ବଳଦେବଜୀଉ ମନ୍ଦିର
| ବଳଦେବଜୀଉ ମନ୍ଦିର | |
|---|---|
|
|
|
| ଦିଗବାରେଣି: | 20°02′N 86°02′E / 20.033°N 86.033°E |
| ଅବସ୍ଥାନ | |
| ଦେଶ: | ଭାରତ |
| ରାଜ୍ୟ: | ଓଡ଼ିଶା |
| ଜିଲ୍ଲା: | କେନ୍ଦ୍ରାପଡ଼ା |
| ଅବସ୍ଥାନ: | ଇଚ୍ଛାପୁର |
| ତିଆରି ଶୈଳୀ ଓ ଚଳଣି | |
| ମୂଖ୍ୟ ଦେବାଦେବୀ: | ଜଗନ୍ନାଥ, ବଳଦେବଜୀଉ, ସୁଭଦ୍ରା, ସୁଦର୍ଶନ |
| ମନ୍ଦିର ସଂଖ୍ୟା: | ୧ |
ବଳଦେବଜୀଉ ମନ୍ଦିର କେନ୍ଦ୍ରାପଡ଼ା ସହରର ୨ କି.ମି. ଦକ୍ଷିଣ ପଶ୍ଚିମକୁ, ଇଚ୍ଛାପୁର ଗାଁର କେନ୍ଦ୍ରରେ ଅବସ୍ଥିତ । ଏହା ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ । [୧] ଦୁଇଏକର ୬ ଡ଼େସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ । [୨]ଏହି ମନ୍ଦିରର ପାଚେରୀ ୧୪ ଫୁଟ ଉଚ୍ଚ ।
ବିଷୟସୂଚୀ |
ମନ୍ଦିର ବର୍ଣ୍ଣନା [ସମ୍ପାଦନା]
ପ୍ରଥମ ବେଢ଼ାରେ ୪ ଟି ମନ୍ଦିର ଅଛି
- ବଡ଼ ଦେଉଳ ବା ଶ୍ରୀମନ୍ଦିର
- ମଝି ମନ୍ଦିର ବା ଭୋଗ ମଣ୍ଡପ
- ଜଗମୋହନ ବା ନାଟ ମଣ୍ଡପ ଓ
- ବାଟ ମନ୍ଦିର ବା ମୁଖଶାଳା
ମନ୍ଦିରର ଅରୁଣସ୍ତମ୍ଭଟି ୪୦ ଫୁଟ ଉଚ୍ଚତା ବିଶୀଷ୍ଟ । ମୁଖ୍ୟ ମନ୍ଦିର (ଶ୍ରୀ ମନ୍ଦିର)ର ଉଚ୍ଚତା ୭୫ ଫୁଟ ଓ ଓସାର ୪୦ ଫୁଟ । ପୁରାତନ ସପ୍ତପାବଚ୍ଛ ନିର୍ମାଣଶୈଳୀର ଆଧାରରେ ଏହା ବଉଳମାଳିଆ ପଥର ବ୍ୟବହାର କରି ତିଆରି କରାଯାଇଛି। ମନ୍ଦିରର ଚୂଡ଼ାରେ ରାମାନନ୍ଦୀ ଚିତା, ବ୍ରହ୍ମ ନୀଳଚକ୍ର ରହିଛି ଓ ଏହାର ଶୀର୍ଷରେ ନୀଳଚକ୍ର ବାନା ଉଡୁଛି ।
ମନ୍ଦିରର ଗର୍ଭଗୃହରେ ଥିବା ରତ୍ନ ସିଂହାସନରେ ତିନି ମୂର୍ତ୍ତୀ ବିଜେ କରିଛନ୍ତି : ଶ୍ରୀ ବଳଦେବ ଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା । ମନ୍ଦିର ଭିତରେ ଥିବା ଅନ୍ୟ ମୂର୍ତ୍ତୀମାନେ ହେଲେ, ଶ୍ରୀ ଗୋବିନ୍ଦ ଜୀଉ, ମହାଲକ୍ଷ୍ମୀ, ଶ୍ରୀ ସୁଦର୍ଶନ, ଶ୍ରୀ ବାଳଗୋପାଳ ଓ ଶାଳଗ୍ରାମ ।
