ସୁରେନ୍ଦ୍ର ମହାନ୍ତି

ଉଇକିପିଡ଼ିଆ‌ରୁ
ସୁରେନ୍ଦ୍ର ମହାନ୍ତି
ରାଜ୍ୟ ସଭା ସଭ୍ୟ
କାର୍ଯ୍ୟକାଳ
୩ ଅପ୍ରେଲ ୧୯୭୮ – ୨ ଅପ୍ରେଲ ୧୯୮୪
ପଞ୍ଚମ ଲୋକ ସଭା ସଭ୍ୟ
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀସୁରେନ୍ଦ୍ରନାଥ ଦ୍ୱିବେଦୀ
ପର ଅଧିକାରୀବିଜୁ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ଦ୍ୱିତୀୟ ଲୋକ ସଭା ସଭ୍ୟ
କାର୍ଯ୍ୟକାଳ
୧୯୫୭ – ୧୯୬୨
ପର ଅଧିକାରୀବୈଷ୍ଣବ ଚରଣ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ରାଜ୍ୟ ସଭା ସଭ୍ୟ
କାର୍ଯ୍ୟକାଳ
୩ ଅପ୍ରେଲ ୧୯୫୨ – ୨୩ ମାର୍ଚ୍ଚ ୧୯୫୭
ବ୍ୟକ୍ତିଗତ ସବିଶେଷ
ଜନ୍ମ
ସୁରେନ୍ଦ୍ର ମହାନ୍ତି

(1922-05-21)୨୧ ମଇ ୧୯୨୨
ପୁରୁଷୋତ୍ତମପୁର, କଟକ ଜିଲ୍ଲା
ମୃତ୍ୟୁ୨୧ ଡିସେମ୍ବର ୧୯୯୦(1990-12-21) (ବୟସ ୬୯)
ରାଜନୀତିକ ଦଳପ୍ରଜା ସୋସାଲିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ, କଂଗ୍ରେସ
ଜୀବନ ସାଥୀରେଣୁକା ମହାନ୍ତି
ଶିକ୍ଷାନୁଷ୍ଠାନସାଲେପୁର ହାଇସ୍କୁଲ
ପୁରସ୍କାରପଦ୍ମଶ୍ରୀ, ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ୱେବସାଇଟOfficial Website

ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨[୧] - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।[୨]

ସାହିତ୍ୟ ସର୍ଜନା ଓ ସାମ୍ବାଦିକତା[ସମ୍ପାଦନା]

ସାଲେପୁର ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ପାଠ ପଢ଼ିଲା ବେଳରୁ, ସୁରେନ୍ଦ୍ରଙ୍କର ସାହିତ୍ୟ ଚାଷ ଆରମ୍ଭ ହୋଇଥିଲା । ପ୍ରଥମ ଗପ 'ବନ୍ଦୀ' ପ୍ରକାଶ ପାଇଥିଲା 'ଉତ୍କଳ ସାହିତ୍ୟ' ପତ୍ରିକାରେ । ଦ୍ୱିତୀୟ ଗପ 'ମଣିଷ ଓ ଅର୍ଥନୀତି' ପ୍ରକାଶ ପାଇଥିଲା ସଚ୍ଚିଦାନନ୍ଦ ରାଉତରାୟଙ୍କଦ୍ୱାରା ସମ୍ପାଦିତ ପତ୍ରିକା 'ଆରତି'ରେ । କାଳୀଚରଣ ପଟ୍ଟନାୟକଙ୍କ 'ଅତିବଡ଼ୀ ଜଗନ୍ନାଥ ଦାସ' ନାଟକ ଦେଖି, ସେ ଏକ ସମାଲୋଚନାମୂଳକ ପ୍ରବନ୍ଧ ପଠେଇଥିଲେ କେ.ଏନ୍. ଆଚାରୀଙ୍କଦ୍ୱାରା ସମ୍ପାଦିତ 'ନିୟୁ ଓଡ଼ିଶା' ସମ୍ବାଦପତ୍ରକୁ । ଏହି ଲେଖାଟି ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଓ ସୁରେନ୍ଦ୍ରଙ୍କ ସାମ୍ବାଦିକ ଜୀବନ ଏହିଠାରୁ ଆରମ୍ଭ ହୋଇଥିଲା । 'ନିୟୁ ଓଡ଼ିଶା'ର ପ୍ରୁଫ ରିଡ଼ର ଭାବରେ ସେ ସାମ୍ବାଦିକ ଜୀବନ ଆରମ୍ଭ କରି, ପରବର୍ତ୍ତୀ ସମୟରେ ବହୁ ପତ୍ରିକାର ସମ୍ପାଦନା କରିଥିଲେ ।

