ଗୋପୀନାଥ ମହାନ୍ତି
| ଗୋପୀନାଥ ମହାନ୍ତି | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୦ ଏପ୍ରିଲ ୧୯୧୪ ନାଗବଳି, କଟକ |
| ତିରୋଧାନ | ୨୦ ଅଗଷ୍ଟ, ୧୯୯୧ (୭୭ ବର୍ଷ) |
| ଘର | କଟକ |
| ଜାତୀୟତା | ଭାରତୀୟ |
| ଜୀବିକା | ଗାଳ୍ପିକ, ଔପନ୍ୟାସିକ |
| ବନ୍ଧୁବାନ୍ଧବ | କାହ୍ନୁଚରଣ ମହାନ୍ତି (ବଡ଼ ଭାଇ), ଗୁରୁ ପ୍ରସାଦ ମହାନ୍ତି (ପୁତୁରା) |
| ପୁରସ୍କାର | ଜ୍ଞାନପୀଠ ପୁରସ୍କାର |
ଗୋପୀନାଥ ମହାନ୍ତି (୧୯୧୪-୧୯୯୧) ଜଣେ ଖ୍ୟାତନାମା ଜ୍ଞାନପୀଠ ପୁରସ୍କାର ବିଜେତା ଓଡ଼ିଆ ଔପନ୍ୟାସିକ ଥିଲେ, ସମ୍ଭବତ ଫକୀର ମୋହନ ସେନାପତିଙ୍କ ପରେ ସେ ଥିଲେ ୨୦ଶ ଦଶକର ଜଣେ ମହାନ କଥାକାର ।
ବିଷୟସୂଚୀ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]
ଗୋପୀନାଥ ମହାନ୍ତି , ତାଙ୍କ ବଡ଼ ଭାଇ କାହ୍ନୁଚରଣ ମହାନ୍ତି ଓ ପୁତୁରା ଗୁରୁ ପ୍ରସାଦ ମହାନ୍ତିଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅଗଣିତ ଓ କିଛି ଶତକ ବ୍ୟାପୀ । ମହାନଦୀ କୁଳର ଏକ ଛୋଟ ଗାଆଁ ନାଗବଳିରେ ୨୦ ଏପ୍ରିଲ ୧୯୧୪ରେ ଜନ୍ମ ହୋଇଥିଲେ ଗୋପୀନାଥ । ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା ସରିବା ପରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ୧୯୩୬ରେ ଏମ.ଏ. ଡିଗ୍ରି ହାସଲ କରିଥିଲେ ।
ରଚନାବଳୀ[ସମ୍ପାଦନା]
ଓଡ଼ିଆ ସାହିତ୍ୟରେ ସ୍ଵାଧୀନତା ପରେ ପରେ ଗୋପୀନାଥଙ୍କ ଲେଖାଲେଖି ଆରମ୍ଭ ହୋଇଥିଲା । ସେ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ ଆଦିକୁ ନେଇ ତାଙ୍କ ରଚନା ସମୃଦ୍ଧ ହୋଇଥିଲା । ତାଙ୍କ ଲେଖାରେ ଓଡ଼ିଆ ଚଳଣି, ସମତଳ ଓ ପାହାଡ଼ି ଜୀବନର କାହାଣୀ, ସାଧାରଣ ମଣିଷର କଥାଭାଷା ଆଦିର ବ୍ୟବହାର ଦେଖିବାକୁ ମିଳିଥାଏ ।
ସେ ୨୪ଟି ଉପନ୍ୟାସ, ୧୦ଟି କ୍ଷୁଦ୍ରଗଳ୍ପ, ୩ଟି ନାଟକ, ୨ଟି ଆତ୍ମଜୀବନୀ, ୨ଟି ନିବନ୍ଧ, କନ୍ଧ, ଗଡ଼ବା, ସଉରାଙ୍କ ଭାଷା ଉପରେ ୫ଟି ବହି ଲେଖିଯାଇଛନ୍ତି । ଆହୁରି ମଧ୍ୟ ଲିଓ ଟଲଷ୍ଟୟଙ୍କ "ଉଆର ଆଣ୍ଡ ପିସ" କୁ ଓଡ଼ିଆରେ ଅନୁବାଦ କରିଥିଲେ (ଯୁଦ୍ଧ ଓ ଶାନ୍ତି, ୩ଟି ଖଣ୍ଡ, ୧୯୮୫-୮୬) ଓ ତାଙ୍କର ଆଉ ଏକ ଅନୁବାଦ କୃତି ଥିଲା ଟାଗୋରଙ୍କ "ଯୋଗାଯୋଗ" (୧୯୬୫) ।
ଉପନ୍ୟାସ[ସମ୍ପାଦନା]
- ମନ ଗହୀର ଚାଷ (୧୯୪୦ରେ ପ୍ରକାଶିତ ତାଙ୍କର ପ୍ରଥମ ଉପନ୍ୟାସ)
- ଦାଦିବୁଢ଼ା (୧୯୪୪)
- ପରଜା (୧୯୪୫)
- ଅମୃତର ସନ୍ତାନ (୧୯୪୭) (କେନ୍ଦ୍ର ସାହିତ୍ୟ ଏକାଡ଼େମି-୧୯୫୫)
- ହରିଜନ (୧୯୪୮)
- ଶରତବାବୁଙ୍କ ଗଳି (୧୯୫୦)
- ରାହୁର ଛାୟା (୧୯୫୨)
- ଦୁଇପତ୍ର (୧୯୫୪)
- ସପନମାଟି (୧୯୫୪)
- ଦାନାପାଣି (୧୯୫୫)
- ଶିବଭାଇ (୧୯୫୫)
- ଅପହଞ୍ଚ (୧୯୬୧)
- ଲୟ ବିଲୟ (୧୯୬୧)
- ତନ୍ତ୍ରିକାର (୧୯୬୩)
- ମାଟିମଟାଳ (୧୯୬୪)
- ପାହାନ୍ତା (୧୯୭୦)