ମୁଖ୍ୟ ମନ୍ଦିର ଠାରୁ ମଝି ମନ୍ଦିରଟି ଟିକେ ସାନ ଯାହା ପଞ୍ଚ-ପାବଚ୍ଛୀ ନିର୍ମାଣ ଶୈଳୀରେ ଗଠିତ । ଗରୁଡ଼ ସ୍ତମ୍ଭଟି ଜଗମୋହନରେ ରହିଛି। ମନ୍ଦିରର ମୁଖ୍ୟ ଦ୍ୱାରସାମନାରେ ଦୁଇ ପାଖରେ ଗଜକୁ ସିଂହମାଡ଼ିବସିଥିବାର ଦୁଇ ବିଶାଳ ମୂର୍ତ୍ତି ରହିଛି । ଏହା ପରେ ସାତଟି ପବିତ୍ର ପାହାଚକୁ ଅତିକ୍ରମ କଲେ ମୁଖଶାଳାକୁ ପ୍ରବେଶ କରିହୁଏ । ଏଠାରେ ନବଗ୍ରହଙ୍କର ମୂର୍ତ୍ତି ସହିତ ପତିତପାବନ ଓ କ୍ଷେତ୍ର ରକ୍ଷକ ହନୁମାନଙ୍କର ମୂର୍ତ୍ତୀ ରହିଛି। ଏଇ ପବିତ୍ର ସାତଟି ପାହାଚ ଅତିକ୍ରମ କରି ସାମନାକୁ ଦେଖିଲେ ସେଠାରେ ଉପବିଷ୍ଟା ତୁଳସୀ ଦେବୀଙ୍କର ଏକ ସୁନ୍ଦର ମୂର୍ତ୍ତୀ ରହିଛି । [୩]
ମନ୍ଦିର ବେଢ଼ାରେ ଥିବା ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକ ହେଲେ ଅଷ୍ଟଶମ୍ଭୁ ମନ୍ଦିର, ବୈକୁଣ୍ଠନାଥ ମନ୍ଦିର, କନକ ଦୁର୍ଗା ମନ୍ଦିର, ପାଦପଦ୍ମ ମନ୍ଦିର, ନବଗ୍ରହ ମନ୍ଦିର, ବାସୁଦେବ ମନ୍ଦିର, ଶ୍ରୀଗଣେଶ ମନ୍ଦିର, ରେବତୀ ମନ୍ଦିର, ତୁଳସୀ ମନ୍ଦିର, କଳ୍କୀ ମନ୍ଦିର, ଷଡ଼ଭୁଜ ଗୌରାଙ୍ଗ ମନ୍ଦିର ଓ ଶ୍ରୀରାମ ମନ୍ଦିର। ଝୁଲଣ ଗୃହ, ରତ୍ନଭଣ୍ଡାର, ସ୍ନାନ ମଣ୍ଡପ, ମୁକ୍ତି ମଣ୍ଡପ ଆଦି ଆଉ କିଛି ସଂରଚନା ମଧ୍ୟ ବେଢ଼ା ଭିତରେ ରହିଛି। ଭକ୍ତମାନେ ବସି ପ୍ରସାଦ ସେବନ କରିବା ପାଇଁ ବେଢା ଭିତରେ ଆନନ୍ଦ ବଜାର ରହିଛି।
ବେଶ [ସମ୍ପାଦନା]
ବିଭିନ୍ନ ପ୍ରକାରର ପୋଷାକ ପରିଚ୍ଛଦ, ଆଭୂଷଣ, ଫୁଲ ଓ ତୁଳସୀପତ୍ରଦ୍ୱାରା ରତ୍ନସିଂହାସନସ୍ଥ ଦିଅଁମାନଙ୍କର ବିଭିନ୍ନ ବେଶ କରାଯାଏ। ସେଗୁଡ଼ିକ ହେଲେ :
| ବେଶ | ତିଥି |
|---|---|
| ନିତ୍ୟ ବେଶ | ପ୍ରତିଦିନ |
| ନିତ୍ୟ ବେଶ | ପ୍ରତିଦିନ |
