ସିଦ୍ଧେଶ୍ୱର ମନ୍ଦିର, ଆଠମଲ୍ଲିକ

ଉଇକିପିଡ଼ିଆ ରୁ
Jump to navigation Jump to search
ସିଦ୍ଧେଶ୍ୱର ମନ୍ଦିର
ଦେଉଳିଝରି ଜଳପ୍ରପାତ ଓ ସିଦ୍ଧେଶ୍ୱର ବାବା ମନ୍ଦିର
ଦେଉଳିଝରି ଜଳପ୍ରପାତ ଓ ସିଦ୍ଧେଶ୍ୱର ବାବା ମନ୍ଦିର
ସିଦ୍ଧେଶ୍ୱର ମନ୍ଦିର is located in ଓଡ଼ିଶା
ସିଦ୍ଧେଶ୍ୱର ମନ୍ଦିର
ସିଦ୍ଧେଶ୍ୱର ମନ୍ଦିର
ସିଦ୍ଧେଶ୍ୱର ମନ୍ଦିର, ଆଠମଲ୍ଲିକ
ନାମ
ମୂଳ ନାମସିଦ୍ଧେଶ୍ୱର ମନ୍ଦିର, ଆଠମଲ୍ଲିକ
ଭୌଗୋଳିକ ଅବସ୍ଥିତି
ଦିଗବାରେଣି19°48′17″N 85°49′6″E / 19.80472°N 85.81833°E / 19.80472; 85.81833Coordinates: 19°48′17″N 85°49′6″E / 19.80472°N 85.81833°E / 19.80472; 85.81833
ଦେଶଭାରତ
ରାଜ୍ୟଓଡ଼ିଶା
ଅବସ୍ଥିତିଅନୁଗୋଳ ଜିଲ୍ଲା
ପରମ୍ପରା
ମୁଖ୍ୟ ଆରାଧ୍ୟବାବା ସିଦ୍ଧେଶ୍ୱର ମହାଦେବ
Architecture
ମନ୍ଦିର ସଂଖ୍ୟା

ସିଦ୍ଧେଶ୍ୱର ମନ୍ଦିର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକସ୍ଥିତ ଦେଉଳଝରିଠାରେ ଥିବା ଏକ ଶିବ ମନ୍ଦିର । ଏହି ଶୈବପୀଠର ଦେଉଳ ଭିତରେ ସ୍ୱତଃ ପ୍ରବାହିତ ଉଷ୍ଣ ଜଳଧାରା (ଦେଉଳଝରି) ସିଦ୍ଧେଶ୍ୱରଙ୍କ ମଥା ଧୋଇ ବହିଯିବାର ଲୋକ ବିଶ୍ୱାସ ରହିଛି । ଶୈବ ଓ ଶାକ୍ତ ଧର୍ମାବଲମ୍ବୀ ଭକ୍ତମାନେ ଏଠାକୁ ପୂଜାପାଠ ନିମନ୍ତେ ଓ ପର୍ଯ୍ୟଟକମାନେ ଆମୋଦ ସକାଶେ ଆସିଥାନ୍ତି ।[୧]

ଅବସ୍ଥିତି[ସମ୍ପାଦନା]

ଆଠମଲ୍ଲିକ ସହରଠାରୁ ପଶ୍ଚିମ ଦିଗରେ ବଉଦକୁ ମାଧପୁର ଦେଇ ଲମ୍ବି ଯାଇଥିବା ରାସ୍ତାରେ ପ୍ରାୟ ଛଅ କି.ମି. ଗଲା ପରେ ଦେଉଳଝରି ପୀଠରେ ଏହି ଦେଉଳ ଅବସ୍ଥିତ ।

ଦେଉଳ ଓ ପୀଠ[ସମ୍ପାଦନା]

