Jump to content

କାବ୍ୟ

ଉଇକିପିଡ଼ିଆ‌ରୁ
The Parnassus (1511) by Raphael: famous poets recite alongside the nine Muses atop Mount Parnassus.

କାବ୍ୟ (ଇଂରାଜୀ ଭାଷାରେ Poetry) ସାହିତ୍ୟର ଏକ ଶାଖା ଯେଉଁଥିରେ ସୌନ୍ଦର୍ଯ୍ୟ (aesthetic) ଓ ଛନ୍ଦର (rhythmic) ପ୍ରକାଶ ଦେଖିବାକୁ ମିଳେ । ଇଂରାଜୀର ପୋଏଟ୍ରି ଶବ୍ଦଟି ଗ୍ରୀକ ଭାଷାରେ ପ୍ରସ୍ତୁତିକୁ (poiesis, "making") ବୁଝାଏ ।[][][] ପଦ୍ୟଗୁଡ଼ିକ ପ୍ରତୀକଧର୍ମୀ, ଶ୍ରୁତିମଧୁର ଓ ଛନ୍ଦ‌ଯୁକ୍ତ ଥାଏ ।

ପ୍ରାକ୍ଐତିହାସିକ ଯୁଗରୁ ଆରମ୍ଭ କରି କାବ୍ୟର ଏକ ଲମ୍ବା ଇତିହାସ (history) ଅଛି ଯାହା ଆଫ୍ରିକାର ଶିକାର କବିତା ଓ ନୀଳ (Nile) ସଭ୍ୟତାର ରାଜ୍ୟରେ ରାଜସଭାରେ, ନାଇଜର (Niger) ଓ ଭୋଲଟା ନ‌ଦୀ ଉପତ୍ୟକାରେ ଶୁଣିବାକୁ ମିଳୁଥିଲା ।[] ପିରାମିଡ ଲେଖାରେ (Pyramid Texts) ଆଫ୍ରିକାର ସର୍ବପୁରାତନ କାବ୍ୟ ଦେଖାଯାଏ ଯାହା ଖ୍ରୀ:ପୂ: ୨୫୦୦ରେ ଲେଖାଯାଇଥିଲା, ଏମାନଙ୍କ ମଧ୍ୟରୁ ଏପିକ ଅଫ ସନ‌ଡାଇଏଟ (Epic of Sundiata) ଉଲ୍ଲେଖନୀୟ ଯାହା ଗ୍ରିଅଟର (griot) ରାଜସଭା କାବ୍ୟ ଥିଲା । ପୁରାତନ କାବ୍ୟ ମଧ୍ୟରେ ସୁମେରିଆନ ଭାଷାରେ (Sumerian|) ଲିଖିତ ଏପିକ କାହାଣୀ ଏପିକ ଅଫ ଗିଲଗମେସ (Epic of Gilgamesh) କାବ୍ୟର ନାମ ପ୍ରଥମେ ଆସେ । ଇଉରେସିଆ (Eurasia) ମହାଦେଶରେ ଲୋକଗୀତିରୁ କବିତା ଆରମ୍ଭ ହୋଇଥିଲା ଯେପରିକି ଚୀନ ଭାଷାର ଲ୍ଲାସିକ ଅଫ ପୋଏଟ୍ରି (Shijing); ସଂସ୍କୃତ ଭାଷାର ବେଦ (Sanskrit en:Vedas), ଜୋରୋସ୍ଟିଆନଙ୍କର ଗଥସ (Zoroastrian Gathas), ହୋମରଙ୍କ (Homer) ଇଲିଆଡ (Iliad) ଓ ଓଡ଼ିସେ (Odyssey) । ପୁରାତନ ଗ୍ରୀକ୍‌ରେ ଆରିସ୍ଟୋଟଲଙ୍କ (Aristotle) ପୋଏଟିକସରେ ଡ୍ରାମା, ଗୀତ ଓ ହାସ୍ୟରସାତ୍ମକ କବିତା ପ୍ରୟୋଗ କରାଯାଇଥିଲା । ପରବର୍ତ୍ତୀ କାଳରେ କାବ୍ୟରେ ଛନ୍ଦ, ଧାଡ଼ି ପ୍ରୟୋଗ ଉପରେ ଯୋର ଦିଆଗଲା ।

କାବ୍ୟ କବିତାରେ ଶବ୍ଦମାନଙ୍କୁ ବିଭିନ୍ନ ଭାବରେ ସଜେଇ ରଖାଯାଏ ଯେମିତି ଅଲଗା ଅର୍ଥ ବା ଭାବପୂର୍ଣ୍ଣ ଅର୍ଥ ପ୍ରକାଶ ପାଇବ । ସ୍ୱରର ଏକତା (assonance), ଅନୁପ୍ରାସ (alliteration), ଧ୍ୱନୀ ଅନୁକରଣାତ୍ମକ (onomatopoeia) ଓ ତାଳରେ (rhythm) ପଡ଼ୁଥିବା କବିତା ଲେଖାଗଲା । ଅସ୍ପଷ୍ଟତା , ପ୍ରତୀକ, ବ୍ୟଙ୍ଗ ଇତ୍ୟାଦି ପ୍ରୟୋଗ କରିବା ଯୋଗୁ କାବ୍ୟ ଏକାଧିକ ବିଭିନ୍ନ ଅର୍ଥ ବାହାରେ । ସେହିଭଳି ରୂପକ (metaphor), ଉପମା (simile) ଓ ଅଳଙ୍କାର ଆଦିର ପ୍ରୟୋଗ ଯୋଗୁ କାବ୍ୟ ସୁନ୍ଦର ହୁଏ ।[]

