ବିମଳେଶ୍ଵର ଦେଉଳ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବିମଳେଶ୍ଵର ଦେଉଳ
ବିମଳେଶ୍ଵର ଦେଉଳ
ବିମଳେଶ୍ଵର ଦେଉଳ ଓଡ଼ିଶାରେ ଅବସ୍ଥିତ ।
ବିମଳେଶ୍ଵର ଦେଉଳ
ବିମଳେଶ୍ଵର ଦେଉଳ
ବିମଳେଶ୍ଵର ଦେଉଳ
Geography
ଦିଗବାରେଣି 21°16′50″N 83°54′45″E / 21.28056°N 83.91250°E / 21.28056; 83.91250
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ସମ୍ବଲପୁର
ସ୍ଥାନ ହୁମା
Culture
ମୁଖ୍ୟ ଆରାଧ୍ୟ ଶିବ
ମୁଖ୍ୟ ପର୍ବପର୍ବାଣୀ ଶିବରାତ୍ରି[୧]
History and governance
ନିର୍ମାଣ କାଳ ୧୬୬୦- ୧୬୮୮
ବିମଳେଶ୍ଵର ଦେଉଳ, ହୁମା
ହୁମା ପାଖାପାଖି ପ୍ରାକୃତିକ ସୌନ୍ଦର୍ଯ୍ୟ

ସମ୍ବଲପୁର ଜିଲ୍ଲାରମାନେଶ୍ଵର ବ୍ଳକ ଅନ୍ତର୍ଗତ ହୁମା ଗାଁର ଶେଷମୁଣ୍ଡରେ ବହିଯାଉଥିବା ମହାନଦୀ କୂଳରେ ବାବା ବିମଳେଶ୍ଵର ପୂଜା ପାଇ ଆସୁଛନ୍ତି ।[୨] ଏହି ମନ୍ଦିର ଭୁପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହା ବକ୍ର ଦେଉଳ ଭାବେ ପରିଚିତ । ମନ୍ଦିରକୁ ଲାଗିରହିଥିବା ନଦୀଘାଟରେ ଦେଖାଯାଉଥିବା ଈଷତ୍ ଲାଲ ରଙ୍ଗର କୁଡ଼ୋ ମାଛ ହୁମାର ଅନ୍ୟତମ ଆକର୍ଷଣ । ସେମାନେ ପୋଷାମାଛ ପରି । ଏଠାରେ ଭଗବାନ ବିଷ୍ଣୁ ମୀନ ଅବତାରରେ ଅଛନ୍ତି ବୋଲି ବିଶ୍ଵାସ କରାଯାଏ ।[୩] ଥରେ ଜଣେ ବୃଦ୍ଧ ଏହି ସ୍ଥାନର ଗୋଟିଏ କୁଡ଼ୋ ମାଛକୁ ପନିକିରେ କାଟିବା ଉଦ୍ୟମ କରନ୍ତେ ନିଜେ ପଥର ପାଲଟି ଯାଇଥିବା ପ୍ରବାଦ ଅଛି ।[୪]

କିମ୍ବଦନ୍ତୀ[ସମ୍ପାଦନା]

ହୁମାର ବିମଳେଶ୍ଵର ଶିବଲିଙ୍ଗ ପାତାଳୀ ଓ ସ୍ଵଂୟ ଭୂଗର୍ଭରୁ ଆତ୍ମ ପ୍ରକାଶ କରିଛନ୍ତି । କିମ୍ବଦନ୍ତୀ ଅନୁସାରେ, ଏହି ଶିବଲିଙ୍ଗ ଉପରେ ଗୋଟିଏ ଗାଈର କ୍ଷୀର ଆପେ ସ୍ରବିତ ହେଉଥିଲା । ପ୍ରତିଦିନ ଗାଈର ପହ୍ନା ଶୁଷ୍କ ହେଉଥିବା ଦେଖି ଗାଇର ମାଲିକ ଗାଈଆଳକୁ ସନ୍ଦେହ କରି ନିଜେ ଗାଇକୁ ଗୋପନରେ ଜଗିବାକୁ ଆସୁଲା । ସେ ସ୍ଵତଃ ଗାଈର କ୍ଷୀର ଶିବଲିଙ୍ଗ ଉପରେ ଝରୁଥିବାରୁ ଦେଖି ଆଶ୍ଚର୍ଯ୍ୟହୋଇ ଏକଥା ପ୍ରଘଟ୍ଟ କରନ୍ତେ, ସେବେଠାରୁ ବାବା ବିମଳେଶ୍ଵରଙ୍କ ମହିମା ପ୍ରକଟିତ ହୋଇ ପୂଜର୍ଚ୍ଚନା ଆରମ୍ଭ ହେଲା ।[୫]

