ଗୁଣ୍ଡିଚା କୂଅ

ଉଇକିପିଡ଼ିଆ‌ରୁ

ଗୁଣ୍ଡିଚା କୂଅ ଭାରତର ଓଡ଼ିଶାସ୍ଥିତ ଚିଲିକା ଗଡ଼ରେ ଥିବା ନଈରୀଠାରେ ଅବସ୍ତିତ ଏକ କୂପବିଶେଷ । ଏହା ଜଗନ୍ନାଥଙ୍କର ଏକ ସ୍ମୃତି ରୁପ ।

ଇତିହାସ[ସମ୍ପାଦନା]

୧୯୩୨ ମସିହାରେ ଚିଲିକା ଗଡ଼ର ନଈରୀଠାରେ ରଥଯାତ୍ରା ହେଇଥିଲା । ଚିଲିକା କୂଳର ଲୁଣିପାଣି ଅଞ୍ଚଳର ହେଇଥିଲା ଗୁଣ୍ଡିଚା ବାଡି । ରଥଯାତ୍ରା କରି ଚତୁର୍ଦ୍ଧାମୂର୍ତ୍ତି ସେଠାରେ ବିଜେ କରିଥିଲେ । ଗୁଣ୍ଡିଚା ବାଡ଼ିରେ ଠାକୁରମାନେ ବିଜେ କରିବା ପରେ ନୀତି ପାଇଁ ପାଣି କେଉଠୁଁ ଆସିବ ଗାଁଲୋକେ ବିଚାର କରୁଥିଲେ । ଗଜପତି ରାମଚନ୍ଦ୍ରଙ୍କ ପୁତ୍ର କୃଷ୍ଣ ରାୟ ସେତେବେଳେ ଗଞ୍ଜାମର ଆଠଗଡ଼ରେ ରହୁଥିଲେ । ନଈରୀରେ ଠାକୁର ରହିଥିବା ଜାଣି ସେ ନିଜ ପ୍ରଚେଷ୍ଟାରେ ସେଠାରେ ରଥଯାତ୍ରା କରାଇଥିଲେ। ରଥଯାତ୍ରା ହେବାର ମାତ୍ର ଛଅଦିନ ପୂର୍ବରୁ ନବ ନିର୍ମିତ ଗୁଣ୍ଡିଚା ଘର ନିକଟରେ କୂଅ ଖୋଳାଯାଇଥିଲା । ଗାଁଲୋକେ ଚିଲିକା କୂଳରେ ଏହି କୂଅ ଖୋଳିଥିଲେ । ଏହା ମାତ୍ର ଗୋଟିଏ ଦିନରେ ଖୋଳା ଯାଇଥିଲା । ଏହି କୂଅରୁ ପ୍ରସାଦ ସେବା ପାଇଁ ପାଣି କଢ଼ାଯାଇଥିଲା । ଏହି କୂଅରୁ ଠାକୁରଙ୍କ ପାଣି ଯାଇଥିବାରୁ ସ୍ଥାନୀୟ ଲୋକ କୂଅପାଣି ବ୍ୟବହାର କରନ୍ତି ନାହିଁ।[୧]

କିମ୍ବଦନ୍ତୀ[ସମ୍ପାଦନା]

ଲୋକପ୍ରବାଦ ଅନୁସାରେ ଲୁଣି ହ୍ରଦ ଚିଲିକା କୂଳରେ ଖୋଦିତ ହୋଇଥିଲେ ମଧ୍ୟ ଏହି କୂଅର ପାଣି ମଧୁର ଥିଲା । ଏହି କାରଣରୁ କୂଅର ନାମ ଗୁଣ୍ଡିଚା କୂଅ ଦିଆଯାଇଥିଲା ବୋଲି ବିଦିତ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ରଥଯାତ୍ରା ବିଶେଷ ୨୧-୦୬-୧୨ ପୃଷ୍ଠା ୧୧