ଏହି ପୀଠ ଚବିଶ ଏକର ଭୂମି ଉପରେ ଅବସ୍ଥିତ । । ଏହି ପୀଠରେ ଚାରିଶମ୍ଭୁ ଯଥା ସିଦ୍ଧେଶ୍ୱର, ମହେଶ୍ୱର, କେଦାରେଶ୍ୱର ଏବଂ ଜାଗେଶ୍ୱରଙ୍କୁ ପୂଜା କରାଯାଇଥାଏ । ଏହା ସହିତ ଶାକ୍ତ ଧର୍ମର ପ୍ରଧାନ ଠାକୁରାଣୀ ମାହେଶ୍ୱରୀ ଏବଂ ବନବୀଥିକାର ଦେବୀ ଖମ୍ବେଶ୍ୱରୀ ଏଠାରେ ଉପାସିତ । ଆଠମଲ୍ଲିକ- ମାଧପୁର ରାସ୍ତାକୁ ଲାଗି ରହିଥିବା ଏହି ପୀଠର ଫାଟକ ଅତିକ୍ରମ କରି କିଛିବାଟ ଆଗକୁ ଗଲେ ବାମପାଶ୍ୱର୍ରେ ତିନୋଟି ସିମେଣ୍ଟ କୁଣ୍ଡ ଦିଶେ । ଏହି କୁଣ୍ଡକୁ ଲାଗି ପଶ୍ଚିମ ଦିଗରେ ଅବସ୍ଥିତ ମହେଶ୍ୱର, ମାହେଶ୍ୱରୀ ଏବଂ କେଦାରେଶ୍ୱରଙ୍କ ମନ୍ଦିର । ଏମାନେ ସମସ୍ତେ ପୂର୍ବମୁଖା । କେଦାରେଶ୍ୱର ମନ୍ଦିରର ସମ୍ମୁଖରେ ପଶ୍ଚିମାଭିମୁଖୀ ଖମ୍ବେଶ୍ୱରୀଙ୍କ ମନ୍ଦିର । ଏହି ମନ୍ଦିର ସମୂହର ନିକଟବର୍ତ୍ତୀ ପୂର୍ବଦିଗରେ ପଶ୍ଚିମାଭିମୁଖୀ ଯାଗେଶ୍ୱରଙ୍କ ମନ୍ଦିର । ସାଧାରଣତଃ ଶୈବପୀଠମାନଙ୍କରେ ଏକରୁ ଅଧିକ ଶିବ ମନ୍ଦିର ଥିଲେ ଗୋଟିଏ ମନ୍ଦିର ପଶ୍ଚିମମୁଖା ରହିଥିବା ବେଳେ ଏହାର ଦେବତାକୁ ପଶ୍ଚିମ ସୋମନାଥ କୁହାଯାଏ । ତେବେ ଏଠାରେ ଯାଗେଶ୍ୱର ପଶ୍ଚିମମୁଖା । ଏହି ମନ୍ଦିର ସମୂହ ଅତିକ୍ରମ କରି ବାମ ପାଶ୍ୱର୍ରେ ରାସ୍ତାରେ ଅଳ୍ପବାଟ ଗଲେ ସିଦ୍ଧେଶ୍ୱରଙ୍କ ମନ୍ଦିର ରହିଛି ।

ଇତିହାସ[ସମ୍ପାଦନା]

ଏଠାରେ ପ୍ରତିଷ୍ଠିତ ଠାକୁର ପ୍ରଥମେ ଏକ ଚାଳଘରେ ପୂଜା ପାଉଥିଲେ । ୧୯୩୬ ମସିହାରେ ଆଠମଲ୍ଲିକ ଗଡ଼ଜାତର ମହାରାଜା କିଶୋର ଚନ୍ଦ୍ର ଦେଓଙ୍କଦ୍ୱାରା ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇଥିଲା । ପରେ ପରେ କେତେଜଣ ଭକ୍ତଙ୍କ ଉଦ୍ୟମରେ ଯାଗେଶ୍ୱର, ମହେଶ୍ୱର ଏବଂ କେଦାରେଶ୍ୱର ମନ୍ଦିର ନିର୍ମିତ ହେଲା । ଦେଉଳଝରିର ଚାରିଶମ୍ଭୁଙ୍କ ମଧ୍ୟରେ ସିଦ୍ଧେଶ୍ୱର ମୁଖ୍ୟ ଦେବତା । ଭକ୍ତମାନେ ପ୍ରଥମେ ସିଦ୍ଧେଶ୍ୱରଙ୍କୁ ଦର୍ଶନ କରିସାରି ପରେ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରନ୍ତି । ସିଦ୍ଧେଶ୍ୱର ମନ୍ଦିରର ବେଢ଼ା ମଧ୍ୟରେ ମୁଖ୍ୟ ମନ୍ଦିର ଜଗମୋହନ, ନାଟ ମଣ୍ଡପ, ଭୋଗ ମଣ୍ଡପ ଆଦି ଅବସ୍ଥିତ । ଜଗମୋହନର ଚଟାଣ ମାର୍ବଲ ପଥରରେ ନିର୍ମିତ ହୋଇଛି । ଏହି ମନ୍ଦିରର ଗର୍ଭଗୃହରେ ଶିବ ଓ ପାର୍ବତୀଙ୍କ ଅଷ୍ଟଧାତୁରେ ନିର୍ମିତ ପ୍ରତିମା ପ୍ରତିଷ୍ଠିତ । ଗର୍ଭଗୃହର ଶିବଲିଙ୍ଗ ଭୂପୃଷ୍ଠରୁ ପ୍ରାୟ ଛଅ ଫୁଟ ତଳେ ଅବସ୍ଥିତ ଏହି ଲିଙ୍ଗର ନିମ୍ନଭାଗରେ ଏକ ଉଷ୍ଣଝର ଅନବରତ ବୋହିଥାଏ । ଏହି କ୍ଷୀଣ ଜଳଧାର ହୋଇ ମହାନଦୀ ବହିଯିବାର ଲୋକବିଶ୍ୱାସ ରହିଛି । ଅନ୍ୟାନ୍ୟ ଶିବ ମନ୍ଦିର ପରି ସିଦ୍ଧେଶ୍ୱର ମନ୍ଦିରର ପାଶ୍ୱଦେବତା ଭାବେ ଦକ୍ଷିଣ ଦିଗରେ ଗଣେଶ୍ୱର, ପଶ୍ଚିମ ଦିଗରେ କାର୍ତ୍ତିକେଶ୍ୱର ଏବଂ ଉତ୍ତର ଦିଗରେ ପାର୍ବତୀ ଉପାସିତ । ଏହି ମନ୍ଦିର ବେଢ଼ା ମଝିରେ ଦକ୍ଷିଣ ଦିଗରେ ବରୁଣ କୁଣ୍ଡ ରହିଛି । ସିଦ୍ଧେଶ୍ୱରଙ୍କ ସ୍ନାନ ଓ ଭୋଗଲାଗି ପାଇଁ ଆବଶ୍ୟକ ଜଳ ଏହିଠାରୁ ଅଣାଯାଇଥାଏ ।

