ଉପେନ୍ଦ୍ର ଭଞ୍ଜ
ଉଇକିପିଡ଼ିଆ ରୁ
| ଊପେନ୍ଦ୍ର ଭଞ୍ଜ | |
|---|---|
ଊପେନ୍ଦ୍ର ଭଞ୍ଜ |
|
| ଜନ୍ମ | ୧୬୭୦ କୁଲାଡ଼, ଓଡ଼ିଶା, ଭାରତ |
| ବୃତ୍ତି | କବି |
| ଜାତୀୟତା | ଭାରତୀୟ |
| କାଳ | ରୀତି ଯୁଗ |
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ(୧୬୭୦ରେ ଜନ୍ମ ଓ ୧୭୪୦ରେ ଦେହତ୍ୟାଗ) ପୁରାତନ ରାଜଶାସିତ ଓଡ଼ିଶାର ଘୁମୁସୁରର କୁଲାଡ଼ ଠାରେ ଜନ୍ମିତ ଜଣେ ରୀତି ଓଡ଼ିଆ କବି । ତାଙ୍କର ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧୀରେ ଭୂଷିତ କରାଯାଇଅଛି ।[୧] ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି ଓଡ଼ିଆ ସାହିତ୍ୟରେ ମନୋନିବେଶ କରିଥିଲେ ।[୨]
କାବ୍ୟ [ସମ୍ପାଦନା]
ଉପେନ୍ଦ୍ର ଭଞ୍ଜ ଲେଖିଥିବା ସର୍ବମୋଟ ୫୨[୩] ଖଣ୍ଡରୁ କେବଳ ୨୦-୨୫ ଖଣ୍ଡ ଏବେ ପଢ଼ିବା ପାଇଁ ମିଳୁଛି ।[୪] ଛାପାକଳର ଅଭାବରୁ ଅନେକ ବହି କ୍ରମେ ନଷ୍ଟହୋଇ ଯାଇଛି । ତାଙ୍କର କେତୋଟି ପ୍ରମୁଖ କାବ୍ୟ ହେଲା:
- ବୈଦେହୀଶ ବିଳାସ ("ବ"ରେ ଆରମ୍ଭ ହୋଇଥିବା ସବୁ ପଦ)
- ରାସଲୀଳା
- ବ୍ରଜଲୀଳା
- ସୁଭଦ୍ରା ପରିଣୟ ("ସ"ରେ ଆରମ୍ଭ ହୋଇଥିବା ସବୁ ପଦ)
- ଲାବଣ୍ୟବତୀ
- ପ୍ରେମ ସୁଧାନିଧି
- ରସିକହାରାବଳୀ
- ଚିତ୍ରକାବ୍ୟ-ବନ୍ଦୋଧ୍ୟ ଲାବଣ୍ୟବତୀ
- କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ
- କଳା କୌତୁକ ("କ"ରେ ଆରମ୍ଭ ହୋଇଥିବା ସବୁ ପଦ)
- ସତୀଶ ବିଳାସ ("ସ"ରେ ଆରମ୍ଭ ହୋଇଥିବା ସବୁ ପଦ)
- ଦମୟନ୍ତୀ ବିଳାସ ("ଦ"ରେ ଆରମ୍ଭ ହୋଇଥିବା ସବୁ ପଦ)
- ପଦ୍ମାବତୀ ପରିଣୟ ("ପ"ରେ ଆରମ୍ଭ ହୋଇଥିବା ସବୁ ପଦ)[୧]
ଆଧାର [ସମ୍ପାଦନା]
- ↑ ୧.୦ ୧.୧ Mansingha, Mayadhar: History of Odia Literature: Publisher, Sahitya Akademi, Delhi
- ↑ "KABI SAMRAT UPENDRA BHANJA". orissadiary.com. 2012. http://orissadiary.com/personality/poet/UPENDRA_BHANJA%20.asp. Retrieved 18 June 2012. "He preferred his entire life to poetry rather than to ruling over a kingdom"
- ↑ ଭଞ୍ଜଭାରତୀ
- ↑ "BATOI 360 | Odisha News | Kabi Samrat Upendra Bhanja". batoi.com. 2012. http://www.batoi.com/360/odisha/infopedia/odia-personalities/kabi-samrat-upendra-bhanja/. Retrieved 18 June 2012. "Today, 20 – 25 books of Upendra Bhanja are available"
|
||||||||||||||||||||||||||||||||||||||||||||||||