କାହ୍ନୁଚରଣ ମହାନ୍ତି

ଉଇକିପିଡ଼ିଆ‌ରୁ
(କାହ୍ନୁ ଚରଣ ମହାନ୍ତିରୁ ଲେଉଟି ଆସିଛି)
କାହ୍ନୁ ଚରଣ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1906-08-11)୧୧ ଅଗଷ୍ଟ ୧୯୦୬
ନାଗବଳି, କଟକ
ମୃତ୍ୟୁ୬ ଅପ୍ରେଲ ୧୯୯୪(1994-04-06) (ବୟସ ୮୭)
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନପ୍ୟାରୀମୋହନ ଏକାଡେମୀ
ସମ୍ପର୍କୀୟଗୋପୀନାଥ ମହାନ୍ତି (ସାନ ଭାଇ),
ଗୁରୁ ପ୍ରସାଦ ମହାନ୍ତି (ପୁତୁରା)[୧]

କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬[୨]–୬ ଅପ୍ରେଲ ୧୯୯୪[୩]) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ ।[୪] ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ ।[୫] ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

କାହ୍ନୁଚରଣ ମହାନ୍ତି କଟକ ଜିଲ୍ଲାସ୍ଥିତ ନାଗବଳି ଗାଆଁରେ ୧୯୦୬ ମସିହା ଅଗଷ୍ଟ ୧୧ତାରିଖରେ ଜନ୍ମ ହୋଇଥିଲେ । ତାଙ୍କ ମାତାଙ୍କ ନାମ ଦୁର୍ଗାଦେବୀ ଓ ପିତାଙ୍କ ନାମ ସୂର୍ଯ୍ୟମଣି । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ ଓ ତାଙ୍କ ବଡ଼ ଦୁଇ ଭାଇଙ୍କ ନାମ ଥିଲା ଗିରିଧାରୀ ଓ ଯଦୁନାଥ ଏବଂ ଜଣେମାତ୍ର ଭଉଣୀ ନିଶାମଣି ଥିଲେ । କଟକର ପ୍ୟାରୀମୋହନ ଏକାଡେମୀରୁ ଶିକ୍ଷାଗ୍ରହଣ କରିଥିଲେ । ଓଡ଼ିଆ କବି ଗୁରୁପ୍ରସାଦ ମହାନ୍ତି ଥିଲେ ତାଙ୍କ ଦାଦା ଦିବ୍ୟସିଂହ ମହାନ୍ତିଙ୍କ ପୁଅ । କାହ୍ନୁଚରଣ ମହାନ୍ତିଙ୍କ ଜେଜେବାପା ଧର୍ମୁ ମହାନ୍ତି ଥିଲେ ଜଣେ ଚାଷୀ ଓ ଏକ ଜମିଦାର ପରିବାରର ବଂଶଜ ।[୬]

ସାହିତ୍ୟ ରଚନା[ସମ୍ପାଦନା]

ଶୈଶବରୁ କାହ୍ନୁଚରଣ ମହାନ୍ତି ସାହିତ୍ୟପ୍ରତି ଆକୃଷ୍ଟ ଥିଲେ ଓ ଫକୀର ମୋହନ ସେନାପତିଙ୍କ ରଚନାରୁ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲେ ମଧ୍ୟ ସେ କବିତା ଲେଖିବା ଜାରୀ ରଖିନଥିଲେ । ସେ ପରେ ଗଳ୍ପ ଓ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ଥିଲା ୧୯୨୩-୧୯୨୪ରେ ପ୍ରକାଶିତ ଉତ୍ସବେ ବ୍ୟସନ । ୧୯୮୫ରେ ରଚିତ ଯକ୍ଷ ତାଙ୍କର ଶେଷ ଉପନ୍ୟାସ ହୋଇଥିଲେ ମଧ୍ୟ ୧୯୮୪ରେ ରଚିତ ମେଲାଣି ମାଗୁଣିକୁ ସମାଲୋଚକମାନେ ଶେଷ ରଚନା ବୋଲି ଗ୍ରହଣକରିଥାନ୍ତି ।[୭]

ଉପନ୍ୟାସ[ସମ୍ପାଦନା]