ସବୁଠାରୁ ପୁରୁଣା କାବ୍ୟ (epic poem) ଏପିକ ଅଫ ଗିଲଗାମେଶ (Epic of Gilgamesh) ପ୍ରାୟ ଖ୍ରୀ:ପୂ: ୩୦୦୦ ବର୍ଷର ପୁରୁଣା ଯାହା ମେସୋପଟେମିଆର ସୁମେର ସ୍ଥାନରେ ଲେଖାଯାଇଥିଲା ଯାହା ଏବେ ଇରାକରେ ଅଛି, ଏହି ଲେଖା ମାଟି ଟାବଲେଟ ଉପରେ ଓ ପରବର୍ତ୍ତୀ କାଳରେ ପାପିରସ (papyrus) ଉପରେ ଲେଖାଯାଇଥିଲା ।[] ଖ୍ରୀ:ପୂ: ୨୦୦୦ରେ ସର୍ବାଧିକ ପୁରାତନ ପ୍ରେମ କାବ୍ୟ ଏକ ଟାବଲେଟ ଉପରେ ଲେଖାଥିଲା ଓ ସେଥିରେ ରାଜା ହିରୋସ ଗାମସ ଦେବୀ ଇନାନ୍ନାଙ୍କୁ ଉର୍ବରତା ଓ ଐଶ୍ୱର୍ଯ୍ୟ ନିମନ୍ତେ ପ୍ରତୀକାତ୍ମକ ଭାବରେ ବିବାହ କରି (symbolically married) ସ‌ହବାସ କରିଥିଲେ ।[][] ମିଶର ଦେଶରେ ଖ୍ରୀ:ପୂ: ୧୮୦୦ରେ ସ୍ଟୋରି ଅଫ ସିନୁହେ ନାମକ ଏପିକ କାବ୍ୟ ଲେଖାଯାଇଥିଲା ।

An early Chinese poetics, the Kǒngzǐ Shīlùn (孔子詩論), discussing the Shijing (Classic of Poetry)
Aristotle

ଅନ୍ୟାନ୍ୟ ଏପିକ କାବ୍ୟ ମଧ୍ୟରେ ଗ୍ରୀକ ଭାଷାରେ ଇଲିଆଡ ଓ ଓଡିଶେ, ଗାଥିକ ଅଭେସ୍ଟା ଓ ୟାସନା: ପୁରାତନ ରୋମାନ ଭାଷାରେ ଖ୍ରୀ:ପୂ: ୨୯ରୁ ୧୯ ମଧ୍ୟରେ ଭିରଗିଲର ଏନେଇଡ (Virgil's Aeneid), ଭାରତର ଏପିକ କାବ୍ୟ ରାମାୟଣ ଓ ମହାଭାରତ ଲେଖାଯାଇଥିଲା । ପ୍ରାକ୍ ଇତିହାସ କାଳରେ ଶୁଣି ଶୁଣି ମନେରଖୁଥିବା ଓ ଅନ୍ୟମାନଙ୍କୁ କ‌ହୁଥିବା କାବ୍ୟମାନଙ୍କ ମଧ୍ୟରେ ଓଡିସେ, ଗଥସ ଓ ଭାରତୀୟ ବେଦ ମୂଖ୍ୟ ଥିଲେ ।[][୧୦]

  1. "Poetry". Oxford Dictionaries. Oxford University Press. 2013. Archived from the original on 2013-06-18. Retrieved 2019-11-12.
  2. "Poetry". Merriam-Webster. Merriam-Webster, Inc. 2013.
  3. "Poetry". Dictionary.com. Dictionary.com, LLC. 2013—Based on the Random House Dictionary{{cite web}}: CS1 maint: postscript (link)
  4. Oral Literature in Africa, Ruth Finnegan, Open Book Publishers, 2012
  5. Strachan, John R; Terry, Richard, G (2000). Poetry: an introduction. Edinburgh University Press. p. 119. ISBN 978-0-8147-9797-6.{{cite book}}: CS1 maint: multiple names: authors list (link)
  6. Sanders, NK (trans.) (1972). The Epic of Gilgamesh (Revised ed.). Penguin Books. pp. 7–8.
  7. Mark, Joshua J. (13 August 2014). "The World's Oldest Love Poem". Archived from the original on 27 December 2015. Retrieved 12 November 2019. '[...] What I held in my hand was one of the oldest love songs written down by the hand of man [...].'
  8. ARSU, SEBNEM. "Oldest Line In The World". New York Times. New York Times. Retrieved 1 May 2015. A small tablet in a special display this month in the Istanbul Museum of the Ancient Orient is thought to be the oldest love poem ever found, the words of a lover from more than 4,000 years ago.
  9. ଆଧାର ଭୁଲ: ଅଚଳ <ref> ଚିହ୍ନ; Goody, Jack 1987 98 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  10. Ahl, Frederick; Roisman, Hannah M (1996). The Odyssey Re-Formed. Cornell University Press. pp. 1–26. ISBN 978-0-8014-8335-6..