| ନୃସିଂହ ଶେଷଦେବ ବେଶ | ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ବା ନୃସିଂହ ଚତୁର୍ଦ୍ଦଶୀ |
| ଗଜ ଉଦ୍ଧାରଣ ବେଶ | ବୈଶାଶ ପୂର୍ଣ୍ଣମୀ |
| ଗଜାନନ ବେଶ | ଜ୍ୟେଷ୍ଠ ପୂର୍ଣ୍ଣମୀ ଓ ଦେବସ୍ନାନ ପୂର୍ଣ୍ଣମୀ |
| ଶ୍ରୀ ଗୁଣ୍ଡିଚା ରଜ ବେଶ | ଆଷାଢ଼ ଶୁକ୍ଳ ଦ୍ୱିତୀୟା |
| ଶ୍ରୀ ରଘୁନାଥ ବେଶ | ଆଷାଢ଼ ଶୁକ୍ଳ ଦ୍ଵାଦଶୀ |
| ଗହ୍ମାଭିଷେକ ବେଶ | ଶ୍ରାବଣ ଶୁକ୍ଳଦଶମୀ ଠାରୁ ପୂର୍ଣ୍ଣମୀ |
| ସୁନା ବେଶ, ଜନ୍ମାଷ୍ଟମୀ ବେଶ | ଭାଦ୍ରବ ଦ୍ଵାଦଶୀ ( ବାମନ ଜନ୍ମ) |
| ରାଧା ଦାମୋଦର ବେଶ | କାର୍ତ୍ତିକ କୃଷ୍ଣ ପ୍ରତିପଦ ରୁ ପୂର୍ଣ୍ଣମୀ |
| କାଳୀୟ ଦଳନ ବେଶ | କାର୍ତ୍ତିକ ଅଷ୍ଟମୀ |
| ଏକଲକ୍ଷ ତୁଳସୀ ଅର୍ପଣ ବେଶ | କାର୍ତ୍ତିକ ଶୁକ୍ଳନବମୀ ( ଅଁଳା ନବମୀ) |
| ମଧୁ ସମ୍ହର୍ ବେଶ | କାର୍ତ୍ତିକ ଶୁକ୍ଳଦଶମୀ |
| ପ୍ରଳମ୍ବାସୁର ସଂହାର ବେଶ | କାର୍ତ୍ତିକ ଶୁକ୍ଳ ଏକଦଶୀ |
| ଗରୁଡ଼ ଆରୋହଣ ବେଶ | କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ |
| ଦ୍ଵିବିନ୍ଦ ବାନର ବେଶ | କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ |
| ବକାସୁର ବଧ ବେଶ | କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ |
| ପଦ୍ମ ବେଶ | କାର୍ତ୍ତିକ ପୂର୍ଣ୍ଣମୀ |
| ପ୍ରଥମାଷ୍ଟମୀ ବେଶ | ମାର୍ଗଶୀର କୃଷ୍ଣ ଅଷ୍ଟମୀ |
| ଧେନୁକା ମର୍ଦ୍ଦନ ବେଶ | ମାର୍ଗଶୀର ପୂର୍ଣ୍ଣମୀ ( ପଣ୍ଡୁ ପୂର୍ଣ୍ଣମୀ) |
ପ୍ରସାଦ (ଧୂପ) [ସମ୍ପାଦନା]
ଏଇ ମନ୍ଦିରରେ ଦିଅଁ ମାନଙ୍କ ପାଇଁ ୩ଟି ଧୂପ ଓ ୫ଟି ଅବକାଶ ରହିଛି।
- ସକାଳ ଧୂପ: ୯ଟାରୁ ୧୦ଟା
- ମଧ୍ୟାହ୍ନ ଧୂପ: ୧୧ଟାରୁ ୧୨ଟା
- ଦ୍ୱିପହର ଧୂପ/ଅନ୍ନ ଧୂପ: ୨ଟା ୩୦ରୁ ୩ଟା ୩୦
- ସନ୍ଧ୍ୟା ଧୂପ: ୬ଟାରୁ ୭ଟା
- ବଡ଼ ସିଂହାର ଧୂପ: ୯ଟା ୩୦ରୁ ୧୦ଟା
