Jump to content

ରାଖାଲ ମହାନ୍ତି

ଉଇକିପିଡ଼ିଆ‌ରୁ
(Rakhal Mohantyରୁ ଲେଉଟି ଆସିଛି)
ରାଖାଲ ମହାନ୍ତି
ଜନ୍ମ
ରାଖାଲ ଚନ୍ଦ୍ର ମହାନ୍ତି

(1932-06-26)୨୬ ଜୁନ ୧୯୩୨
ମୃତ୍ୟୁ୧୪ ଅପ୍ରେଲ ୨୦୧୯(2019-04-14) (ବୟସ ୮୬)
ଜାତୀୟତା ଭାରତୀୟ
ପ୍ରସିଦ୍ଧିସଙ୍ଗୀତ ନିର୍ଦ୍ଦେଶକ ଓ ଗୁରୁ
ଦସ୍ତଖତ

ରାଖାଲ ମହାନ୍ତି (୨୬ ଜୁନ ୧୯୩୨ - ୧୪ ଅପ୍ରେଲ ୨୦୧୯)[][] ଓଡ଼ିଶାର ଜଣେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୁରୁ ଥିଲେ । ସେ ଆକାଶବାଣୀ, ଦୂରଦର୍ଶନ, ଆଲବମ ଏବଂ ଓଡ଼ିଆ କଥାଚିତ୍ର କ୍ଷେତ୍ରରେ କାର୍ଯ୍ୟକରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଅକ୍ଷିତୃତୀୟା, ତ୍ରିନାଥ ମେଳା, ଶ୍ରୀକୃଷ୍ଣ ରାସଲୀଳା, ଅମର ପ୍ରେମ, ଘର ସଂସାର ଆଦି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ନିମନ୍ତେ ସେ ଜଣାଶୁଣା । ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ସେ ୧୯୭୭ରେ ଗୀତ ଗୋବିନ୍ଦ ସମ୍ମାନ ଓ ୨୦୦୨ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନୀତ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ରାଖାଲ ମହାନ୍ତି, ୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ତଟନାଠାରେ ଜନ୍ମଗ୍ରହଣ କରିଥିଲେ ।[] ପିଲାବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ ରାଖାଲ, ୧୯୪୮ମସିହାରେ ମାଟ୍ରିକ ପାସ କଲାପରେ, ନିଜକୁ ସଙ୍ଗୀତରେ ସମ୍ପୁର୍ଣ୍ଣ ଭାବରେ ନିମଜ୍ଜିତ କରିଥିଲେ । ୧୯୭୩ ମସିହାରେ ସେ, ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଗାୟନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ପଣ୍ଡିତ ଭୁବନେଶ୍ୱର ମିଶ୍ରବାଳକୃଷ୍ଣ ଦାସଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ ।[]

ବୃତ୍ତିଗତ ଜୀବନ

[ସମ୍ପାଦନା]