ନିର୍ମାଣ କାଳ[ସମ୍ପାଦନା]

ବିମଳେଶ୍ଵର ଦେଉଳ, ହୁମା

ହୁମା ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ ସମ୍ପର୍କରେ ଅନେକ ବିବାଦ ଥିଲେ ସୁଦ୍ଧା ଲୋକପ୍ରିୟ ମତବାଦ ଅନୁସାରେ ଏହାକୁ ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହଦେବ ୧୬୬୦ ରୁ ୧୬୮୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମାଣ କରିଥିଲେ । [୬] ମାତ୍ର ଜୈନିକ ବ୍ରିଟିଶ ସେଟଲମେଣ୍ଟ ଅଫିସର ଏ.ଏମ.ରସେଲ୍ଙ୍କ ଏକ ବନ୍ଦୋବସ୍ତ ଆଦେଶନାମା ଅନୁସାରେ ସମ୍ବଲପୁରର ପ୍ରଥମ ରାଜା ବଳରାମ ଦେବ ହୁମା ଗ୍ରାମଠାରେ ଏହି ମନ୍ଦିର ନିର୍ମାଣ ନିମନ୍ତେ ୬ ଖଣ୍ଡ ମୌଜା ପ୍ରଦାନ କରିଥିଲେ । ଏକ କୋର୍ଟ ଆଦେଶନାମାରେ ଅନ୍ୟ ଜଣେ ବ୍ରିଟିଶ ଜଜ୍ ମଧ୍ୟ ଏହି ଉକ୍ତିକୁ ସମର୍ଥନ କରିଛନ୍ତି । ସୁତରାଂ କେତେକ ଐତିହାସିକଙ୍କ ମତରେ ହୁମା ମନ୍ଦିରକୁ ସମ୍ବଲପୁରର ପଞ୍ଚମରାଜା ପରିବର୍ତ୍ତେ ପ୍ରଥମ ରାଜା ବଳରାମ ଦେବ କିମ୍ବା ତାଙ୍କ କୈଣସି ନିକଟ ସମ୍ପର୍କୀୟ ନିର୍ମାଣ କରେଇଥିବା ଯୁକ୍ତି କରନ୍ତି । ଏପରି ହେଲେ ମନ୍ଦିରର ନିର୍ମାଣ କାଳ ଆହୁରି ପୁରାତ୍ତନ ହୋଇ ୧୫୪୫ ରୁ ୧୫୬୦ ଖ୍ରୀଷ୍ଟାବ୍ଦ ଧରାଯିବ ।

ମନ୍ଦିର ବକ୍ର ହେବାର କାରଣ[ସମ୍ପାଦନା]

ମନ୍ଦିରଟି ପ୍ରାୟ ୨୦୦ ଫୁଟ ଲମ୍ବ ଓ ୧୨୦ ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ଆୟତାକୃତି ଆଧାରକ୍ଷେତ୍ର ଉପରେ ଅବସ୍ଥାପିତ । ମୂଖ୍ୟ ମନ୍ଦିର ବିମଳେଶ୍ଵର ପଶ୍ଚିମ ଦିଗକୁ ୪୭o କୋଣରେ ସ୍ପଷ୍ଟ ଢଳିକରି ଅଛି ।[୭] ଏହି ବକ୍ରତାର କାରଣ ରହସ୍ୟାବୃତ୍ତ ଏବଂ ବିବାଦ ବଳୟରେ । କେତେକଙ୍କ ମତରେ ବର୍ଷାଦିନେ ମହାନଦୀର ବନ୍ୟା ସମୟରେ ପ୍ରବାହିତ ପ୍ରବଳ ସ୍ରୋତର ଆଘାତରୁ ରକ୍ଷାକରିବା ପାଇଁ ମନ୍ଦିରକୁ ନିର୍ମାଣ କାଳରୁ ହିଁ ଜାଣିଶୁଣି ବକ୍ରକରି ଗଢାଯାଇଛି । ଆଉ କେତେକଙ୍କ ମତରେ ମନ୍ଦିର ନିର୍ମାଣ ସମୟରେ ସିଧା ଥିଲା । ସମୟ କ୍ରମେ ମହାନଦୀର ପ୍ରବଳ ସ୍ରୋତରେ ମନ୍ଦିର ନଦୀପାର୍ଶ୍ଵସ୍ଥ ଭିତିଭୂମି ଦବିଯାଇ ମନ୍ଦିରର ବକ୍ରତା ସୃଷ୍ଟି ହେଲା ।