କେନ୍ଦ୍ରାପଡ଼ା ଅଞ୍ଚଳ ରସାବଳି ପାଇଁ ପ୍ରସିଦ୍ଧ। ତେଣୁ ଏଇ ମନ୍ଦିରରେ ରସାବଳି ପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଏହାଛଡ଼ା, ବଉଳ ଘଣ୍ଟିଆ, ଚଉରାଶୀ ବ୍ୟଞ୍ଜନ, ମକର ଚାଉଳ, ପୁର କାକରା, ପୋଟଳୀ ପିଠା, ଚିପା କାକରା, କରଞ୍ଜି, ଖଜା, ଲଡୁ, ଖୁଡୁମା, ଛେନା କାକରା ଇତ୍ୟାଦି ପ୍ରସାଦ ଚଢ଼ାଯାଏ।
ବଳଦେବଙ୍କ ସ୍ତୁତି [ସମ୍ପାଦନା]
ବୃନ୍ଦାୟା କ୍ଷେତ୍ରମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥଂ
ନାନାଳଙ୍କାର ଭୂଷଂ ଶଶଧର ସଦୃଶଂ ବାସୁଦେବାଗ୍ରଜାତମ୍
ଭଦ୍ରାୟାଃ ଦକ୍ଷଭାଗେ ଫଣିବର ଶୀରସଂ ଦେବ ଦେବେନ୍ଦ୍ର ପୂଜ୍ୟମ୍
ବନ୍ଦେ ରୁଦ୍ରାଦି ଚଣ୍ଡିଗଣ ସୁପରିବୃତଂ ରାମମାଣିକ୍ୟ ମୂର୍ତ୍ତିମ୍।
ବଳଦେବଜୀଉଙ୍କ ରଥ [ସମ୍ପାଦନା]
ମନ୍ଦିରର ଦିଅଁମାନେ ଯେଉଁ ରଥରେ ବସି ରଥ ଯାତ୍ରାରେ ବାହାରନ୍ତି ତାକୁ ବ୍ରହ୍ମତାଳଧ୍ୱଜ ରଥ କୁହାଯାଏ । ଏହି ରଥ ପୃଥିବୀର ସବୁଠାରୁ ବଡ଼ରଥ। [୧]
| ରଥର ବିଶେଷତ୍ତ୍ୱ | |
|---|---|
| ଚକ | ୧୪ଟି ଚଉଦ ବ୍ରହ୍ମାଣ୍ଡର ପ୍ରତୀକ (୬ ଫୁଟ ୬ ଇଞ୍ଚ) |
| ଉଚ୍ଚତା | ୬୫ ଫୁଟ |
| ଅଙ୍ଗ | ୧୦୧୩ଖଣ୍ଡ କାଠ |
| ଭୂମିଠାରୁ ସିଂହାସନର ଉଚ୍ଚତା | ୧୨ ଫୁଟ ୬ ଇଞ୍ଚ |
| ଅଖ | ୭ଟି |
| ଅଶ୍ୱ | ୪ଟି ତୀବ୍ର, ଘୋର, ଦୀର୍ଘଶ୍ରମ, ସ୍ୱର୍ଣ୍ଣନାଭ (ଦୁଇଟି କଳା ଓ ଦୁଇଟି ଧଳା) - |
| ରଜ୍ଜୁ | ବାସୁକୀ (୪୦ ଫୁଟ ଲମ୍ବର ୭ଟି) |
| ରଙ୍ଗ | ସପ୍ତରଙ୍ଗ |
| ସମ୍ମୁଖ ଦେବତା | ଗରୁଡ଼ ଓ ହନୁମାନ |
| ଧ୍ୱଜ | ଉନ୍ନନି |
| ଦ୍ୱାରପାଳ | ସୂର୍ଯ୍ୟ ଓ ଚନ୍ଦ୍ର |
| ରଥ ରକ୍ଷକ | ବାସୁଦେବ ସଙ୍କର୍ଷଣ |
| ରଥ ଦେବତା | କେତୁପ୍ରଭ ଓ ରୁଦ୍ର (ଦ୍ୱାର) |
