ଗଙ୍ଗାଧର ମେହେର

ଉଇକିପିଡ଼ିଆ ରୁ
ଗଙ୍ଗାଧର ମେହେର
ଜନ୍ମ ୯ ଅଗଷ୍ଟ ୧୮୬୨(1862-08-09) (ଶ୍ରାବଣ ପୂର୍ଣ୍ଣିମା)
ବରପାଲି, ବରଗଡ଼ ଜିଲ୍ଲା
ତିରୋଧାନ

୪ ଏପ୍ରିଲ, ୧୯୨୪ (୬୧ ବର୍ଷ)

(ଚୈତ୍ର ଅମାବାସ୍ୟା)
ବୃତ୍ତି କଚେରୀ ମୋହରିର
ଭାଷା ଓଡ଼ିଆ
ଶିକ୍ଷା ୫ମ[୧]
ପ୍ରକାର କବି
ବିଷୟ ଭକ୍ତି
ଆଖିଦୃଶିଆ କାମ ତପସ୍ଵିନୀ, କୀଚକ ବଧ
ଜୀବନ ସାଥି ଶାନ୍ତା ଦେବୀ, ଚମ୍ପା ଦେବୀ (ଶାନ୍ତା ଦେବୀଙ୍କ ଦେହାବସାନ ପରେ)
ସନ୍ତାନ ଅର୍ଜୁନ ମେହେର (୧୨ ବର୍ଷରେ ଦେହାବସାନ), ଭଗବାନ ମେହେର (କବି-ପୁତ୍ର ନାମରେ ଖ୍ୟାତ), ବାସୁମତି ମେହେର, ଲକ୍ଷ୍ମୀ ମେହେର

gangadharmeher.org


ଗଙ୍ଗାଧର ମେହେର, ଜଣେ ୧୯ଶ ଶତାବ୍ଦୀର ଖ୍ୟାତନାମା ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ତାଙ୍କର ଭାବମୟ ଭକ୍ତି କବିତା ରଚନା ପାଇଁ ତାଙ୍କୁ ଓଡ଼ିଆ ସାହିତ୍ୟର ଭକ୍ତ କବି ବୋଲି କୁହାଥାଇଥାଏ ।[୨] ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨) ରେ ଅବିଭକ୍ତ ସମ୍ବଲପୁର ଓ ବର୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ । ତା ୪ ଅପ୍ରେଲ ୧୯୨୪ ଚୈତ୍ର ଅମାବାସ୍ୟା ତିଥିରେ ସେ ମୃତ୍ୟୁବରଣ କରିଥିଲେ । ୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।

ଓଡ଼ିଆ ସାହିତ୍ୟରେ ପ୍ରବେଶ[ସମ୍ପାଦନା]

ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ ରସ ରତ୍ନାକରଅହଲ୍ୟା ସ୍ତବ ଆଦି ଅନ୍ୟତମ। ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ ଇନ୍ଦୁମତୀ ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। [୩]ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ।

ସାହିତ୍ୟ ସର୍ଜନା[ସମ୍ପାଦନା]

କାବ୍ୟ[ସମ୍ପାଦନା]

  • ଇନ୍ଦୁମତୀ, (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
  • ଉତ୍କଳ ଲକ୍ଷ୍ମୀ (୧୮୯୪)
  • କୀଚକ ବଧ (୧୯୦୩)
  • ତପସ୍ଵିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
  • ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)
  • ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)
  • ମହିମା
  • କବିତା କଲ୍ଲୋଳ
  • ଅଯୋଧ୍ୟା ଦୃଶ୍ୟ
  • ବଳରାମଦେବ
  • ପଦ୍ମିନୀ (ଶେଷ କୃତି)

କବିତା[ସମ୍ପାଦନା]

  • ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ)
  • ଅର୍ଘ୍ୟଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
    • ଭକ୍ତି
    • ଅମୃତମୟ
    • ମଧୁମୟ
  • ମାତୃଭୂମି
  • ଅର୍ପଣ
  • ଆଶ୍ରମେ ପ୍ରଭାତ
  • ଉତ୍କଳ-ଲକ୍ଷ୍ମୀ
  • ଖଦ୍ୟୋତର ଖେଦ ଓ ସୂର୍ଯ୍ୟ ପ୍ରତି ଦୀପ
  • ଭାରତୀ ଭାବନା
  • ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର
  • ମହାଜନ
  • ସୁଭାବ ଓ ସ୍ଵଭାବ
  • ଉତ୍କଳ ଭାରତୀଙ୍କ ଉକ୍ତି
  • ନର ଓ ମୟୂର
  • ଭରସା
  • ମଧୁପର ମଧୁଭିକ୍ଷା
  • ଧନପ୍ରତି
  • ବସନ୍ତ ବ୍ରତ

ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି। ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।

ଉପାଧି[ସମ୍ପାଦନା]

  • ସ୍ୱଭାବ କବି
  • ପ୍ରକୃତି କବି
  • ଭକ୍ତ କବି

ଆଧାର[ସମ୍ପାଦନା]

  1. ଆଚାର୍ଯ୍ୟ, ବୃନ୍ଦାବନ (୧୯୮୫). ଓଡିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ. ଗ୍ରନ୍ଥ ପ୍ରକାଶିନୀ. p. ୨୦୭ Extra |pages= or |at= (help). 
  2. Dr. Keshab Ch. Meher
  3. http://www.suniv.ac.in/life_gangadhar.html