ଲକ୍ଷ୍ମୀ

ଉଇକିପିଡ଼ିଆ ରୁ
ଏହି ଲେଖାଟି ହିନ୍ଦୁ ଦେବୀ ଲକ୍ଷ୍ମୀ ବାବଦରେ । ବାକିସବୁ ପାଇଁ, ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର) ପ୍ରସଙ୍ଗଟି ଦେଖନ୍ତୁ ।
ଲକ୍ଷ୍ମୀ
A woman wearing red and gold clothes,standing in a lotus that is on water, has four arms, and is holding a lotus in her back hands.
କୁମାର ଉତ୍ସବରେ ଗଜଲକ୍ଷ୍ମୀ
ସଂସ୍କୃତ ଅନୁବାଦ lakṣmī
ଉପାଧି ଦେବୀ
ବାସସ୍ଥାନ ପଦ୍ମବନ,ବୈକୁଣ୍ଠ
ମନ୍ତ୍ର ଶ୍ରୀବୀଜ,ଶ୍ରୀସୂକ୍ତ
ସାଥି ବିଷ୍ଣୁ
ବାହନ ହାତୀ, ପେଚା

ଲକ୍ଷ୍ମୀ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି । ସେ ଶ୍ରୀ ଭାବେ ମଧ୍ୟ ପରିଚିତ ।[୧] ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା ।[୨] ରାମାୟଣ ମତେ[୩] ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ ।[୪] ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ ପେଚା, ମତାନ୍ତରେ ହାତୀ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରୁକ୍ମଣୀ ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ ।[୫] ପ୍ରେମ ଏବଂ ପ୍ରଜନନର ଦେବତା କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।

ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ । [୬][୭] ତାଙ୍କୁ ପୂଜାକରିବା ଦ୍ଵାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ଓଡ଼ିଶାରେ ପ୍ରତ୍ୟେକ ହିନ୍ଦୁଘରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ ଭାର୍ଗବୀ, ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ ଭୃଗୁକନ୍ୟାରୂପେ ଶୁକ୍ରବାର ଦିନ ଲକ୍ଷ୍ମୀପୂଜା କରାଯାଏ । ଓଡ଼ିଶାରେ ମାର୍ଗଶିର ମାସ ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା ମାଣବସା ପୂଜା ନାମରେ ପ୍ରସିଦ୍ଧ ।

ନାମ[ସମ୍ପାଦନା]

ପଦ୍ମ ଫୁଲସହ ତାଙ୍କର ନିକଟତା ନେଇ ତାଙ୍କର ଅନେକ ନାମ ଅଛି ଯଥା:

  • ପଦ୍ମା: ପଦ୍ମରେ ଯେ ବାସ କରନ୍ତି
  • କମଳା: ପଦ୍ମରେ ଯେ ବାସ କରନ୍ତି
  • ପଦ୍ମପ୍ରିୟା: ଯେ ପଦ୍ମକୁ ପସନ୍ଦ କରନ୍ତି
  • ପଦ୍ମମୁଖୀ: One whose face is as beautiful as a lotus
  • ପଦ୍ମାକ୍ଷୀ: ଯାହାର ଆଖି ପଦ୍ମ ପରି ସୁନ୍ଦର
  • ପଦ୍ମହସ୍ତା: ଯେ ପଦ୍ମ ଧାରଣ କରିଥାନ୍ତି
  • ପଦ୍ମସୁନ୍ଦରୀ: ଯେ ପଦ୍ମ ପରି ସୁନ୍ଦର

ଅନ୍ୟ ନାମ ଗୁଡିକ ହେଲା:

  • ବିଷ୍ଣୁପ୍ରିୟା: ଯେ ବିଷ୍ଣୁଙ୍କ ପ୍ରିୟା
  • ଉଲ୍ଲୁକବାହିନୀ: ଯେ ପେଚା ଉପରେ ବସି ଗମନ କରନ୍ତି

ସ୍ତୁତି[ସମ୍ପାଦନା]

ଲକ୍ଷ୍ମୀ ଐଶ୍ଵର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -

ପଦ୍ମାଳୟା ପଦ୍ମକରାଂ ପଦ୍ମପତ୍ର ନିଭେକ୍ଷଣାମ୍ ବନ୍ଦେ ପଦ୍ମମୁଖୀଂ ପ୍ରିୟାମ୍ୟହମ୍

ଆଉରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. lakṣmī, Monier Monier-Williams|Monier-Williams' Sanskrit–English Dictionary, University of Washington Archives
  2. Das, Subhamoy. "Lakshmi: Goddess of Wealth & Beauty!". Hinduism.about.com. http://hinduism.about.com/od/hindugoddesses/p/lakshmi.htm. Retrieved 2012-11-09. 
  3. Ramayana, i.45.40-43
  4. Monier Williams Religious Thought and Life in India, Part 1, 2nd Edition, pages 108-111
  5. Essential Hinduism; by Steven Rosen (2006); p. 136
  6. Constantina Rhodes (2011), Invoking Lakshmi: The Goddess of Wealth in Song and Ceremony, State University of New York Press, ISBN 978-1438433202, pages 29-47, 220-252
  7. Divali - THE SYMBOLISM OF LAKSHMI National Library and Information System Authority, Trinidad and Tobago (2009)

ଅଧିକ ତଥ୍ୟ[ସମ୍ପାଦନା]