ରାଖାଲ ମହାନ୍ତି
ରାଖାଲ ମହାନ୍ତି | |
---|---|
ଜନ୍ମ | ରାଖାଲ ଚନ୍ଦ୍ର ମହାନ୍ତି ୨୬ ଜୁନ ୧୯୩୨ ତଟନା, କେନ୍ଦ୍ରାପଡ଼ା |
ମୃତ୍ୟୁ | ୧୪ ଅପ୍ରେଲ ୨୦୧୯ | (ବୟସ ୮୬)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସଙ୍ଗୀତ ନିର୍ଦ୍ଦେଶକ ଓ ଗୁରୁ |
ଦସ୍ତଖତ | |
ରାଖାଲ ମହାନ୍ତି (୨୬ ଜୁନ ୧୯୩୨ - ୧୪ ଅପ୍ରେଲ ୨୦୧୯)[୧][୨] ଓଡ଼ିଶାର ଜଣେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୁରୁ ଥିଲେ । ସେ ଆକାଶବାଣୀ, ଦୂରଦର୍ଶନ, ଆଲବମ ଏବଂ ଓଡ଼ିଆ କଥାଚିତ୍ର କ୍ଷେତ୍ରରେ କାର୍ଯ୍ୟକରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଅକ୍ଷିତୃତୀୟା, ତ୍ରିନାଥ ମେଳା, ଶ୍ରୀକୃଷ୍ଣ ରାସଲୀଳା, ଅମର ପ୍ରେମ, ଘର ସଂସାର ଆଦି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ନିମନ୍ତେ ସେ ଜଣାଶୁଣା । ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ସେ ୧୯୭୭ରେ ଗୀତ ଗୋବିନ୍ଦ ସମ୍ମାନ ଓ ୨୦୦୨ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନୀତ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ରାଖାଲ ମହାନ୍ତି, ୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ତଟନାଠାରେ ଜନ୍ମଗ୍ରହଣ କରିଥିଲେ ।[୩] ପିଲାବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ ରାଖାଲ, ୧୯୪୮ମସିହାରେ ମାଟ୍ରିକ ପାସ କଲାପରେ, ନିଜକୁ ସଙ୍ଗୀତରେ ସମ୍ପୁର୍ଣ୍ଣ ଭାବରେ ନିମଜ୍ଜିତ କରିଥିଲେ । ୧୯୭୩ ମସିହାରେ ସେ, ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଗାୟନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ବାଳକୃଷ୍ଣ ଦାସଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ ।[୪]
ବୃତ୍ତିଗତ ଜୀବନ
[ସମ୍ପାଦନା]ସଙ୍ଗୀତ ଶିକ୍ଷାଦାନକୁ ରାଖାଲ ମହାନ୍ତି ନିଜର ପ୍ରମୂଖ ବୃତ୍ତି ରୂପରେ ବାଛି ନେଇଥିଲେ । ୧୯୫୫ରୁ ୧୯୭୩ ମସିହା ପର୍ଯ୍ୟନ୍ତ, ସେ କଟକର କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ । ଲଘୁ ଓ ଶାସ୍ତ୍ରୀୟ ସଙ୍ଗୀତ[୫] ଉଭୟରେ ସେ ନିପୂଣ ଥିଲେ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ । ସେ ଓଡ଼ିଶା ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ସବୁ ପ୍ରମୂଖ ବ୍ୟକ୍ତିବିଶେଷଙ୍କ ସହ କାମ କରିବାର ସୁଯୋଗ ଲାଭ କରିଛନ୍ତି । ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ତାଙ୍କ ଯୋଡ଼ି[୬] ଖୁବ ସଫଳ ହୋଇଥିଲା । ବହୁ ଓଡ଼ିଆ କଥାଚିତ୍ରରେ, ସେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି । ଆକାଶବାଣୀ କଟକରୁ ପ୍ରସାରିତ ତାଙ୍କର କିଛି ଲୋକପ୍ରିୟ କାର୍ଯ୍ୟକ୍ରମ ମଧ୍ୟରେ ଗଣପ୍ରଧାନ ସମ୍ମାନ(୧୯୯୧), ଜୀବନର ସ୍ୱରଲିପି(୧୯୯୨), କରୁଣା କେନ୍ଦ୍ର(୧୯୯୩), ଶାନ୍ତିର ପଥେ(୧୯୯୪) ଆଦି ଅନ୍ୟତମ । ରାଖାଲ ଭାରତର ବହୁ ସ୍ଥାନ ତଥା ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଯୁକ୍ତରାଜ୍ୟ, ଫ୍ରାନ୍ସ, ଋଷିଆ, ଯୁଗୋସ୍ଲୋଭିଆ ଓ ବୁଲଗାରିଆ ଆଦି ଦେଶରେ ସଙ୍ଗୀତ ପରିବେଷଣ କରିସାରିଛନ୍ତି ।
