ହୋଲି
| ହୋଲି | |
|---|---|
ରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳୁଥିବା କୃଷ୍ଣ |
|
| ପାଳନକାରୀ | ହିନ୍ଦୁ ଧର୍ମାମ୍ବଲମ୍ବୀ |
| ପ୍ରକାର | ଧାର୍ମିକ, |
| ତାରିଖ | ଫାଲ୍ଗୁନ ପୂର୍ଣ୍ଣମୀ |
| ୨୦୧୨ ତାରିଖ | ୯ ମାର୍ଚ୍ଚ |
| ୨୦୧୩ ତାରିଖ | ୨୮ ମାର୍ଚ୍ଚ (ଗୁରୁବାର) |
ହୋଲି (ଆହୁରି ମଧ୍ୟ: ଦୋଳ ପୁନେଇଁ, ଦୋଳଯାତ) ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ ।
ବିଷୟସୂଚୀ |
ପୌରାଣିକ ଭିତ୍ତିଭୂମି [ସମ୍ପାଦନା]
ଦୋଳଯାତ (ବା ଦୋଳଯାତ୍ରା) ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀ ମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ ।
ସଂକ୍ଷେପରେ [ସମ୍ପାଦନା]
ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।
ଆହୁରି ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ହୋଲି ଉପରେ ମାଧ୍ୟମ ରହିଅଛି |
- ଓପନ ଡାଇରେକ୍ଟୋରି ପ୍ରୋଜେକ୍ଟରେ ଥିବା ହୋଲି
- The Spiritual Significance of Holi
- Holi in pictures from B.B.C.
- 27 Big and Colorful Photos of Holi
- [୧]
- [୨]
- Best Holi Quotes
- Dublin Parent Amita Roy Shah Battles Stereotypes by Writing "It's Time for Holi!"
- Color in Motion 5k color run
|
|||||||||||||