ଜଗନ୍ନାଥ ପ୍ରସାଦ ଦାସ

ଉଇକିପିଡ଼ିଆ‌ରୁ
ଜଗନ୍ନାଥ ପ୍ରସାଦ ଦାସ
ଜନ୍ମ ଓ ଜନ୍ମସ୍ଥାନ (1936-04-26) ୨୬ ଅପ୍ରେଲ ୧୯୩୬ (ବୟସ ୮୭)
ପୁରୀ[୧]
ଛଦ୍ମନାମJ.P., J.P. Das
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା କଲେଜ
ସମୟ୧୯୬୦ ଦଶକ
ଶୈଳୀକବିତା
ସାହିତ୍ୟ କୃତିପରିକ୍ରମା
ଆହ୍ନିକ
ପୁରସ୍କାରସରସ୍ୱତୀ ସମ୍ମାନ, ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଦସ୍ତଖତSignature of Jagannath Prasad Das in Odia

ଜଗନ୍ନାଥ ପ୍ରସାଦ ଦାସ ([d͡ʒɔɡɔnnat̪ʰɔ pɾɔsad̪ɔ d̪asɔ] (listen);ଜନ୍ମ: ୨୬ ଅପ୍ରେଲ ୧୯୩୬)[୨] ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।

ଜୀବନ[ସମ୍ପାଦନା]

ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଭାବରେ ଜଗନ୍ନାଥ ୧୯୩୬ ଅପ୍ରେଲ ୨୬ରେ ପୁରୀଠାରେ ଜନ୍ମ ଲାଭ କରିଥିଲେ ।[୩] ସେ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ପଢ଼ା ସାରି ଆଲ୍ହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ୧୯୫୮ମସିହାରେ, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ । ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଛନ୍ତି ।[୪]

ସାହିତ୍ୟରଚନା[ସମ୍ପାଦନା]

ପ୍ରାକ ରଚନା[ସମ୍ପାଦନା]

କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ"ର ସମ୍ପାଦନା କରୁଥିଲେ । ୧୯୬୦ ମସିହାରେ ସେ ଦୁଇଟି ନାଟକ ଲେଖିଥିଲେ । ୧୯୭୦ ମସିହାରେ ସେ ନିଜର ଚିତ୍ରସମୂହ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ୧୯୭୯ରେ ମିଳିଥିବା "ହୋମି ଭାବା ବୃତ୍ତି"ଦ୍ୱାରା ସେ ପଟ୍ଟଚିତ୍ର ଉପରେ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ, ଯାହା ପରବର୍ତ୍ତୀ ସମୟରେ "ପୁରୀ ପେଣ୍ଟିଙ୍ଗସ" ନାମରେ ପ୍ରକାଶ ପାଇଥିଲା ।[୫]

ରଚନବଳୀ[ସମ୍ପାଦନା]

କବିତା[ସମ୍ପାଦନା]

  • ପ୍ରଥମ ପୁରୁଷ (୧୯୭୧)
  • ଅନ୍ୟସବୁ ମୃତ୍ୟୁ (୧୯୭୬)
  • ଯେ ଯାହାର ନିର୍ଜନତା (୧୯୭୯)
  • ଅନ୍ୟ ଦେଶ ଭିନ୍ନ ସମୟ (୧୯୮୨)
  • ଯାତ୍ରାର ପ୍ରଥମ ପାଦ (୧୯୮୮)
  • ଆହ୍ନିକ (୧୯୯୦)
  • ସ୍ଥିରଚିତ୍ର (୧୯୯୧)
  • ସଚରାଚର (୧୯୯୪)
  • ସୃତିର ସହର (୧୯୯୫)
  • ପରିକ୍ରମା (୧୯୯୮)
  • ଅସମୟ (୨୦୦୪)

କବିତା ସଂକଳନ[ସମ୍ପାଦନା]

  • ପ୍ରେମ କବିତା (୧୯୮୭)
  • ଶ୍ରେଷ୍ଠ କବିତା (୧୯୯୧)
  • ପୂର୍ବାପର - ୧(କବିତା ସମଗ୍ର ୧୯୭୦-୭୯) (୧୯୯୫)
  • ପୂର୍ବାପର - ୨ (କବିତା ସମଗ୍ର ୧୯୮୦-୧୯୯୪) (୧୯୯୬)
  • ରଙ୍ଗଲିପି (୧୯୯୭)
  • କଥାଯାତ୍ରା (୨୦୦୦)
  • କବିତା ସମଗ୍ର (୨୦୧୧)

ଗଳ୍ପ[ସମ୍ପାଦନା]

  • ଭବନାଥ ଓ ଅନ୍ୟମାନେ (୧୯୮୨)
  • ଦିନଚର୍ଯ୍ୟା (୧୯୮୩)
  • ଆମେ ଯେଉଁମାନେ (୧୯୮୬)
  • ସାକ୍ଷାତକାର (୧୯୮୭)
  • ପ୍ରିୟ ବିଦୂଷକ (୧୯୯୨)
  • ଶେଷ ପର୍ଯ୍ୟନ୍ତ (୧୯୯୫)
  • ଇଚ୍ଛାପତ୍ର (୨୦୦୦)
  • ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ (୨୦୦୯)

ଉପନ୍ୟାସ[ସମ୍ପାଦନା]

ନାଟକ[ସମ୍ପାଦନା]

  • ସୂର୍ଯ୍ୟାସ୍ତ ପୂର୍ବରୁ (୧୯୭୨)
  • ସବା ଶେଷ ଛୋଲାକ (୧୯୮୦)
  • ଅସଂଗତ ନାଟକ (୧୯୮୧)
  • ପୂର୍ବରାଗ (୧୯୮୩)
  • ସୁନ୍ଦର ଦାସ (୧୯୯୩)