  • ବାଲିରାଜା, ୧୯୩୨[୮]
  • ପଳାତକ (୧୯୩୦)
  • ହା ଅନ୍ନ (୧୯୩୫)
  • ଅଦେଖା ହାତ (୧୯୪୩)
  • ତୁଣ୍ଡବାଇଦ (୧୯୪୪)
  • ଏପାରି ସେପାରୀ (୧୯୪୫)
  • ଶାସ୍ତି (୧୯୪୬)
  • ଝଞ୍ଜା (୧୯୫୦)
  • ମିଳନର ଛନ୍ଦ (୧୯୫୧)
  • ଶର୍ବରୀ (୧୯୫୨)
  • କା (୧୯୫୬)
  • ବଜ୍ରବାହୁ (୧୯୫୯)
  • ଇତିହ
  • ଉତ୍ସବେ ବ୍ୟସନେ (୧୯୨୩)
  • ଦୁନିଆର ଦାଉ (୧୯୩୪)
  • ନିଷ୍ପତ୍ତି (୧୯୩୨)
  • ସ୍ୱପ୍ନ ନା ସତ୍ୟ (୧୯୩୩)
  • ଦୁନିଆର ଦାଉ (୧୯୩୦)
  • ହା ଅନ୍ନ (୧୯୩୫)
  • ତଥାସ୍ତୁ (୧୯୩୬)
  • ପରିଚୟ (୧୯୩୬)
  • ଓଲଟ ପାଲଟ (୧୯୩୭)
  • ପରକୀୟା (୧୯୩୮)
  • ଉଦଣ୍ଡି (୧୯୩୯)
  • ପ୍ରତିକ୍ଷା (୧୯୪୩)
  • ଭଲପାଇବାର ଶେସକଥା (୧୯୪୪)
  • ଏପାରି ସେପାରି (୧୯୪୫)
  • ଶାସ୍ତି (୧୯୪୬)
  • ବନଗହନର ତଲେ (୧୯୪୭)
  • ଅନ୍ତରାୟ (୧୯୪୭)
  • ଅଭିନେତ୍ରୀ (୧୯୪୭)
  • ଭୁଲି ହୁଏନା (୧୯୪୮)
  • ପରୀ (୧୯୫୪)
  • ଢେଉଢେଉକା (୧୯୬୨)
  • ବଗବଗୁଲୀ (୧୯୬୪)
  • ଇତିହାସ (୧୯୬୯)
  • ସ୍ୱପ୍ନ (୧୯୬୮)
  • ଛୁଟିଲେ ଘଟ (୧୯୬୮)
  • ତିରଙ୍ଗାର ତଳେ (୧୯୬୯)
  • ମମତାର ମାୟା (୧୯୬୯)
  • ମନମନ୍ଥନ (୧୯୭୦)
  • ଅତି ଗୋପନୀୟ (୧୯୭୦)
  • ଅଙ୍ଗନ (୧୯୭୧)
  • ମମତାର ମାୟା (୧୯୭୧)
  • କହିବାକୁ ଲାଜ (୧୯୭୩)
  • ନିର୍ବିଶଙ୍କ (୧୯୭୩)
  • ଆଜି ନୁହେଁ ଆଉ ଦିନେ (୧୯୭୩)
  • କ୍ଷଣ କ୍ଷଣକେ ଆନ (୧୯୭୫)
  • ମାୟା ବାର୍ତ୍ତା (୧୯୭୮)
  • ସତ୍ୟବତୀ (୧୯୮୦)
  • କ୍ଷଣିକ (୧୯୮୦)
  • ତରକା (୧୯୮୧)
  • ତପସ୍ୱୀ (୧୯୮୨)
  • ଲଲାଟଲିଖନ (୧୯୮୩)
  • ମେଲାଣି ମାଗୁଣି (୧୯୮୩)
  • ପାବନୀ (୧୯୮୪)
  • ଯକ୍ଷ (୧୯୮୫)

ରଚନାଶୈଳୀ[ସମ୍ପାଦନା]

