ଚଇତି ତାମସା

ଉଇକିପିଡ଼ିଆ‌ରୁ
ଚଇତି ତାମସା
ମୋଗଲ ତାମସାର ମିର୍ଜା ସାହେବ ।
ମାଧ୍ୟମଗୀତ-ନାଟ-ସଂଳାପ
ପ୍ରକାରମୋଗଲ ତାମସା, ଭିଲ୍ ତାମସା, ରାଧାକୃଷ୍ଣ ତାମସା, ଯୋଗୀ ତାମସା, ଫକୀର ତାମସା, ଚଉଡ଼ା ତାମସା
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ସମୟ କାଳମୋଗଲ ଶାସନ

ତାମସା ଉତ୍ତର ଓଡ଼ିଶାରେପଭଦ୍ରକ ଓ ଆଖପାଖ ଅଞ୍ଚଳରେ ପରଚଳିତ ଏକ ପ୍ରକାର ଲୋକକଳା ଅଟେ । ଏହା ଚୈତ୍ର ମାସରେ ରୀତିବଦ୍ଧ ଭାବେ ଅନୁଷ୍ଠିତ ହେଉଥିବାରୁ ଏହା ଚଇତି ତାମସା ଭାବେ ଅଧିକ ପରିଚିତ ।

ସମୟ[ସମ୍ପାଦନା]

ପ୍ରତି ବର୍ଷ ଚୈତ୍ର ମାସ ଶେଷରେ ମହାଦେବଙ୍କ ଘଟ ଯାତ୍ରା ସହିତ ତାମସା ଅଭିନୀତ ହୋଇଥାଏ । ପୂର୍ବରୁ ଚୈତ୍ର ମାସ ଶେଷ ସାତ ଦିନରେ ବିଭିନ୍ନ ତାମସା ଅଭିନୀତ ହୋଇ ପଣା ସଂକ୍ରାନ୍ତିରେ ଶେଷ ହେଉଥିଲା । ଆଜିକାଲି ମାତ୍ର ଗୋଟିଏ ଦିନ କେବଳ ମୋଗଲ ତାମସାର ଅଭିନୟ ହେଉଥିବା ଦେଖାଯାଏ । ଶିବ ମନ୍ଦିର ସମ୍ମୁଖରେ ତାମସା ଅଭିନୀତ ହେବା ବିଧି ଏବେ ପର୍ଯ୍ୟନ୍ତ ଚାଲିଆସୁଛି ।[୧]

ଇତିହାସ[ସମ୍ପାଦନା]

ପ୍ରକାରଭେଦ[ସମ୍ପାଦନା]

ଚଇତି ତାମସା ସାତ ପ୍ରକାର । ମୋଗଲ ତାମସା ଏହାର ଏକ ଅଂଶବିଶେଷ ହୋଇଥିଲେହେଁ ଅନ୍ୟ ତାମସାଗୁଡ଼ିକ ଅଭିନୟ ଅଭାବରୁ ଏହାକୁ କେହି ଚଇତି ତାମସା ନ କହି ମୋଗଲ ତାମସା ବୋଲି କହି ଆସୁଛନ୍ତି ।[୨]

କଳାକାର[ସମ୍ପାଦନା]

ତଳେ ଚଇତି ତାମସାର ବିଭିନ୍ନ ଅଭିନେତା ଓ ବାଦ୍ୟଯନ୍ତ୍ରକାରମାନଙ୍କ ନାମ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ମୃତ ଓ ଅଳ୍ପ କେତେଜଣ ବୟସ୍କ । ଏହି କଳାକାରମାନଙ୍କ ଅବଦାନ ଯୋଗୁଁ ମୋଗଲ ତାମସା ବଞ୍ଚିରହିଛି ।[୨]

ଗାଆଁ କଳାକାରମାନଙ୍କ ନାମ
ସଙ୍ଗତ ହାଡ଼ିବନ୍ଧୁ ସିଂହ

ହରି ସାହୁ

ନୟନାନନ୍ଦ ମିଶ୍ର

ମୁରଲୀଧର ସାହୁ

ମାଧବାନନ୍ଦ ସିଂହ

ଜଗନ୍ନାଥ ସିଂହ

ଦାମୋଦର ସାହୁ

ମୋତିଲାଲ ମିଶ୍ର

ବଙ୍ଗାଳିଚରଣ ସାହୁ

ଫକୀରଚରଣ ପାଣିଗ୍ରାହୀ

ଗୁଣନିଧି ସିଂହ

ପାର୍ବତୀ ଭଟ୍ଟାଚାର୍ଯ୍ୟ

ଆଧାର[ସମ୍ପାଦନା]

  1. ଓଡ଼ିଶାର ଯାତ୍ରା ଓ ପାରଂପରିକ ଲୋକପ୍ରିୟ ନାଟ୍ୟଧାରା - ଅଧ୍ୟାପକ ଡକ୍ଟର କୃଷ୍ଣଚରଣ ବେହେରା । ଫ୍ରେଣ୍ଡସ ପବ୍ଲିଶର୍ସ, କଟକ, ୧୯୯୭ ।
  2. ୨.୦ ୨.୧ ଚଇତି ତାମସା - ଡକ୍ଟର କୃଷ୍ଣଚରଣ ବେହେରା ଓ ଡକ୍ଟର ମନୀନ୍ଦ୍ର ମହାନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ।