ରାମକୃଷ୍ଣ ନନ୍ଦ

ଉଇକିପିଡ଼ିଆ‌ରୁ
ରାମକୃଷ୍ଣ ନନ୍ଦ
୧୯୯୦ ଦଶକରେ କଟକରେ ରାମକୃଷ୍ଣ ନନ୍ଦ
୧୯୯୦ ଦଶକରେ କଟକରେ ରାମକୃଷ୍ଣ ନନ୍ଦ
ଜନ୍ମ ଓ ଜନ୍ମସ୍ଥାନ(1906-02-25)୨୫ ଫେବୃଆରୀ ୧୯୦୬


[୧]
କଟକ ଜିଲ୍ଲା
ମୃତ୍ୟୁ୨୮ ସେପ୍ଟେମ୍ବର ୧୯୯୪(1994-09-28) (ବୟସ ୮୮)
କଟକ
ବୃତ୍ତିଶିଶୁ ସାହିତ୍ୟିକ, ଗୀତିକାର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଆହେ ଦୟାମୟ ବିଶ୍ୱବିହାରି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ
ଜୀବନସାଥୀସୌଦାମିନି ଦେବୀ

ରାମକୃଷ୍ଣ ନନ୍ଦ (୨୫ ଫେବୃଆରୀ ୧୯୦୬ - ୨୮ ସେପ୍ଟେମ୍ବର ୧୯୯୪) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟକ[୨] ଓ ଗୀତିକାର ।[୩] ସେ ଛାପାଖାନା ଓ ମୁଦ୍ରଣାଳୟ ପ୍ରତିଷ୍ଠା କରି, ବହୁ ଓଡ଼ିଆ ପୁସ୍ତକ ଓ ପତ୍ରିକା ପ୍ରକାଶନା କରିଥିଲେ । ତାଙ୍କ ରଚିତ ଆହେ ଦୟାମୟ ବିଶ୍ୱ ବିହାରୀ ଓଡ଼ିଶାର ବହୁ ବିଦ୍ୟାଳୟରେ ପ୍ରାର୍ଥନା ଭାବରେ ଗାନ କରାଯାଏ ।

ଜୀବନକାଳ[ସମ୍ପାଦନା]

ରାମକୃଷ୍ଣ , ୧୯୦୬ ମସିହା ଫେବୃଆରୀ ୨୫ତାରିଖରେ କଟକ ଗୋବିନ୍ଦପୁର ଅନ୍ତ୍ରର୍ଗତ ବାଇରୋଇଠାରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ସେଥିଯୋଗୁ, ରାମକୃଷ୍ଣଙ୍କୁ ପାଠ ପଢ଼ିବା ଛାଡ଼ି ଚାକିରି କରିବାକୁ ପଡିଥିଲା । ମାଟ୍ରିକ ପାସ କରିବା ଆଗରୁ ତାଙ୍କର ବାହାଘର ହୋଇ ଯାଇଥିଲା । ବିବାହ ପରେ ଚାକିରି ଛାଡ଼ି, ପୁଣି ପାଠ ପଢ଼ିବା ଆରମ୍ଭ କରିଥିଲେ । ସ୍ନାତକୋତ୍ତର ପାଠ ପଢ଼ିଥିଲେ ସୁଦ୍ଧା ଅଭାବ ଅନଟନ ଯୋଗୁ ସମାପ୍ତ କରି ପାରିନଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

୧୯୪୬ ମସିହାରେ, ରାମକୃଷ୍ଣ କଟକ ତଳ ତେଲେଙ୍ଗା ବଜାରରେ ଜାଗା କିଣି ଘର ତିଆରି କରିଥିଲେ ଓ ସେଠାରେ "ପାରିଜାତ" ଛାପାଖାନା ବସେଇଥିଲେ । ଏହା ଏକ ବିବାଦିୟ ପରିସ୍ଥିତିରେ ବନ୍ଦ ହୋଇଥିଲା ଓ ତା ପରେ ରାମକୃଷ୍ଣ "ସଂସାର ପ୍ରେସ" ସ୍ଥାପନା କରିଥିଲେ । ୧୯୫୧ ମସିହାରେ ଏହି ପ୍ରେସରୁ "ସଂସାର" ପତ୍ରିକା ପ୍ରକାଶନ ଆରମ୍ଭ କରାଗଲା ।[୪] ପାଠ୍ୟ ପୁସ୍ତକର ଜାତୀୟ କରଣ ପୂର୍ବରୁ, ସେ ବହୁ ପୁସ୍ତକ ଛାପିଥିଲେ । ୧୯୩୩ ମସିହାରେ ବାରିପଦାରେ ଶିକ୍ଷକତା କରୁଥିବା ସମୟରେ, ସେ "ଆହେ ଦୟାମୟ ବିଶ୍ୱ ବିହାରୀ" ରଚନା କରିଥିଲେ ।[୫]

ରଚନାବଳୀ[ସମ୍ପାଦନା]

  • ୧୯୩୦ – ତୁଳସୀଦାସ
  • ୧୯୩୧ – ତୁଳସୀଦାସ ଦୋହାବଳୀ
  • ୧୯୩୩ – ପ୍ରତିଧ୍ୱନୀ
  • ୧୯୩୪ – ୩୭ – ସାହିତ୍ୟ ସୋପାନ (ପାଠ ବହି)
  • ୧୯୩୮ – ସାହିତ୍ୟ ବୋଧ (ପାଠ ବହି)
  • ୧୯୪୦ – ରଚନା ଦର୍ପଣ (ପାଠ ବହି)
  • ୧୯୪୪ – ୪୫ – ପାଠ ସୋପାନ (ପାଠ ବହି)
  • ୧୯୩୬–୪୬ – ସଂଗ୍ରାମ ଓ ସାଧନା (ଭାଗ ୧ ଓ ୨)
  • ୧୯୪୮ – ଡନ କ୍ୱିକ୍ସୋଟ (ଅନୁବାଦ)
  • ୧୯୪୯ – ବିଜ୍ଞାନ କୁହୁକ
  • ୧୯୬୨ – ବିଶ୍ୱ ପରିଚୟ (ଓଡ଼ିଆ ଭାଷାକୋଷ)[୬]
  • ୧୯୬୯ – ଜୀବନ ତରଙ୍ଗ[୭]
  • ୧୯୭୫ – ଝୁମୁକା
  • ୧୯୭୭–୮୪ – ଛଅଟି ଗଛ ଶୃଙ୍ଖଳା (ଅଠର ଫୁଲ, କୋଡିଏ ଫୁଲ, ବାଇଶି ଫୁଲ, ତେଇଶି ଫୁଲ, ଚବିଶି ଫୁଲ, ସୁବର୍ଣ୍ଣ ସେଉ, ମରଣ ଦୋଳି, ସାଗର କନ୍ୟା)
  • ୧୯୮୨ – ଓଡ଼ିଆ ଶିଶୁ ସାହିତ୍ୟ ଓ ସଙ୍ଗୀତ ସଙ୍କଳନ
  • ୧୯୮୨ – ପ୍ରକୃତିର ଗଳ୍ପପୁରୀ
  • ୧୯୮୨ – ଇନ୍ଦ୍ରଧନୁ (ଅନୁବାଦ)
  • ୧୯୮୩ – ଆମ ବଣ ଜଙ୍ଗଲ କଥା (ଅନୁବାଦ)
  • ୧୯୮୩ – ଆମ ଶରୀର (ଅନୁବାଦ)
  • ୧୯୮୪ – ସୁନା ପାହାଚ
  • ୧୯୮୪ – ଆମ ଜାତୀୟ ପଶୁ, ଜାତୀୟ ପକ୍ଷୀ
  • ୧୯୮୫ – ଆମ ଜାତୀୟ ପତାକା ଓ ଜାତୀୟ ସଂଗୀତ, ଜାତୀୟ ପୁଷ୍ପ ଓ ଜାତୀୟ ପ୍ରତୀକ
  • ୧୯୮୬ – ଜୀବନ ରହସ୍ୟ
  • ୧୯୮୮ – ରତ୍ନ ପାଖୁଡ଼ା (ଭାଗ ୧ ଓ ୨)
  • ୧୯୮୯ – ସତର ଫୁଲ
  • ୧୯୮୯ – ଅଦେଖା ବଣର ଫୁଲ
  • ୧୯୮୯ – ପଞ୍ଚତନ୍ତ୍ର କାହାଣୀ (ଭାଗ ୧, ୨ ଓ ୩)
  • ୧୯୯୨ – ଲେଖନୀର ପାଠଶାଳା
  • ୧୯୯୩ – ଭାବି ଦେଖନ୍ତୁ
  • ୧୯୯୪ – ଟୁଣଟୁଣିର ବହି
  • ୧୯୯୪ – ବିଶ୍ୱ ପରିଚୟ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Surendra Mahanty; Oḍiśā Sāhitya Ekāḍemī (1982). Souvenir, Orissa Sahitya Akademi Silver Jubilee, 1982. The Akademi.
  2. Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. 2009. pp. 24–. ISBN 978-81-8450-151-3.
  3. Michael Heyman (2007). The Tenth Rasa: An Anthology of Indian Nonsense. Penguin Books India. pp. 47–. ISBN 978-0-14-310086-7.
  4. Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 829–. ISBN 978-81-7201-798-9.
  5. "ଆଜି ଜନ୍ମଦିନ". ସମ୍ବାଦ ୨୫/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 28 February 2016. Retrieved 25 February 2016.
  6. Jagannath Mohanty (1 January 1998). Child Development and Education Today: Literature, Art, Media, and Materials. Deep & Deep Publications. pp. 240–. ISBN 978-81-7629-095-1.
  7. Datta A. "Encyclopaedia of Indian Literature: A-Devo." ସାହିତ୍ୟ ଏକାଡେମୀ, ୧୯୮୭ ISBN 8126018038, 9788126018031. Accessed at Google Books 31 December 2013.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ.