ଗୋକର୍ଣ୍ଣେଶ୍ୱର ଦେଉଳ

ଉଇକିପିଡ଼ିଆ‌ରୁ
(ଗୋକର୍ଣ୍ଣେଶ୍ଵର ଦେଉଳରୁ ଲେଉଟି ଆସିଛି)

ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକରେ ଗୋକର୍ଣ୍ଣେଶ୍ୱର ଦେଉଳ ଅବସ୍ଥିତ ।[୧] ପୂର୍ବଘାଟ ପର୍ବତମାଳାର ପ୍ରାୟ ମଧ୍ୟଭାଗରେ ଅବସ୍ଥିତ ମହେନ୍ଦ୍ରଗିରି ବା ମହେନ୍ଦ୍ରାଚଳ, ଏହାର ଶିଖର ଦେଶରୁ ଦେଖାଯାଏ ସୁବିସ୍ତୀର୍ଣ୍ଣ ନୀଳ ସାଗର । ମହେନ୍ଦ୍ରଗିରି ଶିଖରରେ ଥିବା ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିବାକୁ ହେଲେ ପାଦଦେଶରେ ଥିବା ବୁରୁଖତ ପାସଠାରୁ ୧୦କିଲୋମିଟର ରାସ୍ତା ଚଢ଼ିକରି ଯିବାକୁ ହୋଇଥାଏ । ଅଗମ୍ୟ ପାହାଡ଼ ଓ ଉଠାଣିଆ ରାସ୍ତାକୁ ଅତିକ୍ରମ ଭକ୍ତମାନେ ଗୋକର୍ଣ୍ଣେଶ୍ୱରଙ୍କ ଦେଉଳରେ ପହଞ୍ଚିଥାନ୍ତି ।

କିମ୍ବଦନ୍ତୀ[ସମ୍ପାଦନା]