- ଆକାଶ ସୁନ୍ଦେରୀ (୧୯୭୨)
- ଅନଳନନ୍ଦ (୧୯୭୩)
- ମନର ନିଆଁ ଓ ଚିଲପୁରି (୧୯୭୯)
- ଦିଗଦିହୁଡ଼ି (୧୯୭୯)
- ବୁନ୍ଦାଏ ପାଣି (୧୯୮୮)
- କିଛି କହିବାକୁ ଚାହେଁ (୧୯୮୯)
- ଜାନକାମା(୧୯୮୯)
- ମେରିଆ (୧୯୮୯)
ଗପ[ସମ୍ପାଦନା]
- ଘାସର ଫୁଲ (୧୯୫୧)
- ପୋଡ଼ାକପାଳ (୧୯୫୧)
- ନବବଧୂ (୧୯୫୨)
- ଛାଇଆଲୁଅ (୧୯୫୬)
- ରଣଧନ୍ଦୋଳ (୧୯୬୩)
- ଗୁପ୍ତଗଙ୍ଗା (୧୯୬୭)
- ନାଁ ମନେନାହିଁ (୧୯୬୮
- ଉଡ଼ନ୍ତା ଖଇ (୧୯୭୧)
ଅନୁବାଦ[ସମ୍ପାଦନା]
- ମାଇଁ ୟୁନିଭର୍ସିଟି (ଗର୍କି), ସୋଭିଏଟ ଲ୍ୟାଣ୍ଡ ନେହେରୁ
- ସେ "ଲିଓ ଟଲଷ୍ଟୟ"ଙ୍କ ଲିଖିତ ରୁଷୀୟ ପ୍ରସିଦ୍ଧ ବହି "War and Peace"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୧]
ଇଂରାଜୀରେ ଗୋପୀନାଥଙ୍କ ଉପନ୍ୟାସ[ସମ୍ପାଦନା]
ଗୋପୀନାଥଙ୍କ ୪ଟି ଉପନ୍ୟାସ- ପରଜା, ଦାନାପାଣି, ଲୟ ବିଲୟ, ଦାଦି ବୁଢ଼ା ଇଂରାଜୀରେ ଅନୁବାଦ କରାଯାଇଛି । ପ୍ରଥମ ତିନୋଟି ବିକାମ କେଶରୀ ଦାସ ଓ ଶେଷଟି ଅରୁଣ କୁମାର ମହାନ୍ତିଙ୍କ ଦେଇ ଅନୁବାଦ କରାଯାଇଛି । ଫେବର ଆଣ୍ଡ ଫେବର (ଇଉ. କେ.) ଓ ଅକ୍ସଫୋର୍ଡ଼ ଇଉନିଭର୍ସିଟି ପ୍ରେସ (ଭାରତ) ଦ୍ଵାରା ୧୯୮୭ରେ ପରଜା' ପ୍ରକାଶ ପାଇଥିଲା । ତାଙ୍କର ଅନେକ ଗପ ମଧ୍ୟ ଇଂରାଜୀ ଓ ବାକି ଭାଷାରେ ଅନୁବାଦ କରାଯାଇଛି । ତେବେ ନିରୁତା ଓଡ଼ିଆ ଭାଷାର ବ୍ୟବହାରରେ ବଳିଷ୍ଠ ତାଙ୍କଲେଖାକୁ ଅନୁବାଦ କଲାବେଳେ ଅନୁବାଦକମାନଙ୍କୁ ତାଙ୍କ ଲେଖାର ସେହି ଭାବକୁ ଅଣ-ଓଡ଼ିଆ ପାଠକ ମାନଙ୍କ ପାଖରେ ପହଞ୍ଚାଇବାକୁ ଅନେକ କଷ୍ଟ ସ୍ଵୀକାର କରିବାକୁ ପଡ଼ିଛି ।
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ସାହିତ୍ୟ ପାଇଁ ତାଙ୍କର ଅବଦାନ ପାଇଁ ଭାରତ ସରକାରଙ୍କ ତରଫରୁ ପଦ୍ମ ଭୂଷଣ, ୧୯୮୧
- ମାଟିମଟାଳ (୧୯୬୪ରେ ଲେଖା) ପାଇଁ ଜ୍ଞାନପୀଠ ପୁରସ୍କାର, ୧୯୭୩ [୨]
- ଅମୃତର ସନ୍ତାନ (୧୯୪୭ରେ ଲେଖା) ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, ୧୯୯୩
- ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ୧୯୯୩
- ସୋଭିଏତ ଲାଣ୍ଡ ନେହେରୁ ପୁରସ୍କାର, ୧୯୭୦
- ଓଡ଼ିଆରେ ସର୍ଜନାତ୍ମକ ଲେଖା ପାଇଁ ଇଉ.ଜି.ସି. ତରଫରୁ ୧୯୭୯ରେ ଫେଲୋସିପ
- ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଡି. ଲିଟ. ଡିଗ୍ରି, ୧୯୭୬
ଆଧାର[ସମ୍ପାଦନା]
- ↑ Changing the Terms, Translating in the Postcolonial Era. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
- ↑ "Jnanpith Laureates Official listings". jnanpith Website. http://www.jnanpith.net/page/jnanpith-laureates.
|
|||||||||||
|
||||||||||||||||||||||||||||||||||||||||||||||||