ଅନ୍ୟାନ୍ୟ ଆକର୍ଷଣ[ସମ୍ପାଦନା]

ଦେଉଳ ପଛପଟେ ପାହାଚ ଅତିକ୍ରମ କରି ତଳକୁ ଖସିଲେ ମହାନଦୀରେ ଖେଳୁଥିବା ଅସଂଖ୍ୟ କୁଡ଼ୋ ମାଛ ଦେଖାଯାଆନ୍ତି ।[୮] ସେଠାକୁ ଯାଇଥିବା ପର୍ଯ୍ୟଟକମାନଙ୍କ ହାତରୁ ନିର୍ଭୟରେ ଖାଦ୍ୟ ଖାଇଥାନ୍ତି ।[୯] ଏହି ମାଛମାନେ କେଉଁ ପ୍ରାଜାତିର ଓ ସେମାନେ କେବେଠାରୁ ଏହି ସ୍ଥାନରେ ବାସକରିଆସୁଛନ୍ତି ସେ ନେଇଏ ଆଜିଯାଏଁ କୈଣସି ଠିକ ପ୍ରମାଣ ମିଳିନାହିଁ । ଦେଉଳ ନିକଟସ୍ଥ କୁନ୍ଦେରେ କୁଦାରେ ଅଛି ଶ୍ୟାମାକାଳୀଙ୍କ ପୀଠ । ଦେଉଳ ନିକଟରୁ ଡଙ୍ଗାରେ ଯିବାକୁ ପଡ଼େ କୁନ୍ଦେର କୁଦପାଖକୁ ।

ଆଧାର[ସମ୍ପାଦନା]

  1. "orissa tourism - HUMA, THE LEANING TEMPLE OF LORD SHIVA.". orissadiary.com. Retrieved 6 December 2012. A great fair takes place at the foothill in March every year on the occasion of Sivratri. 
  2. "Excursions". incredibleindia.org. Retrieved 6 December 2012. Located on the bank of Mahanadi, the temple is dedicated to Lord Bimaleswar Shiva. 
  3. Barik, Bibhuti. "The Telegraph - Calcutta (Kolkata) | Orissa | Where faith and nature converge". telegraphindia.com. Retrieved 6 December 2012. legend has it that the fish in the river are an incarnation of Vishnu. This is believed to be his “matsya” avatar. 
  4. "Leaning Temple Huma - Odia Express : Odia Express". odisha.odiaexpress.in. Retrieved 6 December 2012. a fisher woman who tried who tried to cut the “KUDO FISH” turned into stone. 
  5. Mishra, Bibhuti (2005). "The Hindu : The leaning temple of Huma". hindu.com. Retrieved 6 December 2012. The bewildered cowherd followed the cow one day and was amazed to find the animal standing over a black rock spraying it with its milk. 
  6. "Turist Spots In Sambalpur District". Sambalpur.nic.in. Retrieved 2010-09-02. 
  7. "Lord Bimaleswar Temple of Huma". odisha.360.batoi.com. Retrieved 6 December 2012. the main structure of the temple is leaned at 47 degree to the West 
  8. "Huma temple,a pictorial wonder, Wel Come To Orissa || About Orissa, Orissa Culture, Odissi, Oriya Songs, Purely Soul & Image Of Orissa". welcomeorissa.com. Retrieved 6 December 2012. The Machindra Ghat at the rear part of the temple provides spectacular sight of reddish Kudo fish 
  9. Mohanty, Subrat. "Project threat to shrine". telegraphindia.com. Retrieved 6 December 2012. The fishes here eat food from the hands of visitors without any fear