ପ୍ରଫୁଲ୍ଲ କର

ଉଇକିପିଡ଼ିଆ ରୁ
ପ୍ରଫୁଲ୍ଲ କର
ପ୍ରାର୍ଥନା ଟିଭି ଦ୍ଵାରା ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟାରେ ପ୍ରଫୁଲ୍ଲ କର
ଜନ୍ମ ଓ ଜନ୍ମସ୍ଥାନ ୨ ଫେବୃଆରୀ ୧୯୩୯ (1939-02-02) (୭୫ ବର୍ଷ)
ପୁରୀ, ଓଡ଼ିଶା
ରହିଥିବା ଜାଗା ୬୦, ସତ୍ୟନଗର, ଭୁବନେଶ୍ୱର
ଜାତୀୟତା  ଭାରତୀୟ
ଶିକ୍ଷା ସ୍ନାତକ (ଆଇନ‌), ସଂଗୀତ ବିଶାରଦ
ସ୍କୁଲ/କଲେଜ ଉତ୍କଳ ବିଶ୍ଵବିଦ୍ୟାଳୟ, ଗନ୍ଧର୍ବ ମହାବିଦ୍ୟାଳୟ
ପ୍ରସିଦ୍ଧି ଓଡ଼ିଆ ଗାୟକ ଓ ସଂଗୀତକାର[୧], ଗୀତିକାର, ଗାଳ୍ପିକ, ସ୍ଥମ୍ବକାର
ଧର୍ମ ହିନ୍ଦୁ ଧର୍ମ
ସନ୍ତାନ ମହାପ୍ରସାଦ କର[୨]
ବାପା ମା ବୈଦ୍ୟନାଥ କର
ସୁଶୀଳା କର
ୱେବସାଇଟ
ପ୍ରଫୁଲ୍ଲ କର.କମ

ପ୍ରଫୁଲ୍ଲ କର, ଓଡ଼ିଶାର ପୁରୀଠାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତକାର, ଗାୟକ[୩], ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ।[୪] [୫]

ବାଲ୍ୟ ଜୀବନ[ସମ୍ପାଦନା]

ପ୍ରଫୁଲ୍ଲ କର୦୨ ଫେବୃଆରୀ ୧୯୩୯ ମସିହାରେ, ପୁରୀଠାରେ[୨] ପିତା ବୈଦ୍ୟନାଥ କର ଓ ମାତା ସୁଶିଳା କରଙ୍କ ଠାରୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାରରେ ସଂଗୀତମୟ ପରିବେଶ ଥିଲା । ତାଙ୍କ ପିତାଙ୍କର ବଡ଼ ଭାଇ କ୍ଷେତ୍ରମୋହନ କର ଜଣେ ବିଶିଷ୍ଟ ତବଲାବାଦକ ଥିଲେ ଏବଂ ତାଙ୍କରି ଯୋଗୁ ହୀରାବାଈ ବରୋଡେକର, ପଣ୍ଡିତ ଓଁକାରନାଥ ଠାକୁର, ପନ୍ନାଲାଲ ବୋଷ, ପ୍ରସୂନ ବାନାର୍ଜୀ, ରାଧିକାମୋହନ ମୈତ୍ର, ଏ.କାନନ୍, ମାଳବୀକା କାନନ ଆଦି ସେ ସମୟର ପ୍ରଖ୍ୟାତ କଳାକାର ମାନଙ୍କର ତାଙ୍କ ଘରକୁ ଯିବା ଆସିବା ଥିଲା । ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ବଡ଼ ବଡ଼ ସଙ୍ଗୀତଜ୍ଞ ମାନଙ୍କୁ ଶୁଣିବାକୁ ସୁଯୋଗ ପାଇଥିଲେ ଓ ଏହାର ଗଭୀର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁ ଘରେ ତାଙ୍କର ଲାଳନ ପାଳନ ହୋଇଥିଲା । ଅଜା, ଭଗବାନ ମିଶ୍ର ଓ ଆଈ ଅପର୍ଣ୍ଣା ଦେବୀଙ୍କ ଦ୍ଵାରା ଏକ ବୌଦ୍ଧିକ ଏବଂ ଧାର୍ମିକ ପରିବେଶରେ ସେ ବଢିଥିଲେ ।

ଶିକ୍ଷା[ସମ୍ପାଦନା]

