ନନ୍ଦ କିଶୋର ବଳ
| ନନ୍ଦ କିଶୋର ବଳ | |
|---|---|
| ଜନ୍ମ | ୨୨ ଡିସେମ୍ବର ୧୮୭୫ କୁସୁପୁର, କଟକ, ଓଡ଼ିଶା |
| ତିରୋଧାନ | ୧ ଜୁଲାଇ, ୧୯୨୮ (୫୨ ବର୍ଷ) |
| ଲେଖା ନାଆଁ | ପଲ୍ଲୀକବି |
| ଭାଷା | ଓଡ଼ିଆ |
| ଜାତୀୟତା | |
| ଆଞ୍ଚଳିକତା | ଓଡ଼ିଆ |
| ନାଗରିକତା | |
| ପ୍ରକାର | କବି |
ପଲ୍ଲୀକବି ନନ୍ଦ କିଶୋର ବଳ (୨୨ ଡିସେମ୍ବର ୧୮୭୫-୧ ଜୁଲାଇ ୧୯୨୮) ଓଡ଼ିଆ ସାହିତ୍ୟର ପ୍ରାକ-ଆଧୁନିକ କାଳର ଜଣେ କବି ଥିଲେ । ତାଙ୍କ ରଚନା ବଳୀରେ ଓଡ଼ିଶା ଗାଆଁଗଣ୍ଡାର ସୌନ୍ଦର୍ଯ୍ୟ ଫୁଟିଉଠିଥାଏ । ପଲ୍ଲୀପ୍ରକୃତିର ରଚୟିତା ଏହି ମହାନ କବିଙ୍କୁ ଶ୍ରଦ୍ଧାରେ ପଲ୍ଲୀ କବି ବୋଲି ସମ୍ବୋଧନ କରାଯାଇଥାଏ ।[୧]
ଜୀବନକାଳ[ସମ୍ପାଦନା]
ସେ ଓଡ଼ିଶାର କଟକ ଜିଲା ଅନ୍ତର୍ଗତ କୁସୁପୁର ଗାଆଁରେ ଜନ୍ମଗ୍ରହଣ କରିଥିଲେ ।
ରଚନାବଳୀ[ସମ୍ପାଦନା]
ତାଙ୍କର ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟିଉଠିଥାଏ । ତାଙ୍କ ରଚିତ ନିର୍ଝରିଣୀ, ପଲ୍ଲୀ ଚିତ୍ର, ବସନ୍ତ କୋକିଳ, ତରଙ୍ଗିଣୀ, ଚାରୁଚିତ୍ର, ନିର୍ମାଲ୍ୟ (କବିତା), ପ୍ରଭାତ ସଙ୍ଗୀତ , ସାନ୍ଧ୍ୟ ସଙ୍ଗୀତ, କୃଷ୍ଣ କୁମାରୀ ଓ ଶର୍ମିଷ୍ଠା ଆଦି ଅନ୍ୟତମ । ପିଲା ମାନଙ୍କ ପାଇ ତାଙ୍କଦ୍ଵରା ରଚିତ ନାନା ବାୟା ଗୀତ ଓଡିଶା ର ପୁରପଲ୍ଲି ରେ ବେଶ୍ ପ୍ରଚଳିତ । ସେ ୧୦୦ରୁ ଅଧିକ ସନେଟ ମଧ୍ୟ ଲେଖିଯାଇଛନ୍ତି । ତାଙ୍କ ସନେଟ ଗୁଡ଼ିକ ପ୍ରକୃତି ଓ ଜନଜୀବନର ଛବିରେ ପୁଷ୍ଟ ।
୧୯୨୫ରେ ସେ କନକଲତା (ଉପନ୍ୟାସ) ନାଆଁରେ ଉପନ୍ୟାସଟିଏ ମଧ୍ୟ ରଚିଯାଇଛନ୍ତି । ଏହା ଧାରାବାହିକ ଭାବରେ ୧୯୧୩ରେ ଉତ୍କଳ ସାହିତ୍ୟ ପତ୍ରିକା ରେ ପ୍ରକାଶିତ ହେଉଥିଲା । ଗାଉଁଲି ସରଳ ଜୀବନକୁ ଯୌତୁକ ଓ ବାଳବିବାହ କିପରି କଳୁଷିତ କରିଥାଏ ତାହାର ଛବି ଏଥିରୁ ଦେଖିବାକୁ ମିଳିଥାଏ ।
ଆଧାର[ସମ୍ପାଦନା]
|
||||||||||||||||||||||||||||||||||||||||||||||||