for the year 2011" 

ଅଧିକ ତଥ୍ୟ[ସମ୍ପାଦନା]