ପ୍ରଫୁଲ୍ଲ କର ଉତ୍କଳ ବିଶ୍ଵବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଛନ୍ତି । ପରବର୍ତି ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ.ଭି.ଏସ.ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ସଂଗୀତ ବିଶାରଦ ଉପାଧି ହାସଲ କରିଛନ୍ତି ।

କର୍ମଜୀବନ[ସମ୍ପାଦନା]

ପ୍ରଫୁଲ୍ଲ କର ନିଜର ପେଷାଦାର ସଙ୍ଗୀତ ଜୀବନ ୧୯୬୦ ମସିହାରେ ଆରମ୍ଭ କରିଥିଲେ ଏବଂ ଖୁବ ଶିଘ୍ର ନିଜକୁ ଆକାଶବାଣୀ (ଗ୍ରେଡ-ଏ) ଓ ଟେଲିଭିଜନର ଜଣେ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଓ ଗୀତିକାର ଭାବରେ ନିଜର ସ୍ଥିତି ସୁଦୃଢ଼ କରିପାରିଥିଲେ ।

ପ୍ରଫୁଲ୍ଲ କର ପ୍ରାୟ ୭୦ ରୁ ଅଧିକ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।[୬] ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପାରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାକୁ ବହୁବାର ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚିତ୍ର ପୁରସ୍କାର ଲାଭ କରିଛନ୍ତି ।

ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅନୁରାଧା ପୌଡ଼ୱାଳ, ଊଷା ମଙ୍ଗେସକର, କବିତା କୃଷ୍ନାମୁର୍ତୀ, ସୁରେସ ୱାଡେକର, ମହମ୍ମଦ ଅଜିଜ, ଅମିତ କୁମାର, ବାଣି ଜୟରାମ, ଏସ.ଜାନକୀ, ଆର. ସୁଶୀଳା, ଚିତ୍ରା, ସ୍ଵର୍ଣଲତା, ୟେଶୁ ଦାସ, ଏସ.ପି. ବାଳସୁବ୍ରମଣୟମ, ମନୁ, ଆରତୀ ମୁଖର୍ଜୀ,ନିର୍ମଳା ମିଶ୍ର, ସିପ୍ରା ବୋଷ, ଅଜୟ ଚକ୍ରବର୍ତି, ହୈମୟନ୍ତି ଶୁକ୍ଳା ପ୍ରଭୃତି ବହୁ ଜାତୀୟ ସ୍ଥରର ଗାୟକମାନେ ଓଡ଼ିଆ ସିନେମା କଣ୍ଠଦାନ କରିଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବହୁ ଗାୟକ/ଗାୟିକା ମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିପାରିଛନ୍ତି ଓ ବହୁ ସମ୍ମାନ ଲାଭ କରିଛନ୍ତି ।

ଚଳଚିତ୍ର ସଙ୍ଗୀତ ବ୍ୟତିତ ଅନ୍ୟ ସଙ୍ଗୀତ ମାଧ୍ୟମରେ ମଧ୍ୟ ସେ ବହୁଳ ଅବଦାନ ଦେଇଆସିଛନ୍ତି ।

  • ଓଡ଼ିଆ ଭାଗବତ - ଏଚ୍.ଏମ୍.ଭି କମ୍ପାନୀ ଦ୍ଵାରା ନିର୍ମିତ, ୭ଟି ଅଡ଼ିଓ କ୍ୟାସେଟ
  • ଓଡ଼ିଆ ଛନ୍ଦ - ଓଡ଼ିଶୀ ଅନୁସନ୍ଧାନ କେନ୍ଦ୍ର ଦ୍ଵାରା ନିର୍ମିତ, ପାରମ୍ପାରିକ ଓଡ଼ିଆ ସଙ୍ଗୀତର ୩ଟି ଅଡିଓ କ୍ୟାସେଟ
  • କୃତାଞ୍ଜଳି - ଏଚ୍.ଏମ୍.ଭି କମ୍ପାନୀ ଦ୍ଵାରା ନିର୍ମିତ, ଦୃଷ୍ଟିହୀନ ଗାୟକ ମାନଙ୍କ ଦ୍ଵାର ପରିବେଷିତ ଆଲବମ
  • ଦେଶତ୍ମାବୋଧକ ସଙ୍ଗୀତ - ଓଡ଼ିଶା ସରକାରଙ୍କ ଦ୍ଵାରା ନିର୍ମିତ, ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ମାନଙ୍କ ଦ୍ଵାରା ଲିଖିତ ଆଲବମ

ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । ବିଭିନ୍ନ ଓଡ଼ିଶୀ ନୃତ୍ୟ ଗୁରୁମାନଙ୍କ ସହ ମିଶି, ସେ ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

