ସିଦ୍ଧେଶ୍ୱର ଦେଉଳ, ହୀରାପୁର

ଉଇକିପିଡ଼ିଆ‌ରୁ
ସିଦ୍ଧେଶ୍ୱର ଦେଉଳ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଯାଜପୁର
Location
ସ୍ଥାନହୀରାପୁର
Countryଭାରତ

ସିଦ୍ଧେଶ୍ୱର ଦେଉଳ (ହରିହର ଏକାତ୍ମ ନାମରେ ମଧ୍ୟ ଜଣା) ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ହୀରାପୁର ଗ୍ରାମରେ ଥିବା ଏକ ଶିବ ଦେଉଳ । ଏହା ଏକ ବୌଦ୍ଧ ସ୍ତୁପ ଭାବେ ୨ୟ - ୩ୟ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇ ପରବର୍ତ୍ତୀ ସମୟରେ ସୋମବଂଶୀ ରାଜାମାନଙ୍କର ଶାସନ କାଳରେ ଶିବଲିଙ୍ଗ ପ୍ରତିଷ୍ଠା ହେଲା ପରେ ଶିବ ଦେଉଳରେ ପରିଣତ ହୋଇଥିଲା । ଏହି ଦେଉଳର ଉତ୍ତରବାହିନୀ ଭାବେ ବୈତରଣୀ ନଦୀ ସିଦ୍ଧବଟ ଚାରିପାଖେ ବହିଯାଇଛି । କପିଳ ସଂହିତାରେ ଏହି ଦେଉଳ ବାବଦରେ ବର୍ଣ୍ଣନା ରହିଛି ।[୧]

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ବ୍ରହ୍ମା ଯଜ୍ଞ ସାଧନ ପାଇଁ ବୈତରଣୀଙ୍କୁ ଆହ୍ୱାନ କରି ଆଣି ଯଜ୍ଞ ଶେଷରେ ତାଙ୍କୁ ନିଜ ସ୍ଥାନାଭିମୁଖୀ କରାଇ ଉତ୍ତର ଆଡ଼କୁ ବୁହାଇଥିଲେ । ଏଣୁ ନଦୀ ଉତ୍ତର ଦିଗକୁ ଗତିପଥ ବଦଳାଇ ସମୁଦ୍ରଗାମୀ ହୋଇଛି । ଏହାକୁ ସୁରମ୍ୟ ସ୍ଥାନ ବୋଲି ଭାବି କୃଷ୍ଣଙ୍କ ପୁଅ ପ୍ରଦ୍ୟୁମ୍ନ ଏଠାରେ ତପସ୍ଯା କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ କୁମାର ରାଉତରାୟ, ନାରାୟଣ (୨୨ ସେପ୍ଟେମ୍ବର ୨୦୧୪). "ବିରଜା କ୍ଷେତ୍ରର ଶିବଲିଙ୍ଗ". ସମାଜ. {{cite news}}: |access-date= requires |url= (help); Check date values in: |date= (help)