ଓଡ଼ିଆ କଥାଚିତ୍ରରେ ଅବଦାନ
[ସମ୍ପାଦନା]- ଅକ୍ଷିତୃତୀୟା (ସଙ୍ଗୀତ ନିର୍ଦ୍ଦେଶକ)
- ତ୍ରିନାଥ ମେଳା (ସଙ୍ଗୀତ ନିର୍ଦ୍ଦେଶକ)
- ଶ୍ରୀକୃଷ୍ଣ ରାସଲୀଳା (ସଙ୍ଗୀତ ନିର୍ଦ୍ଦେଶକ)
- ଅମର ପ୍ରେମ (ସଙ୍ଗୀତ ନିର୍ଦ୍ଦେଶକ)
- ଘର ସଂସାର (ସଙ୍ଗୀତ ନିର୍ଦ୍ଦେଶକ)
- ମାଣିକ ଯୋଡ଼ି (ସଙ୍ଗୀତ ସଂଯୋଜକ)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ - ୨୦୧୭[୭]
- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୪ [୮]
- ତାଳବାଦ୍ୟ ସମ୍ମାନ (ମର୍ଦ୍ଦଳ ଏକାଡେମୀ) - ୨୦୧୫[୯]
- ନିତାଇ ପାଲିତ ସମ୍ମାନ, ୨୦୧୪[୪]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୫[୧୦]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୨୦୦୨
- ଗୀତ ଗୋବିନ୍ଦ ସମ୍ମାନ (ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦଦ୍ୱାରା ପ୍ରଦତ୍ତ) - ୧୯୭୭
- ଇଣ୍ଡିଆନ ସ୍କୁଲ ଅଫ ଡାନ୍ସ, ମ୍ୟୁଜିକ ଆଣ୍ଡ ଥିଏଟର, କାନାଡ଼ା ସମ୍ମାନ - ୧୯୭୭[୧୧]
ଆଧାର
[ସମ୍ପାଦନା]- ↑ "Veteran Music director Rakhal Chandra Mohanty passes away at 88". odishatv.in. Archived from the original on 15 April 2019. Retrieved 15 April 2019.
- ↑ "ସଂଗୀତଜ୍ଞ ରାଖାଲ ମହାନ୍ତି ଆଉ ନାହାନ୍ତି". sambad.in. Retrieved 15 April 2019.
- ↑ http://orissa.gov.in/e-magazine/Orissareview/june2006/engpdf/132-136.pdf
- ↑ ୪.୦ ୪.୧ "Need to improve quality of Odia film music". Times of India. Retrieved 28 January 2015.
- ↑ http://www.thehindu.com/todays-paper/tp-features/tp-fridayreview/all-for-krishna/article1436317.ece
- ↑ Ileana Citaristi (2001). The Making of a Guru: Kelucharan Mohapatra, His Life and Times. Manohar. ISBN 978-81-7304-369-7.
- ↑ "ରାଖାଲ ମହାନ୍ତିଙ୍କୁ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ". ଧରିତ୍ରୀ ୨୬/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧.
- ↑ "Upendra Bhanja Award for Rakhal And Sachi". The New Indian Express. Archived from the original on 15 April 2016. Retrieved 10 March 2016.
- ↑ ସମ୍ବାଦ ୨୧/୦୫/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୫
- ↑ "Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty". OrissaDiary. Retrieved 2 February 2015.[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2014-09-26. Retrieved 2015-01-28.
{{cite web}}
: Cite has empty unknown parameter:|1=
(help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରାଖାଲ ମହାନ୍ତି