  • ଶ୍ରୀ କେଳୁଚରଣ ମହାପାତ୍ର- ଯାଜ୍ଞସେନୀ
  • ଶ୍ରୀ କେଳୁଚରଣ ମହାପାତ୍ର- ଲାବଣ୍ୟବତୀ
  • ଶ୍ରୀ କେଳୁଚରଣ ମହାପାତ୍ର- ଅଶୋକ
  • ଶ୍ରୀ କେଳୁଚରଣ ମହାପାତ୍ର- ଏକଲବ୍ୟ
  • ଶ୍ରୀ କେଳୁଚରଣ ମହାପାତ୍ର- ସ୍ଵପ୍ନନାୟିକା
  • ଶ୍ରୀମତି ଶର୍ମିଳା ବିଶ୍ଵାସ - ସମ୍ପୂର୍ଣା
  • ଶ୍ରୀମତି ଶର୍ମିଳା ବିଶ୍ଵାସ - କଥା ସୁପର୍ଣଖା
  • ଶ୍ରୀମତି ଶର୍ମିଳା ବିଶ୍ଵାସ - ପଞ୍ଚଭୂତ
  • ଶ୍ରୀମତି ଶର୍ମୀଳା ବିଶ୍ଵାସ - ମୂର୍ଛନା
  • ଶ୍ରୀମତି ଶର୍ମିଳା ବିଶ୍ଵାସ - ଜଗନ୍ନାଥ ପ୍ରିୟ ନାଟକମ୍
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - ଦେବୀ ନୃତ୍ୟ
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - ଅରଣ୍ୟ
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - ମହାପ୍ରଳୟ
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - ଜୟ ଯାତ୍ରା
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - ଭକ୍ତ ଦାସିଆ
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - କ୍ରାନ୍ତି
  • ଶ୍ରୀ ଗଙ୍ଗାଧର ପ୍ରଧାନ - ମାନ ଭଞ୍ଜନ
  • ଶ୍ରୀମତି ଇଲିନା ସିତାରିସ୍ତି- ଶିବ ତାଣ୍ଡବ
  • ଶ୍ରୀମତି ଇଲିନା ସିତାରିସ୍ତି- ବକୁଳ ଭରଣ ପଲ୍ଲବୀ
  • ଶ୍ରୀମତି ସନ୍ଧ୍ୟାଦୀପା କର- ମାଳଶ୍ରୀ
  • ଶ୍ରୀମତି ସନ୍ଧ୍ୟାଦୀପା କର- ଆରଭୀ ପଲ୍ଲବୀ

ସଙ୍ଗୀତ ବ୍ୟତିତ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଆସିଛି । ଦୈନିକ ଖବର କାଗଜ ଧରିତ୍ରୀ ରେ ସେ ନିୟମିତ ସ୍ତମ୍ଭକାର ଭାବରେ ଲେଖିଆସୁଛନ୍ତି । ଏହି ଲେଖାଗୁଡିକ 'ସାଁଉଟା କାହାଣୀ' ନାମକ ପୁସ୍ତକରେ ମଧ୍ୟ ପ୍ରକାଶ ପାଇସାରିଛି । 'ଆଜ୍ଞାମାଳ' ଓ 'କୃପାଜଳ' ନାମରେ ତାଙ୍କ ରଚିତ ଦୁଇଟି ଭଜନ ପୁସ୍ତକ ମଧ୍ୟ ପ୍ରକାଶ ପାଇସାରିଛି । ପ୍ରଫୁଲ୍ଲ କର ବର୍ତମାନ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମର୍ଯ୍ୟଦା ଦେବାପାଇଁ ଚେଷ୍ଟିତ ଅଛନ୍ତି ।

ପ୍ରଫୁଲ୍ଲ କରଙ୍କ ସମ୍ମାନରେ ୨୦୦୭ ମସିହାରୁ ତାଙ୍କ ନାମରେ ଏକ ଫାଉଣ୍ଡେସନ ଗଠନ କରାଯାଇଛି ଓ ଏହି ଫାଉଣ୍ଡେସନ ତରଫରୁ ୨୦୦୮ ମସିହାରୁ ପ୍ରଫୁଲ୍ଲ କର ସମ୍ମାନ ପ୍ରଦାନ କରାଯାଉଛି । ଏ ପର୍ଯ୍ୟନ୍ତ, ଅକ୍ଷୟ ମହାନ୍ତି(୨୦୦୮)[୭], ଶାନ୍ତନୁ ମହାପାତ୍ର(୨୦୦୯)[୭], ପ୍ରଣବ ପଟ୍ଟନାୟକ(୨୦୧୧)[୮], ଚିତ୍ତ ଜେନା(୨୦୧୨)[୯] ଏହି ସମ୍ମାନ ଲାଭ କରିସାରିଛନ୍ତି ।

