କଳିଙ୍ଗ ଭାରତୀ
ଦେଖଣା
କଳିଙ୍ଗ ଭାରତୀ, କଟକ ଓଡ଼ିଶାର ସାଂସ୍କୃତିକ ଇତିହାସର ଏକ ବଳିଷ୍ଠ ସ୍ତମ୍ଭ। ବିଶିଷ୍ଟ ଲେଖକ ତଥା ଗବେଷକ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ଉଦ୍ୟମରେ ୧୯୪୪ ମସିହାରେ ପ୍ରତିଷ୍ଠିତ ଏହି ଅଗ୍ରଗାମୀ ସଂଗଠନ ଥିଲା ଇନ୍ଦ୍ରଧନୁ ବିଜୁଳି କଳିର ଏକ ନୂତନ ସଂସ୍କରଣ[୧]। ଏହା ପୂର୍ବରୁ ୧୯୪୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଉତ୍କଳ ଛାତ୍ର ସାହିତ୍ୟ ସମାଜ ସହ ସମ୍ପୃକ୍ତ ଥିବା ଯୁବ ସଙ୍ଗଠକ ରଜତ କୁମାର କର କଳିଙ୍ଗ ଭାରତୀ ଆନୁକୂଲ୍ୟରେ ଭଞ୍ଜ ଜୟନ୍ତୀ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳନ କରାଉଥିଲେ[୨]। ଲୋକପ୍ରିୟ ବକ୍ତା ହୃଦାନନ୍ଦ ରାୟ ମଧ୍ୟ କଳିଙ୍ଗ ଭାରତୀ ସହ ସମ୍ପୃକ୍ତ ଥିଲେ[୩] Archived 2023-11-20 at the Wayback Machine.।