ଚମ୍ପାନାଥ

ଉଇକିପିଡ଼ିଆ‌ରୁ

ଚମ୍ପେଶ୍ୱରର ଚମ୍ପାନାଥ ଅଭିବକ୍ତ କଟକ ଜିଲ୍ଲାର ,ଆଠଗଡ ଉପଖଣ୍ଡ ଅନ୍ତର୍ଗତ ନରସିଂହପୁର ଗଡଜାତର ଆରାଧ୍ୟ ଦେବତା ତଥା ପ୍ରସିଦ୍ଧ ଶୈବପିଠ ଚମ୍ପେଶ୍ୱରର ଚମ୍ପାନାଥ‌ ଅନ୍ୟତମ୤ଏହି ଶୈବପିଠର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟ ଯେତିକି ମନମୁଗ୍ଧକର ଅଧିକ ଚର୍ଚ୍ଚିତ ମନ୍ଦିର ବେଢାରେ ନିକଟସ୍ଥ ପୋଖରୀରେ ଥିବା ଛୋଟବଡ ଶହ ଶହ କଇଁଛଙ୍କ ଜଳ କ୍ରୀଡ଼ା୤ମନ୍ଦିର ପ୍ରବେଶ ପୁର୍ବରୁ ପାଦ ପ୍ରକ୍ଷାଳନ ସମୟରେ ସତେ ଯେମିତି ସ୍ୱାଗତ କରିବା ପାଇଁ ନିକଟକୁ ଆସିଥାନ୍ତି୤

କିମ୍ବଦନ୍ତୀ[ସମ୍ପାଦନା]

ପୁର୍ବେ ଏକ ଚମ୍ପା ଗଛ ମୁଳେ ପ୍ରଭୁ ଆବିର୍ଭୁତ ହୋଇଥିବାରୁ ସେହି ଅନୁସାରେ ତାଙ୍କ ନାମ ଚମ୍ପାନାଥ ଓ ଉକ୍ତ ସ୍ଥାନର ଇଶ୍ୱର ହୋଇଥିବାରୁ ଗ୍ରାମର ନାମ ଚମ୍ପା ଇଶ୍ୱରରୁ “ଚମ୍ପେଶ୍ୱର” ହୋଇଥିବା ଶୁଣିବାକୁ ମିଳେ୤ ଅଷ୍ଟମରୁ ନବମ ଶତାବ୍ଦୀ ମଧ୍ୟରେ ଭୌମବଂଶୀ ରାଜାଙ୍କ ରାଜତ୍ୱ କାଳରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ୤ ସାଧାରଣତଃ ଶିବ ମନ୍ଦିର ଗୁଡିକରେ ମୁଖଶାଳା ପୁର୍ବ ଦିଗକୁ ଥିବାବେଳେ ଏହି ମନ୍ଦିରର ମୁଖଶାଳା ପଶ୍ଚିମକୁ ରହିଛି୤ ଏହାକୁ ନେଇ ଏକ ରହସ୍ୟଭରା ଲୋକକଥା ରହିଛି ୤ ଏକଦା ମନ୍ଦିର ପଶ୍ଚିମ ପାଖ ପୋଖରୀ ଆରପଟେ ଚାଷଖେତରେ ଜଣେ ଚଷାପୁଅ ପାହାନ୍ତିଆ ପହରରୁ ଗୀତ ବୋଲି ଚାଷ କରୁଥିଲା୤ତାର ସୁଲଳିତ କଣ୍ଠସ୍ୱରରେ ମୁଗ୍ଧ ହୋଇ ପ୍ରଭୁ ପଶ୍ଚିମକୁ ମୁଖ କରି ଗୀତ ଶୁଣିବାକୁ ଲାଗିଲେ୤ ଗୀତ ଶୁଣୁଶୁଣୁ ସକାଳ ହୋଇଗଲା; ହେଲେ ପ୍ରଭୁ ଚମ୍ପାନାଥ ତାଙ୍କ ମୂଳ ଆସ୍ଥାନକୁ ଯିବାକୁ ଭୁଲି ଯାଇଥିଲେ୤ ସେହିଦିନଠାରୁ ପ୍ରଭୁ ପଶ୍ଚିମମୁଖା ହୋଇ ରହି ଯାଇଥିବା ରହସ୍ୟ ଜନମାନସରୁ ଶୁଣିବାକୁ ମିଳେ୤ ଚମ୍ପାନାଥଙ୍କ ପଶ୍ଚିମମୁଖା ମୁଖ୍ୟ ମନ୍ଦିରକୁ ଉତ୍ତର ଦ୍ୱାର ଦେଇ ପ୍ରବେଶ କରିବାକୁ ପଡ଼ିଥାଏ୤ଗର୍ଭଗୃହରେ ଚମ୍ପାନାଥଙ୍କ ପାତାଳଫୁଟା ସ୍ୱୟମ୍ବୂ ଲିଙ୍ଗ ବେଢା ଭୂମି ପତ୍ତନଠାରୁ ପ୍ରାୟ ୬ ଫୁଟ ତଳେ ଏକ ଗମ୍ଭିରା ଭିତରେ ଅବସ୍ଥିତ୤ବେଢାରେଥିବା ଅନେକ ଛୋଟଛୋଟ ମନ୍ଦିରରେ ଅନେକ ଶିବ ଲିଙ୍ଗ ପୂଜା ପାଉଛନ୍ତି୤ମନ୍ଦିର ବେଢାରେ ବହୁ ପ୍ରାଚୀନ ଭାସ୍କର୍ଯ୍ୟର ନମୁନା ଦେଖିବାକୁ ମିଳେ୤ କଥିତ ଅଛି ଯେ ଦ୍ୱାପର ଯୁଗର ପ୍ରବଳ ପ୍ରତାପୀ ବାଣାସୁର ଶିବଙ୍କ ପୂଜା କରିବାକୁ ଚମ୍ପାନାଥ ପୀଠ ଆସୁଥିଲେ୤ଏହି ପୀଠର ଅନତି ଦୁରରେ ଦକ୍ଷିଣ ଦିଗକୁ ନରସିଂହପୁର ପଦାମାଳ ନିକଟସ୍ଥ ମହାନଦୀ କୂଳରେ ପୂର୍ବେ ବାଣାସୁରଗଡ ଥିଲା ଯାହା ଏବେ ବାଣେଶ୍ୱରନାସୀ ଭାବେ ଖ୍ୟାତ୤ଏଠାରେ ପ୍ରାଚୀନ ବୌଦ୍ଧ ସଂସ୍କୃତିର ଧ୍ୱସାଂବଶେଷ ଆବିଷ୍କୃତ ହୋଇଥିବାରୁ ଏହା ଜାତୀୟ ସ୍ମାରକୀ ମାନ୍ୟତା ପ୍ରାପ୍ତ ହୋଇଛି୤

ଆଧାର[ସମ୍ପାଦନା]