ଓଡ଼ିଆ କଥାଚିତ୍ରକୁ ଅବଦାନ[ସମ୍ପାଦନା]

କଥାଚିତ୍ର ଭୂମିକା ନିର୍ଦ୍ଦେଶକ ବର୍ଷ ପୁରସ୍କାର
ଏମିତି ଭାଇ ଜଗତେ ନାହିଁ ସଙ୍ଗୀତକାର ପ୍ରଶାନ୍ତ ନନ୍ଦ ୧୯୯୪
ନାଗଜ୍ୟୋତି ସଙ୍ଗୀତକାର ରାମନାରାୟଣ ୧୯୯୪
ପାଚେରୀ ଉଠିଲା ମଝି ଦୁଆରୁ ସଙ୍ଗୀତକାର ବିଜୟ ଭାସ୍କର ୧୯୯୪
ଆଶା ସଙ୍ଗୀତକାର ଶାନ୍ତନୁ ମିଶ୍ର ୧୯୯୩
ନାଗ ପଞ୍ଚମୀ ସଙ୍ଗୀତକାର ବିଜୟ ଭାସ୍କର ୧୯୯୨
ପ୍ରୀତି ର ଇତି ସଙ୍ଗୀତକାର ରଘୁ ମିଶ୍ର ୧୯୯୨
ବସ୍ତ୍ର ହରଣ ସଙ୍ଗୀତକାର ଶିଶିର ମିଶ୍ର ୧୯୯୧
ଭୂଲି ହୁଏନା ସଙ୍ଗୀତକାର ବିଜୟ ମହାନ୍ତି ୧୯୮୭
ତୁଣ୍ଡ ବାଇଦ ସଙ୍ଗୀତକାର ଗୋବିନ୍ଦ ତେଜ ୧୯୮୭
ଛ ମାଣ ଆଠ ଗୁଣ୍ଠ ସଙ୍ଗୀତକାର ପାର୍ବତୀ ଘୋଷ ୧୯୮୬
ସଂସାର ସଙ୍ଗୀତକାର ଗୌର ଘୋଷ,ପାର୍ବତୀ ଘୋଷ ୧୯୮୬
ଗୃହଲକ୍ଷ୍ମୀ ସଙ୍ଗୀତକାର ସି.ଏସ.ଆର.ରାଓ ୧୯୮୫ ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟିକା- ଗୀତା ଦାସ
ପୂଜାଫୁଲ ସଙ୍ଗୀତକାର ଜେ. ଏଚ୍. ସତ୍ତାର ୧୯୮୫
ସମୟ ବଡ଼ ବଳବାନ ସଙ୍ଗୀତକାର ଶିଶିର ମିଶ୍ର ୧୯୮୫
ସ୍କୁଲ ମାଷ୍ଟର ସଙ୍ଗୀତକାର ୧୯୮୫ ରାଜ୍ୟ ପୁରସ୍କାର
: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା- ପ୍ରଫୁଲ୍ଲ କର
:ଶ୍ରେଷ୍ଠ ଗାୟକ- ଅଜୟ ଚକ୍ରବର୍ତ୍ତୀ
ଜନନୀ ସଙ୍ଗୀତକାର ମହମ୍ମଦ ମହସୀନ ୧୯୮୪
ପ୍ରତିଧ୍ଵନି ସଙ୍ଗୀତକାର ପି.ସି.ଦାସ ୧୯୮୪
ରାମ ରହିମ ସଙ୍ଗୀତକାର ସୁଶିଲ ମୁଖାର୍ଜୀ ୧୯୮୩
ହିସାବ ନିକାଶ ସଙ୍ଗୀତକାର ପ୍ରଶାନ୍ତ ନନ୍ଦ ୧୯୮୨
ଜ୍ଵାଇଁ ପୁଅ ସଙ୍ଗୀତକାର, ଗୀତିକାର ଦିନେନ ଗୁପ୍ତା ୧୯୮୨
ମୁଁ ତୁମେ ଓ ସେ ସଙ୍ଗୀତକାର, ଗୀତିକାର କୁମାର ଆନନ୍ଦ ୧୯୮୨
ବିଶ୍ଵ ମଙ୍ଗଳ ସଙ୍ଗୀତକାର, ଗୀତିକାର ଜେ.ଏଚ.ସତାର ୧୯୮୨
ଦେବଜାନୀ ସଙ୍ଗୀତକାର ବ୍ୟୋମକେଶ ତ୍ରିପାଠୀ ୧୯୮୨ ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟିକା- ବାଣୀ ଜୟରାମ
ମାନସୀ ସଙ୍ଗୀତକାର, ଗୀତିକାର ମଳୟ ମିତ୍ର ୧୯୮୨
ପୂଜା ସଙ୍ଗୀତକାର,ଗାୟକ ପ୍ରଶାନ୍ତ ନନ୍ଦ ୧୯୮୨