କିମ୍ବଦନ୍ତୀ[ସମ୍ପାଦନା]

ବୈଶାଖ ମାସରେ ବାରୁଣୀ ଯୋଗ ପଡୁଥିବା ବର୍ଷରେ ଦେଉଳଝରିଠାରେ ଥିବା ସମସ୍ତ ଶିବଲିଙ୍ଗର ନିମ୍ନ ଭାଗରୁ ଅଧିକ ଜଳ ଉଦ୍ଗୀରଣ ହୋଇ ଲିଙ୍ଗଗୁଡିକ ପାଣିରେ ବୁଡିଯାଏ ବୋଲି ଲୋକ ବିଶ୍ୱାସ । ୧୯୭୧ ମସିହାରେ ଏପରି ଏକ ବାରୁଣୀ ଯୋଗ ପଡିଥିଲା ବୋଲି କୁହାଯାଏ । ସିଦ୍ଧେଶ୍ୱର ମନ୍ଦିରରେ ସ୍ୱୟଂମ୍ଭୁ ଲିଙ୍ଗର ଆବିର୍ଭାବ ସମ୍ପର୍କରେ ଥିବା କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସରେ ଥିବା ସମୟରେ ଦେଉଳଝରିର ଅନତିଦୂରରେ ଅବସ୍ଥିତ ପଞ୍ଚଧାର ପର୍ବତରେ କିଛି କାଳ ଅବସ୍ଥାନ କରିଥିଲେ । ଏହି ସମୟରେ ସୀତା ପଞ୍ଚଧାର ପର୍ବତର ପାଦଦେଶରେ ଏହି ସ୍ୱୟଂମ୍ଭୁ ଲିଙ୍ଗକୁ ଠାବ କରି ପୂଜାର୍ଚ୍ଚନା କରୁଥିଲେ । ରାମଚନ୍ଦ୍ର ପଞ୍ଚଧାର ପର୍ବତ ଛାଡ଼ି ଚାଲିଯିବା ବେଳେ ସୀତା ଗଙ୍ଗାଦେବୀଙ୍କୁ ସ୍ମରଣ କରି ପ୍ରତିଦିନ ସିଦ୍ଧେଶ୍ୱରଙ୍କୁ ସ୍ନାନ କରାଇ ପୂଜାର୍ଚ୍ଚନା କରିବାକୁ ଅନୁରୋଧ କରିଥିଲେ । ସେହିଦିନଠାରୁ ଗଙ୍ଗାମାତା ଲିଙ୍ଗର ନିମ୍ନଭାଗରୁ ପ୍ରସ୍ପୁଟିତ ହୋଇ ଉଷ୍ଣ ଜଳରାଶିଦ୍ୱାରା ସିଦ୍ଧେଶ୍ୱର ମହାପ୍ରଭୁଙ୍କ ସ୍ନାନ କରାଇ ଆସିଛନ୍ତି ।

ଦେଉଳଝରି ଉଷ୍ଣପ୍ରସ୍ରବଣ[ସମ୍ପାଦନା]

ଦେଉଳଝରି ଉଷ୍ଣପ୍ରସ୍ରବଣ ଚବିଶିଟି ଉଷ୍ଣ ପ୍ରସ୍ରବଣ କୁଣ୍ଡଙ୍କୁ ନେଇ ଗଠିତ ଯାହା ଓଡ଼ିଶାର ଅନ୍ୟାନ୍ୟ ଉଷ୍ଣପ୍ରସ୍ରବଣ ଥିବା ସ୍ଥାନରେ ବିରଳ । ଏହି ଭୂଖଣ୍ଡର ଉଷ୍ଣଝରରୁ ତତଲା ପାଣି ବହିଥାଏ । ଭୂମି ମଝିରେ ଗନ୍ଧକର ଉତ୍ତପ୍ତ ବାମ୍ଫ ଓ ଜଳ ଉଦ୍ଗୀରଣ ହୋଇ ଉପରକୁ ଉଠି କ୍ଷୀଣ ସ୍ରୋତ ଧାରରେ ପ୍ରବାହମାନ । ଏହାର ଉତ୍ତାପ ଏକଶହ ଚଉତିରିଶ ଡିଗ୍ରୀ ସେଣ୍ଟିଗ୍ରେଡ୍ ।

ପର୍ବପବାଣୀ[ସମ୍ପାଦନା]

ଆଧାର[ସମ୍ପାଦନା]