ଐଶାଣେଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ‌ରୁ
(ଐଶାଣେଶ୍ଵର ଶିବ ମନ୍ଦିରରୁ ଲେଉଟି ଆସିଛି)
ଐଶାଣେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା

ଐଶାଣେଶ୍ୱର ଶିବ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଭଗବାନ ଶିବଙ୍କ ନିମନ୍ତେ ୧୩ଶ ଶତକରେ ନିର୍ମିତ ଏକ ପୁରାତନ ହିନ୍ଦୁ ମନ୍ଦିର[୧] ଏହି ମନ୍ଦିରଟି ପୁରୁଣା ଭୁବନେଶ୍ୱରରସ୍ଥିତ ଶ୍ରୀରାମ ନଗରର ମୁନିସିପାଲ କର୍ପୋରେସନ ଡାକ୍ତରଖାନା ପରିସରରେ ଅବସ୍ଥିତ । ଏହା ଲିଙ୍ଗରାଜ ମନ୍ଦିରର ପଶ୍ଚିମ ପାଚେରି ନିକଟରେ ଅବସ୍ଥିତ । ଏଥିରେ ନିରନ୍ତର ପୂଜା ହୋଇଥାଏ ଓ ଦେବ-ବେଦି ପୂର୍ବ ଦିଗକୁ ମୁହାଁଇଛି ।

ମନ୍ଦିର ପରିସର[ସମ୍ପାଦନା]

ଏଠାରେ ପୂଜିତ ଦିଅଁ ଶିବଲିଙ୍ଗଯାହାଙ୍କ ଚାରିପାଖରେ ଗୋଲାକାର ଯୋନିପୀଠ ଧାରକ ରହିଛି । ଜାଗର, ଜଳାଭିଷେକ, ରୁଦ୍ରାଭିଷେକ, ସଙ୍କ୍ରାନ୍ତି ଆଦି ଏହି ମନ୍ଦିରରେ ପାଳନ କରାଯାଇଥାଏ । ଶିବରାତ୍ରିର ୬ଷ୍ଠ ଦିନରେ ଲିଙ୍ଗରାଜଙ୍କର ବିଗ୍ରହ ଏଠାକୁ ଅଣାଯାଇଥାଏ ।

ଇତିହାସ[ସମ୍ପାଦନା]

ଏହା କଳିଙ୍ଗ ସ୍ଥାପତ୍ୟ କଳାର ସପ୍ତରଥ ଶୈଳିରେ ତିଆରି ଯାହା ୧୩ ଶ ଶତକରେ ତିଆରି ହୋଇଥିଲା ଓ ମେଘେଶ୍ୱର ମନ୍ଦିର ସହ ଏହାର ସମାନତା ଦେଖିବାକୁ ମିଳିଥାଏ । କେତେକ ନିର୍ମାଣଶୈଳିରୁ ଏହା ଗଙ୍ଗମାନଙ୍କ ଦେଇ ନିର୍ମିତ ହୋଇଥିବାର ଆଭାସ ମିଳିଥାଏ ।

ନିର୍ମାଣ ଶୈଳି[ସମ୍ପାଦନା]

ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳାରେ ଓ ଧୁସର ବାଲିପଥରରେ ନିର୍ମିତ । "ତଳଜଙ୍ଘ" ଓ "ଉପର ଜଙ୍ଘ" "ଖାକରା ମୁଣ୍ଡି ଓ "ପିଠା ମୁଣ୍ଡି" ଶୈଳିରେ ନିର୍ମିତ । ପୀଠଟିରେ ତିନୋଟି ଆଧାର ରହିଛି ଯାହା ଖାକରା ମୁଣ୍ଡି ଶ୍ରେଣିରେ ସଜା ହୋଇଛି । ଅନୁରଥ ପାଗ ଶୈଳିରେ ଏହା ଉପରେ ପଦ୍ମ ତଥା "କାନିକା ପାଗ"ରେ ୧୦ ଗୋଟି ଭୂମି ଅମ୍ଳ ରହିଛି । ଦୁଇଟି "ଉଦ୍ୟତ" ସିଂହ ଏହାର "ଗଣ୍ଡି" ଓ "ରହପାଗ"ରେ ରହିଛନ୍ତି । "ଗଣ୍ଡି"ର ପାଦ ଦେଶରେ ସାମନା କାନ୍ଥରେ ଏକ ଛୋତ "ରେଖା ଅଙ୍ଗଶିଖର" ରହିଛି ।

ଦୁଆର ବନ୍ଧସବୁରେ ବାହାରୁ ଭିତର ଯାଏଁ "ପୁଷ୍ପ ଶାଖା", "ପତ୍ର ଶାଖା", "ଲତା ଶାଖା"ରେ ସଜା ହୋଇଛି । ଦୁଆରବନ୍ଧର ପାଦଦେଶରେ ଉଭୟ ପାଖରେ ଖାକରା ମୁଣ୍ଡିସବୁ ଅଛି । ଏଠାର ଅଧିଷ୍ଠାତ୍ରୀ ଦେବୀ "ଲଲାଟବିମ୍ବ ଗଜଲକ୍ଷ୍ମୀ" ଲଳିତାସନରେ ବସିଛନ୍ତି । ଦୁଆରବନ୍ଧର ଉପରେ ନବଗ୍ରହ ଶ୍ରେଣି ରହିଛନ୍ତି, ପ୍ରଟିଟି ଗ୍ରହ ଏକ ଆସନ ଉପରେ ଅଧୀଷ୍ଠିତ । "ସୂର୍ଯ୍ୟ" ଉଭୟ ହାତରେ ପଦ୍ମ ଧରିଛନ୍ତି ଓ "କେତୁ" ଏକ ସାପ ହାତରେ ଧରିଥାନ୍ତି । ଏହା ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଦେଇ ପରିଚାଳିତ । ଏହା ଭଲଭାବରେ ସଂରକ୍ଷିତ ହୋଇରହିଛି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

  1. The forgotten monuments of Orissa. Volume 2.Kamalā Ratnam, India. Ministry of Information and Broadcasting. Publications Division, Indian National Trust for Art and Cultural Heritage

ଆଧାର[ସମ୍ପାଦନା]

  • Pradhan, Sadasiba (2009). Lesser Known Momunents Of Bhubaneswar. Bhubaneswar: Lark Books. pp. 1–2. ISBN 8173751641.