ମା ଓ ମମତା ସଙ୍ଗୀତକାର ପ୍ରଶାନ୍ତ ନନ୍ଦ ୧୯୮୨
ରାମାୟଣ ସଙ୍ଗୀତକାର ଗୋବିନ୍ଦ ତେଜ ୧୯୮୦
ରାମ ବଳରାମ ସଙ୍ଗୀତକାର, ଗୀତିକାର ଏ. ସଞୀବ ୧୯୮୦
ସିତା ଲବ କୁସ ସଙ୍ଗୀତକାର ଏସ.ଜଗଦୀଷ ଚନ୍ଦ୍ରା ୧୯୮୦ ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା
ତପସ୍ୟା ସଙ୍ଗୀତକାର, ଗୀତିକାର ନଗେନ ରାୟ ୧୯୮୦ ରାଜ୍ୟ ପୁରସ୍କାର
: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା- ପ୍ରଫୁଲ୍ଲ କର
: ଶ୍ରେଷ୍ଠ ଗାୟକ-ପ୍ରଣବ ପଟ୍ଟନାୟକ
ଗୌରୀ ସଙ୍ଗୀତକାର, ଗୀତିକାର ଧୀର ବିଶ୍ଵାଳ ୧୯୮୦
ମଥୁରା ବିଜୟ ସଙ୍ଗୀତକାର, ଗୀତିକାର ଏ ସଞ୍ଜିବୀ ୧୯୭୯
ବଳିଦାନ ପ୍ରଚ୍ଛଦପଟ୍ଟ ଗାୟକ ପ୍ରଶାନ୍ତ ନନ୍ଦ ୧୯୭୮ ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟକ- ପ୍ରଫୁଲ୍ଲ କର
ସତୀ ଅନୁସୂୟା ପ୍ରଚ୍ଛଦପଟ୍ଟ ଗାୟକ,ଗୀତିକାର ଏ ସଞ୍ଜିବା. ରାଓ ୧୯୭୮ ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା
ସୁଜାତା ପ୍ରଚ୍ଛଦପଟ୍ଟ ଗାୟକ,ଗୀତିକାର ବିଶ୍ଵଜୀତ ଦାସ ୧୯୭୮
ମୁକ୍ତି ସଙ୍ଗୀତକାର, ଗୀତିକାର ବ୍ୟୋମକେଶ ତ୍ରିପାଠୀ ୧୯୭୭ ରାଜ୍ୟ ପୁରସ୍କାର
: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା- ପ୍ରଫୁଲ୍ଲ କର
: ଶ୍ରେଷ୍ଠ ଗାୟକ- ରଘୁନାଥ ପାଣିଗ୍ରାହୀ
ବନ୍ଧୁ ମହାନ୍ତି ସଙ୍ଗୀତକାର ନିତାଇ ପାଲିତ ୧୯୭୭ ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା
ବତୀଘର ସଙ୍ଗୀତକାର ଅନନ୍ତ ମହାପାତ୍ର ୧୯୭୬
ସିନ୍ଦୂର ବିନ୍ଦୁ ସଙ୍ଗୀତକାର ଶିଶିର ମିଶ୍ର ୧୯୭୬ ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟକ-ପ୍ରଣବ ପଟ୍ଟନାୟକ
ଶେଷ ଶ୍ରାବଣ ସଙ୍ଗୀତକାର ପ୍ରଶାନ୍ତ ନନ୍ଦ ୧୯୭୬ ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା
ମମତା ସଙ୍ଗୀତକାର ବ୍ୟୋମକେଶ ତ୍ରିପାଠୀ ୧୯୭୫ ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା

ସମ୍ମାନ[ସମ୍ପାଦନା]