କାହ୍ନୁଚରଣ ମହାନ୍ତିଙ୍କ ଗଳ୍ପ ଓ ଉପନ୍ୟାସ ରଚନାର ଆରମ୍ଭ ଭାରତୀୟ ସ୍ୱାଧୀନତା ପାଇବା ସମୟର ଏବଂ ତାଙ୍କ ରଚନାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ସାମାଜିକ ପ୍ରଭାବ, ବ୍ରିଟିଶ ଶାସନର ଶେଷ, ଓ ନୂଆ ଗଣତାନ୍ତ୍ରିକ ଭାରତ ଗଠନ ସମୟର ସାମାଜିକ ଚିତ୍ର ଚିତ୍ରଣ ହୋଇଛି । ତାଙ୍କ ରଚନାର ଭାଷା ସରଳ ଓ ଓଡ଼ିଶାର ଗ୍ରାମ୍ୟ ଜୀବନ ଓ ବ୍ୟକ୍ତିତ୍ୱମାନଙ୍କୁ ଭିତ୍ତିକରି । ସେ ଉପନ୍ୟାସ ରଚନା କରିବା ଆରମ୍ଭ କରିବା ବେଳକୁ ଫକୀର ମୋହନ ସେନାପତିଙ୍କ ବ୍ୟତୀତ ଓଡ଼ିଆ ସାହିତ୍ୟରେ ଆଧୁନିକ ଗଦ୍ୟସାହିତ୍ୟ ଖୁବ କମ ଥିଲା । ପ୍ରଶାନ୍ତ ମହାନ୍ତି ତାଙ୍କର ଔପନ୍ୟାସିକ କାହ୍ନୁଚରଣ ପୁସ୍ତକରେ କାହ୍ନୁଚରଣ ଏହି ଶୂନ୍ୟସ୍ଥାନ ପୂରଣ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କର ଏକ ବହୁଚର୍ଚ୍ଚିତ ଉପନ୍ୟାସ ହା' ଅନ୍ନରେ ଦୈବୀ ଦୁର୍ଯୋଗ ସମୟରେ ମଣିଷର ଅସହାୟତାର ବର୍ଣ୍ଣନା ରହିଛି । ତାଙ୍କର ପ୍ରାୟ ରଚନାରେ ମଣିଷପଣିଆ ଓ ସମାଜରେ ବିଭିନ୍ନ ବର୍ଗର ଲୋକଙ୍କ ସହାବସ୍ଥାନ ଓ ଗ୍ରାମୀଣ ଓଡ଼ିଶାର ପୃଷ୍ଠଭୂମି ଚିତ୍ରିତ ।[୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮ (କା ଉପନ୍ୟାସ ପାଇଁ)[୯] [୧୦]
  • ସାହିତ୍ୟ ଏକାଡେମୀ ଫେଲୋ, ୧୯୯୪

ଆଧାର[ସମ୍ପାଦନା]

  1. K. M. George (1992). Modern Indian Literature, an Anthology. Sahitya Akademi. pp. 317–. ISBN 978-81-7201-324-0. Retrieved 3 November 2012.
  2. "Sahitya Akademi Fellowship: Late Kanhu Charan Mohanty" (PDF). Sahitya Akademi. Retrieved 11 April 2017.
  3. "'ବାଲିରାଜା'ର ସ୍ରଷ୍ଟା". ସମ୍ବାଦ. 6 April 2017. Retrieved 11 April 2017.[permanent dead link]
  4. "Orissa Government Portal". orissa.gov.in. Retrieved 3 November 2012. Kanhu Charan Mohanty (1906-94) is the most prolific and indeed the most popular novelist of the post-independence period.
  5. "The Storm: Kanhu Charan Mohanty; translated by Bijay Kumar Nanda". National Book Trust. Retrieved 19 March 2017.
  6. ମହାନ୍ତି, ଗୋପୀନାଥ (1997). ସ୍ରୋତସ୍ୱତୀ (ପ୍ରଥମ ed.). କଟକ: ବିଦ୍ୟାପୁରୀ. p. 343.
  7. ୭.୦ ୭.୧ ମହାନ୍ତି, ପ୍ରଶାନ୍ତ. ଔପନ୍ୟାସିକ କାହ୍ନୁଚରଣ. p. 8.
  8. ନାୟକ, ଡ. ଅର୍ଚ୍ଚନା. "କାହ୍ନୁଚରଣ ଏବଂ ସମକାଳର ଭାରତୀୟ ଉପନ୍ୟାସ". ସତ୍ୟବାଦୀ. Retrieved 1 September 2016.
  9. "AKADEMI AWARDS (1955-2016)". Sahitya Akademi. Retrieved 11 April 2017.
  10. "KANHU CHARAN MOHANTY". orissadiary.com. Archived from the original on 16 September 2012. Retrieved 3 November 2012. In 1958 for his novel 'Kaa', he was awarded by Kendra Sahitya Akademi.

Lua error in package.lua at line 80: module 'Module:Authority control/config' not found.