Jump to content

ଧବଳେଶ୍ୱର ମନ୍ଦିର

ଉଇକିପିଡ଼ିଆ‌ରୁ
ଧବଳେଶ୍ୱର ଶିବ ମନ୍ଦିର
ଧବଳେଶ୍ୱର ଶିବ ମନ୍ଦିର
ଧବଳେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtକଟକ
Location
Country ଭାରତ

ଧବଳେଶ୍ୱର ଶିବ ମନ୍ଦିର ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର ।

ମହାନଦୀ ଉପରେ ଥିବା ଝୁଲା ପୋଲ


ଭୌଗୋଳିକ ଅବସ୍ଥିତି

[ସମ୍ପାଦନା]

ଭୁବନେଶ୍ୱରରୁ ବାରଙ୍ଗ ଓ ନରାଜ ଦେଇକି ଅଥବା କଟକ ଚୌଦ୍ୱାର ଦେଇକି ଧବଳେଶ୍ୱର ଦ୍ୱୀପକୁ ଯାଇହୁଏ । ଧବଳେଶ୍ୱର ଦ୍ୱୀପ ଧବଳେଶ୍ୱର ମହାଦେବଙ୍କ ପାଇଁ ପ୍ରସିଦ୍ଧ । ଭୁବନେଶ୍ୱରରୁ ଧବଳେଶ୍ୱର ଦୂରତା 52 km ଓ କଟକରୁ 27 km । ଏହି ଦ୍ୱୀପ ଚାରି ପାଖେ ମହାନଦୀ ବହିଯାଇଛି । ଏହି ଦ୍ୱୀପକୁ ଡଙ୍ଗା ଓ ଝୁଲା ପୋଲଦ୍ୱାରା ଯାଇହୁଏ ।

ମହାନଦୀ
ନଦୀ ପାଖ ଜଙ୍ଗଲ

Google Map ଗିରିଜା ପ୍ରସାଦ ନନ୍ଦ

ପର୍ବ ପର୍ବାଣି

[ସମ୍ପାଦନା]

ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ସହ ଶୀତଳ ଷଷ୍ଠୀଅଶୋକାଷ୍ଟମୀ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ପ୍ରତି ପିଣ୍ଡ ଦାନ କରାଯାଏ । ଖାସ୍ କରି କାର୍ତିକ ମାସର ବଡ଼ଠଶାରେ ଏଠାରେ ପ୍ରବଳ ଭକ୍ତ କଂ ସମାଗମ ହୋଇଥାଏ

ସୁବିଧା ସୁଯୋଗ

[ସମ୍ପାଦନା]

୫ବର୍ଷ ପୂର୍ବେ ଲୋକେ ଏଠାକୁ ଡଙ୍ଗା ଦେଇ ଯାଉଥିଲେ । କିନ୍ତୁ କାର୍ତ୍ତିକ ମାସରେ ବର୍ଦ୍ଧିତ ପର୍ଯ୍ୟଟକ ଓ ବଢୁଥିବା ଦୁର୍ଘଟଣାକୁ ଦେଖି ଓଡ଼ିଶା ସରକାର ଏଠାରେ ଏକ ପାଦଚଲା ଝୁଲାପୋଲ ନିର୍ମାଣ କରିଛନ୍ତି । ଏହା ଏସିଆର ଦୀର୍ଘତମ ପାଦଚଲା ଝୁଲାପୋଲ । ସରକାରଙ୍କଦ୍ୱାରା ଏଠାରେ ଏକ ପର୍ଯ୍ୟବେକ୍ଷଣ କୋଠା ମଧ୍ୟ ଅଛି ।

ଯାହା ଦେଖିବେ

[ସମ୍ପାଦନା]

ଏହା ଏକ ଦ୍ୱୀପ ହୋଇଥିବାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ମନୋରମ । ମେଘୁଆ ପାଗ ନହେଲେ ଶୀତ ଋତୁ ଏସ୍ଥାନକୁ ଯିବାର ପ୍ରକୃଷ୍ଟ ସମୟ । ଏଠାରେ ନଉକା ବିହାରର ସୁଯୋଗ ମଧ୍ୟ ରହିଛି । ମହାନଦୀରୁ ଧବଳେଶ୍ୱର ମନ୍ଦିରର ଦୃଶ୍ୟ ଅତ୍ୟନ୍ତ ମନୋରମ ।

ଗ୍ୟାଲେରି

[ସମ୍ପାଦନା]

ଅଧିକ ତଥ୍ୟ

[ସମ୍ପାଦନା]