ଉପାଧି[ସମ୍ପାଦନା]

  • ପଦ୍ମ କେଶରୀ - ଚିନ୍ତା ଓ ଚେତନା
  • ସଙ୍ଗୀତ ଭୂଷଣ - ଉତ୍କଳ ଯୁବ ସାଂସ୍କୃତିକ ସଂଘ
  • ଉତ୍କଳ ଜ୍ୟୋତି - କଳିଙ୍ଗ ସଂସ୍କୃତି
  • ପଣ୍ଡିତ - ହଣ୍ଟସଭିଲେ କୀର୍ତନ ମଣ୍ଡଳି
  • ସଙ୍ଗୀତ ସରସ୍ଵତୀ - ବାଳକୃଷ୍ଣ ଦାସ ଫାଉଣ୍ଡେସନ
  • କଣ୍ଠ ରତ୍ନ - ବଳଦେବଜୀ ସେବକ ସଂଘ
  • ବସନ୍ତ ସମ୍ମାନ - ରାଉରକେଲା ମ୍ୟୁଜିକ ସର୍କଲ
  • ସଙ୍ଗୀତ ସର୍ମାଟ - ଏସ୍.ସି.ଏ.ଆର୍.ଟି, ଓଡ଼ିଶା
  • ସଙ୍ଗୀତ ସନ୍ଧିପଣୀ - ଫ୍ରେଣ୍ଡସ କ୍ଳବ, କଟକ
  • ସ୍ଵରବ୍ରହ୍ମ - ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ପରିଷେଦ
  • ସୁରକାଞ୍ଚନ - ମା କାଳିଖାଇ ଆଶ୍ରମ ପରିଚାଳନା ସମିତି, ଭୁବନେଶ୍ଵର
  • ଉତ୍କଳ ଜ୍ୟୋତି - ସାରଳା ଆର୍ଟ ଏକାଡେମୀ, ଭୁବନେଶ୍ଵର

ଆଧାର[ସମ୍ପାଦନା]

  1. Kisan world. Sakthi Sugars, Ltd. 1982. Retrieved 7 August 2012. 
  2. ୨.୦ ୨.୧ http://www.telegraphindia.com/1110218/jsp/orissa/story_13597854.jsp
  3. Orissa reference: glimpses of Orissa. TechnoCAD Systems. 2001. Retrieved 7 August 2012. 
  4. Gopinath Mohanty; Jeeban Kumar Patnaik; Santosha Kumāra Ratha; State Level Vyasakabi Fakir Mohan Smruti Samsad (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6. Retrieved 21 January 2013. 
  5. N. C. Behuria; Orissa (India). Gazetteers Unit. Orissa state gazetteer. Gazetteers Unit, Dept. of Revenue, Govt. of Orissa. Retrieved 21 January 2013. 
  6. http://www.odisha.com/20100216/fullstory/prafulla_kar.html
  7. ୭.୦ ୭.୧ http://www.hindu.com/2009/02/14/stories/2009021450590200.htm
  8. http://cinemasagar.com/award/pranab-pattnaik-awarded-prafulla-kar-samman/
  9. https://www.batoi.com/360/odisha/2012/02/17/prafulla-kar-samman-conferred-on-chitta-jena/
  10. http://www.orissacinema.com/history/orissa-state-film-award.html
  11. http://orissadiary.com/ShowOriyaOrbit.asp?id=30773
  12. http://www.thehindu.com/todays-paper/tp-national/tp-otherstates/article2779832.ece?css=print
  13. http://orissadiary.com/ShowEvents.asp?id=31213
  14. https://www.batoi.com/360/odisha/2012/03/23/manimala-devi-prafulla-kar-conferred-with-kabi-samrat-upendra-bhanja-award/
  15. http://cinemasagar.com/award/8th-fitfat-biscope-awards-2011/
  16. http://www.hindu.com/2008/05/11/stories/2008051150630200.htm
  17. http://www.hindu.com/2010/10/25/stories/2010102551200200.htm
  18. https://www.batoi.com/360/odisha/2012/03/31/prafulla-kar-asim-basu-bhagirathi-mohapatra-honored-with-parampara-samman-2012/
  19. http://www.amaodisha.com/orissa/entertainment/singer-prafulla-kar-has-been-felicitated-by-governor-m-c-bhandare/
  20. http://www.thehindu.com/todays-paper/tp-national/tp-otherstates/article3590888.ece

ଅଧିକ ତଥ୍ୟ[ସମ୍ପାଦନା]