ମହେନ୍ଦ୍ରଗିରିର ଶିଖର ଦେଶ ଏକଦା ପବିତ୍ର ଧର୍ମକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିଲା । ଏହିଠାରୁ ବୀର ହନୁମାନ ଲଙ୍କାକୁ ଲମ୍ଫ ପ୍ରଦାନ କରିଥିବା ବାଲ୍ମୀକୀ ରାମାୟଣରେ ବର୍ଣ୍ଣିତ ଅଛି । ତା’ପୂର୍ବରୁ ହନୁମାନ ମହେନ୍ଦ୍ର ପର୍ବତ ଶିଳାରାଶିକୁ ଆଲିଙ୍ଗନ କରି ଶକ୍ତି ସଞ୍ଚୟ କରିଥିଲେ । ମହାଭାରତରେ ମଧ୍ୟ ପାଣ୍ଡବ ପଞ୍ଚଭ୍ରାତା ବନବାସ ବେଳେ ରାତ୍ରି କାଳରେ ମହେନ୍ଦ୍ର ପର୍ବତ ପାଦ ଦେଶରେ ଆଶ୍ରୟ ନେଇଥିଲେ । ସେଠାରେ ଥିବା ବେଦିକାରେ ଆରୋହଣ ଫଳରେ ସେମାନଙ୍କର ବଳ ଓ ଶୌର୍ଯ୍ୟ ବର୍ଦ୍ଧିତ ହେଲା । ପରେ ସେଠାରେ ‘ଗୁହ’ ନାମକ ଆଦିବାସୀ ଶବର ସମ୍ପ୍ରଦାୟ ବସବାସ କରୁଥିଲେ । ମାତ୍ର ୫ମ ବା ୬ଷ୍ଠ ଶତାବ୍ଦୀ ବେଳକୁ କଳିଙ୍ଗର ପ୍ରାଚୀନ ଗଙ୍ଗବଂଶୀୟ ରାଜାମାନେ ମହେନ୍ଦ୍ର ପର୍ବତ ଶିଖର ଦେଶରେ କେତେକ ମନ୍ଦିର ନିର୍ମାଣ କରି ଗୋକର୍ଣ୍ଣେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଏବଂ ତାହାକୁ ଏକ ଶୈବକ୍ଷେତ୍ରରେ ପରିଣତ କରିଦେଲେ । ଗୋକର୍ଣ୍ଣେଶ୍ୱର ଶିବଲିଙ୍ଗ ଯେଉଁ କ୍ଷୁଦ୍ର ମନ୍ଦିରଟିରେ ଉଚ୍ଚତମ ଶିଖରରେ ପ୍ରତିଷ୍ଠିତ, ତାହା ଏବେ ଭୀମ ଦେଉଳ ନାମରେ ପରିଚିତ । ଦେଉଳର ଆଡ଼ମ୍ବରଶୂନ୍ୟ ଗଠନକ୍ରିୟାରୁ ଏହା ମରାଠାମାନଙ୍କ ଶାସନ ସମୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ । ତାହା ସମ୍ଭବତଃ ବିଷ୍ଣୁ ମନ୍ଦିର ଥିଲା । ପରବର୍ତ୍ତୀ କାଳରେ ଗଙ୍ଗବଂଶୀୟ ରାଜାଙ୍କଦ୍ୱାରା ଶିବ ମନ୍ଦିରରେ ପରିଣତ ହେଲା । ତେବେ ସେ ଯାହାହେଉନା କାହିଁକି ଭୀମ ଦେଉଳର ତଳ ଆଡକୁ ରହିଛି ଯୁଧିଷ୍ଠିର, ଅର୍ଜୁନ ଓ କୁନ୍ତୀ ଦେଉଳ ।[୨]ଏହା ସହ ପାହାଡ଼ ତଳେ ଥିବା ତୁମ୍ବା ଗ୍ରାମରେ ପର୍ଶୁରାମ ମନ୍ଦିର ଅଛି ।[୩] ମତ୍ସପୁରାଣ ଅନୁଯାୟୀ ଗୋକର୍ଣ୍ଣେଶ୍ୱର କ୍ଷେତ୍ରରେ ଶ୍ରାଦ୍ଧ କଲେ ପିତୃଲୋକଙ୍କୁ ସ୍ୱର୍ଗପ୍ରାପ୍ତ ହୁଏ I [୪]

ପର୍ବ ପର୍ବାଣି[ସମ୍ପାଦନା]

ଓଡ଼ିଶାର ହିମାଳୟ ଭାବେ ପରିଚିତ ମହେନ୍ଦ୍ରଗିରିସ୍ଥ ଗୋକର୍ଣ୍ଣେଶ୍ୱର ଦେଉଳରେ ସାରାଭାରତରେ ମହାଶିବରାତ୍ରି ପାଳନର ପୂର୍ବରାତ୍ରରେ ମହାଶିବରାତ୍ରି ପାଳନ ହୋଇଥାଏ ୤ [୫]

ଆଧାର[ସମ୍ପାଦନା]

  1. "Mahendragiri". odisha.360.batoi.com. Retrieved 9 January 2013. Mahendragiri, one of the prominent attractions of Odisha, is situated in the Gajapati district.
  2. "Govt urged to make Mahendragiri a biospehere reserve, IBN Live News". ibnlive.in.com. 2011. Retrieved 9 January 2013. the summit of Mahendragiri is also endowed with several temples including Gokarneswara, Yudhistira, Arjuna, Bhima and Kunti.[permanent dead link]
  3. "Odisha Files: Jobs | Education | Politics | Tourism | Events: Mahendragiri, a Famous Tourist Spot in Gajapati District". odishafiles.com. Archived from the original on 3 December 2013. Retrieved 9 January 2013. Parshuram temple is at below the mountain, near Tumba village
  4. ସମ୍ବାଦ, ପୃଷ୍ଠା- ୨ , ୭ ଜାନୁଆରୀ ୨୦୧୩
  5. dailypioneer.com:Shivaratri celebrated a day ahead at Mahendragiri