ଭର୍ତ୍ତୃହରି ମହତାବ

ଉଇକିପିଡ଼ିଆ‌ରୁ
(Bhartruhari Mahtabରୁ ଲେଉଟି ଆସିଛି)
Bhartruhari Mahtab
ଭର୍ତ୍ତୃହରି ମହତାବ
The President, Shri Ram Nath Kovind presenting the Outstanding Parliamentarian Award for the year 2017 to Shri Bhartruhari Mahtab, at a function, at Parliament House, in New Delhi.JPG
ଶ୍ରେଷ୍ଠ ସାଂସଦ ପୁରସ୍କାର(୨୦୧୭) ଗ୍ରହଣ କରୁଥିବା ସମୟରେ
ସାଂସଦ: ଲୋକ ସଭା
Assumed office
୧୯୯୮
ପୂର୍ବ ଅଧିକାରୀଅନାଦି ସାହୁ
ନିର୍ବାଚନ ମଣ୍ଡଳୀକଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-09-08) ୮ ସେପ୍ଟେମ୍ବର ୧୯୫୭ (ବୟସ ୬୫)
ଆଗରପଡ଼ା, ଓଡ଼ିଶା, ଭାରତ
ଜାତୀୟତାIndian
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମହାଶ୍ୱେତା ମହତାବ
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉହରେକୃଷ୍ଣ ମହତାବ (ବାପା)
ଘରକଟକ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପେଷାପତ୍ରକାର, ରାଜନୀତିଜ୍ଞ

ଭର୍ତ୍ତୃହରି ମହତାବ (ଜନ୍ମ: ୮ ସେପ୍ଟେମ୍ବର ୧୯୫୭) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳ ରାଜନୈତିକ ଦଳରେ ସକ୍ରିୟ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୮ ଭାରତୀୟ ସାଧାରଣ ନିର୍ବାଚନରେ ସେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭା୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେହି କଟକରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ, ୧୬ଶ ଏବଂ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨] ୨୦୧୭ ମସିହାରେ ତାଙ୍କୁ ଭାରତର ସଂସଦରେ ପୁରସ୍କୃତ କରାଯାଇଥିଲା । ତାଙ୍କ ବକୃତାରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କ ୨୦୧୭ ଓ ୨୦୧୮ ମସିହାରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭର୍ତ୍ତୃହରି ମହାତାବ ୧୯୫୭ ମସିହା ସେପ୍ଟେମ୍ବର ମାସ ୮ ତାରିଖରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହରେକୃଷ୍ଣ ମହତାବ ହେଉଛନ୍ତି ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ଜଣେ ସଂଗ୍ରାମୀ ତଥା ସ୍ୱାଧୀନତା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ । ଭର୍ତ୍ତୃହରି ମହାଶ୍ୱେତା ମହତାବଙ୍କୁ ବିବାହ କରିଥିଲେ । ସେ ପେଶାରେ ଜଣେ ପତ୍ରକାର ।

ରାଜନୈତିକ ଜୀବନ[ସମ୍ପାଦନା]

ଭର୍ତ୍ତୃହରି ୧୯୯୮ ମସିହା ଭାରତୀୟ ସାଧାରଣ ନିର୍ବାଚନରେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭା ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଲଗାତାର ଭାବରେ ଏହି ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "Lok Sabha". 164.100.47.132. 2012. Retrieved 27 March 2012. Fifteenth Lok Sabha Members Bioprofile
  2. Bureau, Samajalive (2019-05-24). "ଓଡ଼ିଶା ଲୋକ ସଭା ପ୍ରାର୍ଥୀଙ୍କ ବିଜୟ ତାଲିକା". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-05-25.
  3. Media report