ମୁକ୍ତେଶ୍ୱର ଦେଉଳ

ଉଇକିପିଡ଼ିଆ‌ରୁ
(ମୁକ୍ତେଶ୍ଵର ଦେଉଳରୁ ଲେଉଟି ଆସିଛି)
ମୁକ୍ତେଶ୍ୱର ଦେଉଳ
ମୁକ୍ତେଶ୍ୱର ଦେଉଳ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
Countryଭାରତ

ମୁକ୍ତେଶ୍ୱର ଦେଉଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପର୍ଶୁରାମ ମନ୍ଦିରର ଅନତିଦୂରରେ ଅବସ୍ଥିତ । ଏହି ମନ୍ଦିରଟି ୯୫୦-୯୭୫ ମସିହା ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଓଡ଼ିଶାରେ ହିନ୍ଦୁ ମନ୍ଦିର ଅନୁସନ୍ଧାନ ଏବଂ ଗବେଷଣାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ମନ୍ଦିରର କାରୁକାର୍ଯ୍ୟ ପ୍ରାଚୀନ ବିକାଶର ନିଦର୍ଶନ ଦେଇଥାଏ, ଏଥିରୁ ଏକ ଶତ ବର୍ଷ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷାର ପ୍ରାରମ୍ଭ ହୋଇଥିବା ଅନୁମାନ କରାଯାଏ; ଯାହା ଭୁବନେଶ୍ୱରରେସ୍ଥିତ ରାଜାରାଣୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳେ ।[୧] ଏହା ମଧ୍ୟ ସହରର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ଅଟେ ।[୨]

ଇତିହାସ[ସମ୍ପାଦନା]

ଏହାର ନିର୍ମାଣ ୧୦ମ ଶତାବ୍ଦୀରେ ସୋମବଂଶୀ ଶାସନ ସମୟରେ କରାଯାଇଥିଲା । ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ଏବଂ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ ମଧ୍ୟରେ ତିଆରି ହୋଇଥିଲା ବୋଲି ଅନେକ ଗବେଷଣାକାରୀ ଅନୁମାନ କରନ୍ତି । ଓଡ଼ିଶାର ବାକି ଦେଉଳମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ରହିଛି । ଏହି ମନ୍ଦିରର ସମ୍ମୁଖ ଭାଗରେ ଥିବା ତୋରଣ ପାଖାପାଖି ସ୍ଥାନରେ ଥିବା ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ । ଏକ ଶୈବ ଧାର୍ମିକ ସ୍ଥଳ ସହ ଏହା ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀର ଏକ ଉପାସନା ସ୍ଥଳ ।

ନିର୍ମାଣ ଶୈଳୀ[ସମ୍ପାଦନା]

୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ ବିଶ୍ୱକର୍ମା ମହାରଣା କାରୁକାର୍ଯ୍ୟର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତମାନଙ୍କଦ୍ୱାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି ।

ସାଂସ୍କୃତିକ କାର୍ଯ୍ୟକ୍ରମ[ସମ୍ପାଦନା]

ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ପ୍ରତି ବର୍ଷ ମନ୍ଦିର ପରିସରରେ ତିନି ଦିନ ପାଇଁ ଏକ ନୃତ୍ୟ କାର୍ଯ୍ୟକ୍ରମ, ମୁକ୍ତେଶ୍ୱର ନୃତ୍ୟ ପର୍ବ ଆୟୋଜନ କରନ୍ତି । ଏହି ପର୍ବରେ ଓଡ଼ିଶୀ ନୃତ୍ୟ ଏବଂ ସଂଗୀତର ବୈଶିଷ୍ଟତାକୁ ପାଳନ କରାଯାଇଥାଏ ।[୩] ରାଜ୍ୟ ସରକାରଙ୍କର ୱେବ ପୋର୍ଟାଲରେ ଏହି ଉତ୍ସବଟିର ୱେବକାଷ୍ଟ କରାଯାଇଥାଏ ।[୪][୫]

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. https://books.google.com/books?id=y0MQmNx8g2gC&pg=PR11&dq=muktesvara+temple&hl=en&sa=X&ei=Fov9UIaEPYnm9ASt64DIBw&ved=0CDkQ6AEwAQ#v=onepage&q=muktesvara%20temple&f=false
  2. Madan Gopal (1990). India through the ages. Public Resource. Publications Division, Ministry of Information & Broadcasting, Government of India.
  3. http://www.thehindu.com/todays-paper/tp-national/tp-otherstates/mukteswar-dance-festival-from-january-14-to-16/article4301050.ece
  4. http://webcast.gov.in/mdf/mdf2012_16.html
  5. https://web.archive.org/web/20150924203517/http://www.highbeam.com/doc/1P3-2219713151.html