ମାୟାଧର ମାନସିଂହ
| ମାୟାଧର ମାନସିଂହ | |
|---|---|
| ଜନ୍ମ | ମାୟାଧର ମାନସିଂହ ୧୯୦୫ ପାରିକୁଦ, ଖୋର୍ଦ୍ଧା, ଓଡ଼ିଶା |
| ତିରୋଧାନ | ୧୧ ଅକ୍ଟୋବର ୧୯୭୩ କଟକ, ଓଡ଼ିଶା, ଭାରତ |
| ରହିଥିବା ଜାଗା | କଟକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ଆଞ୍ଚଳିକତା | ଓଡ଼ିଆ |
| ଆଖିଦୃଶିଆ କାମ | ବାଜି ରାଉତ (୧୯୩୯) କୋଣାର୍କ ଏଇ ସହକାର ତଳେ |
| ସନ୍ତାନ | ଲଳିତ ମାନସିଂହ (ପୁଅ) |
ମାୟାଧର ମାନସିଂହ ଓଡ଼ିଶାର ଖୋର୍ଦ୍ଧା ଜିଲାର ପାରିକୁଦରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ ।
ବିଷୟସୂଚୀ |
ରଚନାବଳୀ [ସମ୍ପାଦନା]
ମାୟାଧର ମାନସିଂହ କବିରୂପେ ପିରିଚିତ ହେଲେ ସୁଦ୍ଧା ତାଙ୍କର ବହୁ ପ୍ରବନ୍ଧଗୁଡିକରେ ମାନସିଂହ ଜଣେ ସଫଳ ଗଦ୍ୟ ଲେଖକ ରୂପେ ଉଭା ହୋଇଛନ୍ତି । ତାଙ୍କର ତୀକ୍ଷଣ ବ୍ୟଞ୍ଜନା, ଗଭୀର ଅନ୍ଵେଷା ଓ କାବିକ୍ୟ ଦୃଷ୍ଟିରେ ପ୍ରବନ୍ଧଗୁଡିକ ନିଜର ସ୍ଵତନ୍ତ୍ର ସ୍ଥିତି ରଖିପାରିଛି । ପ୍ରବନ୍ଧ ପୁସ୍ତକ ମଧ୍ୟରେ 'ଜୀବନ ପଥ', 'ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ', 'ଓଡିଆ ସମାଜ ଓ ସାହିତ୍ୟ'ପ୍ରଭୃତି ଅନ୍ୟତମ । ମାନସିଂହ ସାଧରଣ ଜୀବନର ସମସ୍ୟାଠାରୁ ଆରମ୍ଭ କରି ସାହିତ୍ୟ, ସମାଜ, ସସ୍କୃତି ଇତ୍ୟାଦି ସମ୍ବନ୍ଧରେ ବହୁ ପ୍ରବନ୍ଧ ରଚନା କରିଛନ୍ତି । ପ୍ରାବନ୍ଧିକ ତାଙ୍କର ପ୍ରତ୍ୟେକ ପ୍ରବନ୍ଧରେ ସତ୍ୟାନୁସନ୍ଧାନ କରିଛନ୍ତି । ସତ୍ୟ ଯେତେ ଅପ୍ରିୟ ହେଲେ ସୁଦ୍ଧା ସେ ସବୁକୁ ପ୍ରକାଶ କିରିବାକୁ ସଙ୍କୋଚ ବୋଧକରି ନାହାନ୍ତି ।[୧]
କବିତା ସଙ୍କଳନ [ସମ୍ପାଦନା]
| “ | ଏଇ ସହକାର ତଳେ, ସେଦିନ ପ୍ରିୟାର କରକଙ୍କଣ ଭିଡ଼ିଥିଲା ମୋର ଗଳେ ଚାନ୍ଦିନୀ ରାତି ଉଠିଥିଲା ମାତି ମଳୟ ପରଶ ପାଇ |
” |
- ପଲ୍ଲୀସନ୍ଧ୍ୟା
- ମହାନଦୀରେ ଜ୍ୟୋତ୍ସ୍ନା ବିହାର
- ରୂପଦେବତା
- କୋଣାର୍କ
- ଦୂରେ ରହ
ପ୍ରବନ୍ଧ [ସମ୍ପାଦନା]
- ଓଡ଼ିଆ ସାହିତ୍ୟର ଇତିହାସ (୧୯୬୨)[୨]
ଅନୁବାଦ [ସମ୍ପାଦନା]
ସେ "ସେକ୍ସପିଅର"ଙ୍କ ଲିଖିତ "'Othello"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୩]
ଆଧାର [ସମ୍ପାଦନା]
- ↑ * ଓଡ଼ିଆ ସାହିତ୍ୟର ଇତିହାସ (ଡକ୍ଟର ବାଉରୀବନ୍ଧୁ କର), (୧୯୮୯) <ଡକ୍ଟର ବାଉରୀବନ୍ଧୁ କର>, (୧୯୮୯)
- ↑ Mansingha,Mayadhar (1962) History of Odia literature Sahitya Akademi, New Delhi
- ↑ Changing the Terms, Translating in the Postcolonial Era. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 77
|
||||||||||||||||||||||||||||||||||||||||||||||||