ଶିଶୁ ସାହିତ୍ୟ[ସମ୍ପାଦନା]

  • ଅଳିମାଳିକା (୧୯୯୩)
  • ଆଳୁକୁଚି ମାଳୁକୁଚି (୧୯୯୩)
  • ଅନାବନା (୨୦୦୮)

ଇଂରାଜୀ[ସମ୍ପାଦନା]

  • Dāsa, Jagannātha Prasāda (1982). Puri paintings: the Chitrakāra and his work. Humanities Press. p. 200. ISBN 978-0391025776.
  • Das, Jagannath Prasad (2007). Chitra-pothi: Illustrated Palm-leaf Manuscripts from Orissa. Niyogi Books. p. 122. ISBN 978-8189738068.
  • Das, Williams, Jagannath_Prasad, Joanna Gottfried (1 Jan 1991). Palm-Leaf Miniatures: The Art of Raghunath Prusti of Orissa. Abhinav Publications. p. 92. ISBN 978-8170172758.{{cite book}}: CS1 maint: multiple names: authors list (link)

ଅନୁବାଦ[ସମ୍ପାଦନା]

  • ସ୍ୱପ୍ନ ବିଚାର (୨୦୦୦)
  • Oriya Short Stories - 1983
  • Growing and Indian Star (by Catherine Clément) (୧୯୯୧)
  • Under a silent Sun (with Arlene Zede) (୧୯୯୨)
  • Autumn moon (by Gulzar) (୧୯୯୯)
  • Kavita 93 (with K. Satchidanandan) (୧୯୯୩)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ୨୦୦୬: ସରସ୍ୱତୀ ସମ୍ମାନ, 'ପରିକ୍ରମା' ନିମନ୍ତେ [୬]
  • ୧୯୯୯: ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ
  • ୧୯୯୮:ଶାରଳା ପୁରସ୍କାର, ପ୍ରିୟ ବିଦୁଷକ ନିମନ୍ତେ [୭]
  • ୧୯୯୨: କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର
  • ୧୯୯୧: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, "ଆହ୍ନିକ" ନିମନ୍ତେ(ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି) [୮]
  • ୧୯୮୪ - ବିଷୁବ ପୁରସ୍କାର[୯]
  • ୧୯୮୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଯେ ଯାହାର ନିର୍ଜନତା' ନିମନ୍ତେ [୧୦]
  • ୧୯୭୯: ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ
  • ୧୯୭୨: ନଫିଫିଲ୍ଡ ଫେଲୋ
  • ୧୯୬୩: କେନେଡି ଫାଉଣ୍ଡେସନ ପ୍ରଫେସରସିପ
  • ଗବେଷଣା ପୁରସ୍କାର

ପ୍ରକାଶିତ ବହି[ସମ୍ପାଦନା]

  • Das, J. P. (2002). A better look at intelligence. Current Directions In Psychological Science, 11(1), 28-33.
  • Das, J. P., Kar, B. C., & Parrila, R. K. (1996). Cognitive planning. Thousand Oaks, CA: Sage.
  • Das, J. P., Kirby, J. R., & Jarman, R. F. (1975). Simultaneous and successive syntheses: An alternative model for cognitive abilities. Psychological Bulletin, 82, 87-103.
  • Das, J. P., Kirby, J. R., & Jarman, R. F. (1979). Simultaneous and successive cognitive processes. New York: Academic Press.
  • Das, J. P., Naglieri, J. A., & Kirby, J. R. (1994). Assessment of cognitive processes. Boston: Allyn & Bacon.
  • Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).

ଆଧାର[ସମ୍ପାଦନା]

  1. Swarup, Harihar. "Poetry, first love of J.P. Das". The Tribune. Retrieved 26 April 2014.
  2. ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ. ଡ୍ରିମ୍‌ସ୍. p. ୩.
  3. Mohanty, S. (2007). "Kalahandia: The world of J.P.Das: Kalahandi experience shaped his thinking".
  4. "ଦିଲ୍ଲୀ ଓଡ଼ିଆଙ୍କ ମୁରବୀ". ଧରିତ୍ରୀ ଛୁଟିଦିନ ୨୫-୩୧ଅକ୍ଟୋବର ୨୦୧୫. Retrieved 27 October 2015.
  5. "Jagannath Prasad Das" (PDF). meet the author (in English). Sahitya Akademi: 6. 4 December 2002. Retrieved 4 September 2023.{{cite journal}}: CS1 maint: unrecognized language (link)
  6. "Saraswati Samman for eminent Oriya writer". The Hindu. Feb 13, 2007. Archived from the original on March 4, 2007. Retrieved April 27, 2014.
  7. Mohanty, Sachidananda. "The world of J.P.Das". The Hindu. Retrieved 29 April 2014.
  8. "RECIPIENTS OF KENDRA SAHITYA ACADEMY AWARD FOR ODIA LITERATURE" (PDF). ଓଡ଼ିଶା ସରକାର. p. ୯୦. Retrieved 29 April 2014. Dr. Jagannatha Prasad Das 1991 Poetry Aanhik
  9. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
  10. "ORISSA SAHITYA ACADEMY AWARDED BOOKS AND WRITERS" (PDF). ଓଡ଼ିଶା ସରକାର. p. ୬୩୦. Retrieved 29 April 2014. 75. Je Jahar Nirjanata Poetry Dr. Jagannatha Prasad Das