ଉପନ୍ୟାସ[ସମ୍ପାଦନା]

  • କଲେଜବୟ(୧୯୪୭)
  • ବଧୂ ଓ ପ୍ରିୟା(୧୯୪୮)
  • ସହସ୍ରଶଯ୍ୟାର ନାୟିକା (୧୯୫୨)
  • ଅନ୍ଧଦିଗନ୍ତ (୧୯୬୪)
  • ନୀଳଶୈଳ(୧୯୬୮)
  • ଶତାବ୍ଦୀର ସୂର୍ଯ୍ୟ(୧୯୬୮)
  • ହଂସଗୀତି (୧୯୭୭)
  • କୁଳବୃଦ୍ଧ(୧୯୭୮)
  • ନୀଳାଦ୍ରି ବିଜୟ(୧୯୮୦)
  • ଅଚଳାୟତାନ (୧୯୮୧)
  • କାଳାନ୍ତର(୧୯୮୨)
  • ନେତି ନେତି (୧୯୮୨)
  • କୃଷ୍ଣାବେଣୀରେ ସନ୍ଧ୍ୟା(୧୯୮୫)
  • ଆଜୀବକର ଅଟ୍ଟହାସ (୧୯୮୭)
  • ଫଟାମାଟି(୧୯୮୮)

ଗପ[ସମ୍ପାଦନା]

  • କୃଷ୍ଣଚୂଡ଼ା
  • ମହାନଗରୀର ରାତ୍ରି
  • ରୁଟି ଓ ଚନ୍ଦ୍ର
  • ସବୁଜପତ୍ର ଓ ଧୂସର ଗୋଲାପ
  • କବି ଓ ନର୍ତ୍ତକୀ
  • ମରାଳର ମୃତ୍ୟୁ
  • ଶେଷ କବିତା
  • ମହା ନିର୍ବାଣ
  • ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ
  • ରାଜଧାନୀ ଓ ଅନ୍ୟାନ୍ୟ ଗଳ୍ପ

ସମାଲୋଚନା[ସମ୍ପାଦନା]

  • ଓଡ଼ିଆ ସାହିତ୍ୟର ଆଦିପର୍ବ
  • ଓଡ଼ିଆ ସାହିତ୍ୟର ମଧ୍ୟପର୍ବ
  • ଓଡ଼ିଆ ସାହିତ୍ୟର କ୍ରମବିକାଶ

ଆତ୍ମଚରିତ[ସମ୍ପାଦନା]

  • ପଥ ଓ ପୃଥିବୀ (ସୁରେନ୍ଦ୍ରଙ୍କ ଭାଷାରେ 'ସାହିତ୍ୟ ଓ ରାଜନୀତି' ତାଙ୍କ ପୃଥିବୀ ଏବଂ 'ସାମ୍ବାଦିକତା' ତାଙ୍କ ପଥ)

ସମ୍ପାଦନା[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha Secretariat. Retrieved 20 June 2015.
  2. "SURENDRA MOHANTY". Archived from the original on 28 April 2016. Retrieved 30 April 2016.
  3. "'ସମ୍ବାଦ'ର ପ୍ରଥମ ସମ୍ପାଦକ". ସମ୍ବାଦ ୨୧/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 21 December 2015.[permanent dead link]
  4. "ଶାରଳା ପୁରସ୍କାର ବିଜେତାଙ୍କ ତାଲିକା". Archived from the original on 2011-11-08. Retrieved 2011-10-02.
  5. "ଆର୍କାଇଭ୍ କପି". Archived from the original on 2014-04-23. Retrieved 2012-08-18. {{cite web}}: Cite has empty unknown parameter: |1= (help)
  6. "Odisha Sahitya Akademi". Retrieved 30 April 2016.

ଅଧିକ ତଥ୍ୟ[ସମ୍ପାଦନା]