ମାସ

ଉଇକିପିଡ଼ିଆ ରୁ

ମାସ ଶବ୍ଦ ସଂସ୍କୃତ ମସ (ଚନ୍ଦ୍ର) ଶବ୍ଦରୁ ଉତ୍ପନ୍ନ । ଇଂରାଜୀରେ month (ମନ୍ଥ୍‌=ମାସ) moon (ଅର୍ଥାତ୍‌ ଚନ୍ଦ୍ର) ଶବ୍ଦରୁ ମଧ୍ୟ ଉତ୍ପନ୍ନ ହୋଇଅଛି ।

ଚାନ୍ଦ୍ରମାସ[ସମ୍ପାଦନା]

ଚନ୍ଦ୍ର ପୃଥିବୀର ଚାରିପାଖରେ ଯେଉଁ ସମୟ ମଧ୍ୟରେ ଥରେ ବୁଲି ଆସେ ତାହା ଚାନ୍ଦ୍ରମାସ ନାମରେ ଅଭିହିତ । ଏହା ପୂର୍ଣ୍ଣିମାର ପରଦିନ (କୃଷ୍ଣ ପ୍ରତିପଦ) ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପୂର୍ଣ୍ଣିମାରେ ଶେଷ ହୁଏ । ଏହାକୁ ଗୌଣ ଚାନ୍ଦ୍ରମାସ ବୋଲାଯାଏ । ମୂଖ୍ୟ ଚାନ୍ଦ୍ରମାସ ଅମାବାସ୍ୟା ପରଦିନ (ଶୁକ୍ଳ ପ୍ରତିପଦ ଅର୍ଥାତ୍‌ ନୂତନ ଚନ୍ଦ୍ରକଳା ଦର୍ଶନ ଠାରୁ) ଠାରୁ ଆରମ୍ଭ ହୋଇ ପରବର୍ତ୍ତି ଅମାବାସ୍ୟାରେ ଶେଷ ହୁଏ । ୧୨ଟି ଚାନ୍ଦ୍ରମାସ ହେଲା: ବୈଶାଖ, ଜ୍ୟୈଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ବିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ ଫାଲ୍‌ଗୁନ ଓ ଚୈତ୍ର । ଚାନ୍ଦ୍ରମାସ କେବେ କେବେ ୨୭, ୨୮, ୨୯ ଓ ୩୦ ଦିନ ହୁଏ । ୧୨ଟି ଚାନ୍ଦ୍ରମାସର ପରିମାଣ ୩୫୪ ଦିନ ।

ବୈଶାଖ[ସମ୍ପାଦନା]

ଶାଳିବାହନ ଶକାବ୍ଦର ପ୍ରଥମ ମାସ । ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ । ଏ ମାସ ପଣାସଂକ୍ରାନ୍ତିଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ । ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ । ହିନ୍ଦୁମତରେ ଏହା ୪ଟି ଧର୍ମ ମାସ (କାର୍ତ୍ତିକ, ମାଘ, ବୈଶାଖ, ଆଷାଢ଼) ମଧ୍ୟରୁ ଏକ ମାସ ।

ଜ୍ୟେଷ୍ଠ[ସମ୍ପାଦନା]

ଜ୍ୟେଷ୍ଠା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ । ବୈଶାଖର ପରବର୍ତ୍ତୀ ମାସ ।

ଆଷାଢ଼[ସମ୍ପାଦନା]

ଆଷାଢ଼ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ । ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ ।

ଶ୍ରାବଣ[ସମ୍ପାଦନା]

ଶ୍ରବଣା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ । ଆଷାଢ଼ର ପରବର୍ତ୍ତୀ ଚାନ୍ଦ୍ର ମାସ ।

ଭାଦ୍ରବ (ଭୋଦୁଅ)[ସମ୍ପାଦନା]

ଭାଦ୍ର ପଦ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ର ମାସ । ଶ୍ରାବଣର ପରବର୍ତ୍ତୀ ଓ ଆଶ୍ବିନର ପୂର୍ବବର୍ତ୍ତୀ ମାସ। ଶରତ ଋତୁର ପ୍ରଥମ ମାସ ।

ଆଶ୍ୱିନ (ଅଶିଣ)[ସମ୍ପାଦନା]

ଅଶ୍ୱିନୀ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସ ।

କାର୍ତ୍ତିକ[ସମ୍ପାଦନା]

ଏହି ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ଥାଆନ୍ତି । ଚାନ୍ଦ୍ରମାନ ତୁଳା ମାସ (October-November)| ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ ।

ମାର୍ଗଶୀର (ମଗୁଶୀର)[ସମ୍ପାଦନା]

ମୃଗଶିରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡୁଥିବା ମାସ ।

ପୌଷ (ପୁଷ)[ସମ୍ପାଦନା]