ସଙ୍ଗୀତ ଶିକ୍ଷାଦାନକୁ ରାଖାଲ ମହାନ୍ତି ନିଜର ପ୍ରମୂଖ ବୃତ୍ତି ରୂପରେ ବାଛି ନେଇଥିଲେ । ୧୯୫୫ରୁ ୧୯୭୩ ମସିହା ପର୍ଯ୍ୟନ୍ତ, ସେ କଟକର କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ । ଲଘୁ ଓ ଶାସ୍ତ୍ରୀୟ ସଙ୍ଗୀତ[] ଉଭୟରେ ସେ ନିପୂଣ ଥିଲେ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ । ସେ ଓଡ଼ିଶା ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ସବୁ ପ୍ରମୂଖ ବ୍ୟକ୍ତିବିଶେଷଙ୍କ ସହ କାମ କରିବାର ସୁଯୋଗ ଲାଭ କରିଛନ୍ତି । ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ତାଙ୍କ ଯୋଡ଼ି[] ଖୁବ ସଫଳ ହୋଇଥିଲା । ବହୁ ଓଡ଼ିଆ କଥାଚିତ୍ରରେ, ସେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି । ଆକାଶବାଣୀ କଟକରୁ ପ୍ରସାରିତ ତାଙ୍କର କିଛି ଲୋକପ୍ରିୟ କାର୍ଯ୍ୟକ୍ରମ ମଧ୍ୟରେ ଗଣପ୍ରଧାନ ସମ୍ମାନ(୧୯୯୧), ଜୀବନର ସ୍ୱରଲିପି(୧୯୯୨), କରୁଣା କେନ୍ଦ୍ର(୧୯୯୩), ଶାନ୍ତିର ପଥେ(୧୯୯୪) ଆଦି ଅନ୍ୟତମ । ରାଖାଲ ଭାରତର ବହୁ ସ୍ଥାନ ତଥା ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଯୁକ୍ତରାଜ୍ୟ, ଫ୍ରାନ୍ସ, ଋଷିଆ, ଯୁଗୋସ୍ଲୋଭିଆବୁଲଗାରିଆ ଆଦି ଦେଶରେ ସଙ୍ଗୀତ ପରିବେଷଣ କରିସାରିଛନ୍ତି ।

ଓଡ଼ିଆ କଥାଚିତ୍ରରେ ଅବଦାନ

[ସମ୍ପାଦନା]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ - ୨୦୧୭[]
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୪ []
  • ତାଳବାଦ୍ୟ ସମ୍ମାନ (ମର୍ଦ୍ଦଳ ଏକାଡେମୀ) - ୨୦୧୫[]
  • ନିତାଇ ପାଲିତ ସମ୍ମାନ, ୨୦୧୪[]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୫[୧୦]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୨୦୦୨
  • ଗୀତ ଗୋବିନ୍ଦ ସମ୍ମାନ (ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦଦ୍ୱାରା ପ୍ରଦତ୍ତ) - ୧୯୭୭
  • ଇଣ୍ଡିଆନ ସ୍କୁଲ ଅଫ ଡାନ୍ସ, ମ୍ୟୁଜିକ ଆଣ୍ଡ ଥିଏଟର, କାନାଡ଼ା ସମ୍ମାନ - ୧୯୭୭[୧୧]
  1. "Veteran Music director Rakhal Chandra Mohanty passes away at 88". odishatv.in. Archived from the original on 15 April 2019. Retrieved 15 April 2019.
  2. "ସଂଗୀତଜ୍ଞ ରାଖାଲ ମହାନ୍ତି ଆଉ ନାହାନ୍ତି". sambad.in. Retrieved 15 April 2019.
  3. http://orissa.gov.in/e-magazine/Orissareview/june2006/engpdf/132-136.pdf
  4. ୪.୦ ୪.୧ "Need to improve quality of Odia film music". Times of India. Retrieved 28 January 2015.
  5. http://www.thehindu.com/todays-paper/tp-features/tp-fridayreview/all-for-krishna/article1436317.ece
  6. Ileana Citaristi (2001). The Making of a Guru: Kelucharan Mohapatra, His Life and Times. Manohar. ISBN 978-81-7304-369-7.
  7. "ରାଖାଲ ମହାନ୍ତିଙ୍କୁ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ". ଧରିତ୍ରୀ ୨୬/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧.
  8. "Upendra Bhanja Award for Rakhal And Sachi". The New Indian Express. Archived from the original on 15 April 2016. Retrieved 10 March 2016.
  9. ସମ୍ବାଦ ୨୧/୦୫/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୫
  10. "Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty". OrissaDiary. Retrieved 2 February 2015.[permanent dead link]
  11. "ଆର୍କାଇଭ୍ କପି". Archived from the original on 2014-09-26. Retrieved 2015-01-28. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ

[ସମ୍ପାଦନା]