| ପାର୍ଶ୍ୱ ଦେବତା | ହରିହର, ତ୍ରିପୁରାରୀ, ଲକ୍ଷ୍ଣଣ, ସିଦ୍ଧି ବିନାୟକ, ନୃସିଂହ, ବାସୁଦେବ, ଚାମୁଣ୍ଡା, ଭଦ୍ରକାଳୀ, ମଙ୍ଗଳା, ବାଣୀମଙ୍ଗଳା, ଭୈରବୀ, ଚକ୍ର ବାସୁଳୀ, ନଟାମ୍ବର, ଦୁର୍ଗା, ଶେଷଦେବ |
| ରଥ ଚରଣ | ମହାସିଦ୍ଧ, ଉଲେମି, ଗର୍ଭାଧିଶ୍ୱରୀ |
| ରଥ ଶକ୍ତି | ତୁଙ୍ଗ, ତୁଙ୍ଗଭଦ୍ରା, ପ୍ରଭା, ସୁପ୍ରଭା, ଧାତ୍ରୀ, ବିଧାତ୍ରୀ, ନନ୍ଦା, ସୁନନ୍ଦା |
| ଋଷି | ଅଙ୍ଗିରା, ପୌଲସ୍ତ୍ୟ, ପୁଲହ, ଅଗସ୍ତି, ଅତ୍ରେୟ ଓ କାଶ୍ୟପ |
| ରତ୍ନକୁମ୍ଭ | ଭୁବନ, ବିଶ୍ୱ, ପୃଥିବୀ |
କୁହାଯାଏ, ବଳଦେବଜୀଉଙ୍କ ଆଜ୍ଞାମାଳ ନ ପାଇଲା ଯାକେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଆଗକୁ ବଢ଼େନାଇଁ।
ଆଧାର [ସମ୍ପାଦନା]
- ↑ "Baladev Jew Temple, Ichapur Dist Kendrapara". Indira Gandhi National Centre for the Arts. http://ignca.nic.in/asi_reports/orkendrapara001.pdf. Retrieved April 30, 2012.
- ↑ Madhusmita. "Baladev Jew Temple Kendrapara". Orissa Spider. http://www.orissaspider.com/resources/2408-Baladev-Jew-Temple-Kendrapara.aspx. Retrieved September 21, 2011.
- ↑ "About Sri SriBaladev Jew Temple Kendrapara". Govt. of Orissa. http://kendrapara.nic.in/Mainpage/About%20Sri%20Sri%20Baladev%20Jew%20Temple.htm. Retrieved April 30, 2012.
ଅଧିକ ତଥ୍ୟ [ସମ୍ପାଦନା]
- http://www.baladevjew.tk
- Land of the elder brother.
- panorama of sculptures in Baladeva temple,Ichhapur
- ବଳଦେବଜୀଉଙ୍କ ଅଜ୍ଞାତବାସ
|
|||||||||||||||||||||||||||||||||
|
|||||||||||||||||
|
|||||||||||||||||