ପୁଷ୍ୟା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ମାର୍ଗଶୀରର ପରବର୍ତ୍ତୀ ଓ ମାଘର ପୂର୍ବବର୍ତ୍ତୀ ଚାନ୍ଦ୍ରମାସ ।

ମାଘ[ସମ୍ପାଦନା]

ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣୀମାବିଶିଷ୍ଟ ଚାନ୍ଦ୍ରମାସ ।ଏହା ସୌର ମକରମାସ ସଙ୍ଗେ ସମାନ । ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ଏହା ଶୀତଋତୁର ଶେଷ ମାସ ।

ଫାଲ୍‌ଗୁନ[ସମ୍ପାଦନା]

ଫାଲ୍ଗୁନୀ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ଏହା ମାଘର ପରବର୍ତ୍ତୀ ଚାନ୍ଦ୍ରମାସ ।

ଚୈତ୍ର[ସମ୍ପାଦନା]

ଚିତ୍ରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ଏହା ଫାଲ୍ଗୁନର ପରବର୍ତ୍ତୀ ଚାନ୍ଦ୍ରମାସ । ସଂବତ୍ ଗଣନାରେ ଏହା ବର୍ଷର ପ୍ରଥମ ମାସ । ଏହା ବସନ୍ତଋତୁର ଶେଷ ମାସ ।

ସୌରମାସ[ସମ୍ପାଦନା]

ସୂର୍ଯ୍ୟ ଯେଉଁ ସମୟରେ ଏକ ରାଶିରେ ଅବସ୍ଥାନ କରେ ତାହା ସୌର ମାସ । (ସୂର୍ଯ୍ୟଙ୍କର ଏକ ରାଶିରେ ଉଦୟ ହେବା କାଳକୁ ସୌର ମାସ ବୋଲାଯାଏ) । ଏହା ସଂକ୍ରାନ୍ତିରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସାନ୍ତରେ ଶେଷ ହୁଏ । ଏହା କେବେ ୨୯, କେବେ ୩୦, କେବେ ୩୧ ଦିନ ଓ କେବେ ୩୨ ଦିନ ବ୍ୟାପି ହୁଏ । ୧୨ ଟି ସୌରମାସ ପରିମାଣ ୩୬୫ ଦିନ । ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ ।

ମେଷ[ସମ୍ପାଦନା]

ବୃଷ[ସମ୍ପାଦନା]

ମିଥୁନ[ସମ୍ପାଦନା]

କର୍କଟ[ସମ୍ପାଦନା]

ସିଂହ[ସମ୍ପାଦନା]

କନ୍ୟା[ସମ୍ପାଦନା]

ତୁଳା[ସମ୍ପାଦନା]

ବିଛା[ସମ୍ପାଦନା]

ଧନୁ[ସମ୍ପାଦନା]

ମକର[ସମ୍ପାଦନା]

କୁମ୍ଭ[ସମ୍ପାଦନା]

ମୀନ[ସମ୍ପାଦନା]

ଇଂରାଜି ମାସ[ସମ୍ପାଦନା]

ଇଂରାଜି ଗଣନା କ୍ରମେ ବର୍ଷକୁ (୩୬୫ଦିନ ବା ୩୬୬ଦିନକୁ) ୧୨ ଭାଗରେ ବିଭକ୍ତ କରାଯାଇଥିବା କାଳ: ଜାନୁଆରୀ, ଫେବ୍ରୁଆରୀ, ମାର୍ଚ୍ଚ୍, ଏପ୍ରେଲ୍‌, ମେ, ଜୁନ୍‌, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର୍‌, ନଭେମ୍ବର୍‌, ଡିସେମ୍ବର୍‌ ଏହିପରି ୧୨ ଟି କାଳ ପରିମାଣ ।

ଜାନୁଆରୀ[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ପ୍ରଥମ ମାସ । ଏହିମାସ ୩୧ ଦିନିଆ ।

ଫେବୃଆରୀ[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଦ୍ଵିତୀୟ ମାସ । ଏହିମାସ ୨୮ ବା ୨୯ ଦିନିଆ ।

ମାର୍ଚ୍ଚ୍[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ତୃତୀୟ ମାସ । ଏହିମାସ ୩୧ ଦିନିଆ ।

ଅପ୍ରେଲ (ଏପ୍ରେଲ୍)[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଚତୁର୍ଥ ମାସ । ଏହିମାସ ୩୦ ଦିନିଆ ।

ମଇ (ମେ)[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ପଞ୍ଚମ ମାସ । ଏହିମାସ ୩୦ ଦିନିଆ ।

ଜୁନ୍[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଷଷ୍ଟ ମାସ । ଏହିମାସ ୩୦ ଦିନିଆ ।

