ରାଜାରାଣୀ ମନ୍ଦିର

ଉଇକିପିଡ଼ିଆ‌ରୁ
ରାଜାରାଣୀ ମନ୍ଦିର
ରାଜାରାଣୀ ମନ୍ଦିର, ଭୁବନେଶ୍ୱର
ରାଜାରାଣୀ ମନ୍ଦିର, ଭୁବନେଶ୍ୱର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
ସ୍ଥାନଭୁବନେଶ୍ୱର
Countryଭାରତ

ରାଜାରାଣୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ଶିବ ମନ୍ଦିର । ଏହା ସୋମବଂଶୀ ଶାସକଙ୍କଦ୍ୱାରା ଏକାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ।[୧] ସେହି ସମୟରେ ଏହା ଇନ୍ଦ୍ରେଶ୍ୱର ମନ୍ଦିର ନାମରେ ପରିଚିତ ଥିଲା ।

ବିବରଣୀ[ସମ୍ପାଦନା]

ରାଜାରାଣୀ ମନ୍ଦିର ହଳଦିଆ ଓ ନାଲି ରଙ୍ଗ ମିଶ୍ରିତ ବାଲିପଥରରେ ନିର୍ମିତ, ଯାହାକୁ ରାଜାରାଣୀୟ ପଥର କୁହାଯାଇଥାଏ । ମନ୍ଦିରଟି ପୂର୍ବ ଦିଗକୁ ମୁଁହାଇରହିଛି । ମନ୍ଦିରର ଗର୍ଭଗୃହ ରେଖା ଶୈଳୀ ଏବଂ ଜଗମୋହନ ପିଢ଼ା ଶୈଳୀରେ ନିର୍ମିତ । ରାଜାରାଣୀ ମନ୍ଦିର ପଞ୍ଚରଥ ଶୈଳୀରେ ତିଆରି ହୋଇଛି । ଏହି ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିରର ସମକାଳୀନ ଅଟେ । ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ରାଜାରାଣୀ ମନ୍ଦିରର ରକ୍ଷଣାବେକ୍ଷଣ କରୁଅଛି ।

ପର୍ବପର୍ବାଣି[ସମ୍ପାଦନା]

ଓଡ଼ିଶା ସରକାରଦ୍ୱାରା ପ୍ରତିବର୍ଷ ଜାନୁଆରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜାରାଣୀ ମନ୍ଦିରରେ ରାଜାରାଣୀ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ କରାଯାଏ ।[୨] ଭାରତର ବିଭିନ୍ନ ଅଞ୍ଚଳରୁ ସଙ୍ଗୀତଶିଳ୍ପୀ ଏଥିରେ ସଙ୍ଗୀତ ପରିବେଷଣ କରିଥାନ୍ତି ।[୩]

ଚିତ୍ରାବଳୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Rajarani Temple, Bhubaneswar". Archaeological Survey of India. Retrieved 2013-03-17.
  2. "Season of melas". Daily News. Sri Lanka. 23 December 2010. Archived from the original on 24 September 2015. Retrieved 2 June 2015 – via HighBeam Research. {{cite news}}: Unknown parameter |subscription= ignored (|url-access= suggested) (help)
  3. "Bhubaneswar hosts Rajarani music festival". Hindustan Times. Bhubaneswar. 22 January 2010. Archived from the original on 24 September 2015. Retrieved 2 June 2015 – via HighBeam Research. {{cite news}}: Unknown parameter |subscription= ignored (|url-access= suggested) (help)