ପାରଦେଶ୍ୱର ମନ୍ଦିର

ଉଇକିପିଡ଼ିଆ‌ରୁ
(ପାରଦେଶ୍ଵର ମନ୍ଦିରରୁ ଲେଉଟି ଆସିଛି)

thumb|ପାରଦେଶ୍ୱର ମନ୍ଦିର କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସହରରେ ପାରଦେଶ୍ୱରଙ୍କ ମନ୍ଦିର ଅବସ୍ଥିତ । [୧] ୫୨ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ନିର୍ମାଣ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପୁରୀ ବଳରାମକୋଠ ମଠର ମଠାଧୀଶ ସ୍ୱର୍ଗତ ଅଯୋଧ୍ୟା ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା । ଏହାର ପାର୍ଶ୍ୱରେ ରହିଛି ମା' ଅମ୍ବେଙ୍କ ମନ୍ଦିର, ଏଥି ସହିତ ଦେବୀଙ୍କ ଷୋଡ଼ଶ ରୂପର ପ୍ରତିମୂର୍ତ୍ତି ସହିତ ସିଂହଦ୍ୱାର, ଷଣ୍ଢଦ୍ୱାର ଓ ହାତୀଦ୍ୱାର ଏହିପରି ୩ଟି ଦ୍ୱାର ରହିଛି । ପୃଥିବୀରେ ଦେଖାଯାଉଥିବା ପ୍ରାୟ ସବୁପ୍ରକାର ଶିବଲିଙ୍ଗ ସ୍ଫଟିକ, ରତ୍ନ, ପାର୍ଥିବ, ପ୍ରସ୍ତର ବା ସ୍ୱୟମ୍ଭୂ କିନ୍ତୁ ପାରଦ ଲିଙ୍ଗ ସମଗ୍ର ବିଶ୍ୱରେ ବିରଳ । ପୁରାଣଶାସ୍ତ୍ର ଅନୁସାରେ ଦେବାଧିଦେବ ମହାଦେବ ଶିବଙ୍କ ଅନେକ ଲିଙ୍ଗ ମଧ୍ୟରୁ ପାରଦେଶ୍ୱର ଲିଙ୍ଗକୁ ଶ୍ରେଷ୍ଠ ଲିଙ୍ଗ ଭାବେ ବିଚାର କରାଯାଏ । ଭାରତର ପ୍ରଥମ ପାରଦ ଶିବଲିଙ୍ଗ ହରିଦ୍ୱାରରେ ଥିବାବେବେଳେ ଦ୍ୱିତୀୟଟି ଧର୍ମଗଡ଼ରେ ରହିଛି । ଏହାକୁ ରସଲିଙ୍ଗ ମଧ୍ୟ କୁହାଯାଏ । ପାରଦ ଏକ ତରଳ ପଦାର୍ଥ ହୋଇଥିଲେ ମଧ୍ୟ ଆୟୁର୍ବେଦିକ ପଦ୍ଧତିରେ ଅଷ୍ଟଦୋଷ ମୁକ୍ତି କରିବା ପରେ ଦିବ୍ୟ ଜଡ଼ିବୁଟିଦ୍ୱାରା ଏହାକୁ ବନ୍ଧିତ କରି ତାକୁ ଲିଙ୍ଗାକାର ସ୍ୱରୂପ ପ୍ରଦାନ କରାଯାଏ । ଗୁଜରାଟର ଭୁଜ ଅଞ୍ଚଳରେ ନିର୍ମିତ ଏହି ଲିଙ୍ଗରେ ୫୨ କିଲୋଗ୍ରାମ ପାରଦ ବ୍ୟବହାର କରାଯାଇଛି । ବିଭିନ୍ନ ଆୟୁର୍ବେଦ ରସାୟନଦ୍ୱାରା ଲିଙ୍ଗର ସୁରକ୍ଷା ପାଇଁ ପ୍ରକ୍ରିୟାକରଣ କରାଯାଇ ଏଥିରେ ରୁପାର ଢାଙ୍କୁଣି ଦିଆଯାଇଛି ।

ପର୍ବପର୍ବାଣି[ସମ୍ପାଦନା]

ମହଶିବରାତ୍ରୀରେ ଜାଗରଯାତ୍ରା ଏଠାକାର ମୁଖ୍ୟ ପର୍ବ । ଶ୍ରାବଣ ମାସରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଶହ ଶହ କାଉଡ଼ିଆ ଏଠାରେ ପାରଦେଶ୍ୱରଙ୍କୁ ଜଳଲାଗି କରିଥାନ୍ତି ।

ଗମନାଗମନ[ସମ୍ପାଦନା]

ରାଜଧାନୀ ଭୁବନେଶ୍ୱରଠାରୁ ଧର୍ମଗଡ଼ର ମୋଟ ଦୁରତା ପ୍ରାୟ ୫୦୦ କିଲୋମିଟର । ନିକଟତମ ରେଳଷ୍ଟସନ କେସିଙ୍ଗାଠାରୁ ଧର୍ମଗଡ଼ର ଦୂରତା ୮୦କିଲୋମିଟର

ଆଧାର[ସମ୍ପାଦନା]