ଜୁଲାଇ[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ସପ୍ତମ ମାସ । ଏହିମାସ ୩୧ ଦିନିଆ ।

ଅଗଷ୍ଟ[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଅଷ୍ଟମ ମାସ । ଏହିମାସ ୩୧ ଦିନିଆ ।

ସେପ୍ଟେମ୍ବର[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ନବମ ମାସ । ଏହିମାସ ୩୦ ଦିନିଆ ।

ଅକ୍ଟୋବର୍[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଦଶମ ମାସ । ଏହିମାସ ୩୧ ଦିନିଆ ।

ନଭେମ୍ବର୍[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଏକାଦଶ (୧୧ଶ) ମାସ । ଏହିମାସ ୩୦ ଦିନିଆ ।

ଡିସେମ୍ବର୍[ସମ୍ପାଦନା]

ଇଂରାଜୀ ଗଣନାରେ ବର୍ଷର ଶେଷ (ଦ୍ବାଦଶ) ମାସ । ଏହିମାସ ୩୦ ଦିନିଆ ।


ମଳମାସ[ସମ୍ପାଦନା]

ସୌରମାନ ବର୍ଷ (୧୨ଟି ସୌରମାସର ପରିମାଣ) ୩୬୫ ଦିନ ୬ ଘଣ୍ଟା, ଚାନ୍ଦ୍ରମାନ ବର୍ଷ (୧୨ ଟି ଚାନ୍ଦ୍ରମାସର ପରିମାଣ) ପ୍ରାୟ ପରିମାଣ ୩୫୪ ଦିନ । ଏଣୁ ସୌରମାନ ବର୍ଷ ଅପେକ୍ଷା ଚାନ୍ଦ୍ରମାନ ବର୍ଷ ୧୧ ଦିନ ୬ ଘଣ୍ଟା କମ୍‌ । ସୌରମାନ ବର୍ଷ ସଙ୍ଗେ ଚାନ୍ଦ୍ରମାନ ବର୍ଷର ମେଳ ରଖି ଏହି ଅଳ୍ପତାକୁ ପୂରଣ କରିବାପାଇଁ ଚାନ୍ଦ୍ରମାନ ମାସ ଗଣନାରେ ଅଢ଼େଇ ବର୍ଷ ଅନ୍ତରରେ ଗୋଟିଏ ଅଧିକା ମାସ ଗଣାଯାଏ ଓ ସେହି ମାସଟି ଯେଉଁ ଚାନ୍ଦ୍ରମାନ ମାସ ମଧ୍ୟରେ ପଡ଼େ ସେହି ଚାନ୍ଦ୍ରମାନ ମାସର ନାମରେ ଡକାହୁଏ ଯଥା କାର୍ତ୍ତିକମଳ, ବୈଶାଖମଳ ଇତ୍ୟାଦି । ମଳମାସ ଫାଲ୍‌ଗୁନଠାରୁ ମାର୍ଗଶୀର ଏହି ୧୦ ମାସରେ ପଡ଼େ । ପୁଷମାସ କେବେହେଁ ମଳମାସ ହୁଏନାହିଁ ଓ ମାଘରେ କ୍ଵଚିତ୍‌ ମଳମାସ ପଡ଼େ । ସାଧାରଣ ମାସରେ ପ୍ରଥମେ କୃଷ୍ଣପକ୍ଷ ଓ ପରେ ଶୁକ୍ଳପକ୍ଷ ପଡ଼େ କିନ୍ତୁ ଚାନ୍ଦ୍ରମାନ ମଳ ମାସରେ ପ୍ରଥମେ ଶୁକ୍ଳପକ୍ଷ ଓ ପରେ କୃଷ୍ଣପକ୍ଷ ପଡ଼େ । ହିନ୍ଦୁ ଗଣନାରେ ମଳମାସର ବ୍ୟବହାର ଥିବାରୁ ପର୍ବ ଓ ଉତ୍ସବମାନ ଋତୁ ଅନୁସାରେ ପଡ଼େ; କିନ୍ତୁ ମୁସଲମାନମାନେ ଚାନ୍ଦ୍ରମାସ ଅନୁସାରେ ମାସ ଗଣୁଥିବାରୁ ଓ ସେମାନଙ୍କର ମଳମାସ ଦ୍ଵାରା ଚାନ୍ଦ୍ର ଓ ସୌର ମାସର ସମତା ରକ୍ଷା କରାଯାଉ ନ ଥିବାରୁ ତାଙ୍କର ପର୍ବ ଓ ଉତ୍ସବମାନ (ଯଥା- ଈଦ, ମହରମ୍) ସବୁ ଋତୁରେ ପଡ଼ିଥାଏ ।

ଆଧାର[ସମ୍ପାଦନା]