ପ୍ରତାପରୁଦ୍ର ଦେବ

ଉଇକିପିଡ଼ିଆ ରୁ
Jump to navigation Jump to search

ପ୍ରତାପରୁଦ୍ର ଦେବ (୧୪୯୭-୧୫୪୧)ସୂର୍ଯ୍ୟବଂଶର ତୃତୀୟ ଓ ଶେଷ ପ୍ରଧାନ ରାଜା ଥିଲେ ।[୧] ତାଙ୍କ ଅନ୍ତେ ସୂର୍ଯ୍ୟବଂଶର ବିଶାଳ ସାମ୍ରାଜ୍ୟର ଗୌରବ ରବି ଅସ୍ତମିତ ହେଲା । ଓଡ଼ିଶାର ସୂର୍ଯ୍ୟବଂଶୀ ରାଜତ୍ୱ ସମୟରେ ପ୍ରତାପରୁଦ୍ର ଦେବ ଏକ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ରାଜତ୍ୱ କାଳରେ ଓଡ଼ିଶାର ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି ହୋଇଥିଲା । ଧର୍ମ କ୍ଷେତ୍ରରେ ଚୈତନ୍ୟଙ୍କ ପ୍ରଭାବ ଓ ସାହିତ୍ୟ କ୍ଷେତ୍ରରେ ପଞ୍ଚସଖାଙ୍କ ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଥିଲା । କିନ୍ତୁ ରାଜନୈତିକ କ୍ଷେତ୍ରରେ ଓଡ଼ିଶା ସଂକୁଚିତ ହୋଇ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଓ ପ୍ରତିବେଶୀ ଶକ୍ତିଶାଳୀ ଶତ୍ରୁଙ୍କ ଯୋଗୁଁ ନିଜର ପୂର୍ବ ଗୌରବ ହରାଇଥିଲା । ସୁସମୟ ଓ ଦୁସମୟର ମିଶ୍ରିତ ଅବସ୍ଥା ମଧ୍ୟର୍ରେ ସୂର୍ଯ୍ୟବଂଶୀୟ ତୃତୀୟ ରାଜଙ୍କର ରାଜତ୍ୱକାଳ ଅତିବାହିତ ହୋଇଥିଲା । ପୁରୁଷୋତ୍ତମ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଓ ଉତ୍ତରାଧିକାରୀ ପ୍ରତାପରୁଦ୍ର ଦେବ ଏପ୍ରିଲ୍ ମାସ ୧୪୯୭ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସିଂହାସନ ଆରୋହଣ କରିଥିଲେ । ତାଙ୍କ ସିଂହାସନ ପ୍ରାପ୍ତି ବିବାଦ ଶୂନ୍ୟ ଥିଲା । କିନ୍ତୁ ଏହି ନିର୍ବିବାଦ ସିଂହାସନ ଅଧିକ କାଳ ପର୍ଯ୍ୟନ୍ତ ତାଙ୍କୁ ସୁଖ ପ୍ରଦାନ କରିନଥିଲା । ସେ ଉତ୍ତର ଦିଗରେ ବଙ୍ଗଳା ଓ ଗଙ୍ଗାନଦୀ ଠାରୁ ଦକ୍ଷିଣରେ ଆଧୁନିକ ନେଲୋର ଜିଲ୍ଲା ବ କାବେରୀ ନଦୀ ପର୍ଯ୍ୟନ୍ତ ଭୂଖଣ୍ଡ ପୈତୃକ ସାମ୍ରାଜ୍ୟ ରୂପେ ପାଇଥିଲେ । ସେ ନିଜର ରାଜସୁଲଭ ଗୂଣଦ୍ୱାରା ଏହି ବିଶାଳ ଭୁଖଣ୍ଡକୁ ସୂଚରୁରୂପେ ରାଜତ୍ୱ କରିଥିଲେ । [୨]

ପ୍ରତାପରୁଦ୍ର ଦେବ ପ୍ରାଚୀନ ଓ ମଧ୍ୟଯୁଗୀୟ ବିଶିଷ୍ଟ ଉତ୍କଳୀୟ ସମ୍ରାଟମାନଙ୍କର ଶେଷ ଦାୟଦ ବୋଲି ବୋଲି ଗ୍ରହଣ କରିବା ସମୀଚିନ ଅଟେ । ଓଡ଼ିଶାର ରାଜନୈତିକ ଘଟଣାକ୍ରମ ଦୃଷ୍ଟିରୁ ତାଙ୍କର ଶାସନକାଳ ଅତ୍ୟନ୍ତ ଦୁଃସମୟ୍ ଥିଲା । ସେ ପାରିବାରିକ ଅଶାନ୍ତି, ଶାସନଗତ ଦୁଶ୍ଚିନ୍ତା, ପ୍ରାଦେଶକ କର୍ମଚରୀ, ସେନାପତିମାନଙ୍କ ବିଶ୍ୱାସଘାତକତା ଓ ପ୍ରତିବେଶୀ ଶତୃମାନଙ୍କ ବର୍ବର ଆକ୍ରମଣ ଯୋଗୁଁ ତାଙ୍କର ଜୀବନ ଜଞ୍ଜାଳମୟ ହୋଇଥିଲା । ତାଙ୍କ ଶାସନ କାଳରେ ଗଜପତି ସାମ୍ରାଜ୍ୟର ପରିସର ଓ ପ୍ରତିପତ୍ତି ବହୁ ପରିମାଣରେ ହ୍ରାସ ପାଇଥିଲା । ଏହା ସତ୍ତ୍ୱେ ଗଜପତି ପ୍ରତପରୁଦ୍ର ଦେବ ଦମ୍ଭିକତାର ସହ ହୁସେନ୍ ଶାହା, କୃଷ୍ଣଦେବ ରାୟ ଓ କୁଲିକୁତବ ଶାହା ସଙ୍ଗେ ଯୁଦ୍ଧକରି ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଓଡ଼ିଶା ସୀମାର ସୁରକ୍ଷା କରିଥିଲେ । ତାଙ୍କ ଶାସନ କାଳରେ ଓଡ଼ିଶା ଆକାରରେ ସଙ୍କୁଚିତ ହୋଇଥିଲା ସତ, କିନ୍ତୁ ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଥିଲା । ଓଡୀଶାଅ ସାହିତ୍ୟ କ୍ଷେତ୍ରରେ ଏହା ଏକ ନବଜାଗରଣ ଯୁଗ ରୂପେ ପରିଚିତ । ଶ୍ରୀ ଚୈତନ୍ୟଙ୍କ ଧର୍ମପ୍ରଚାର ଓ ପଞ୍ଚସଖାଙ୍କ ଭଳି ସାହିତ୍ୟ ଓ ଦର୍ଶନ ଓଡ଼ିଶାର ସାମଜିକ ଓ ଆଧ୍ୟାତ୍ମିକ ଜୀବନରେ ଆଲୋଡନ ସୃଷ୍ଟି କରିଥିଲା । ରାୟ ରାମଚନ୍ଦ୍ରଙ୍କ ରଚିତ ଜଗନ୍ନାଥ ବଲ୍ଲଭ ନାଟକମ୍, ଜୀବଦେବାଚାର୍ଯ୍ୟଙ୍କ ରଚିତ ଭକ୍ତି ଭାଗବତ, ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଓ ପ୍ରତାପରୁଦ୍ର ଦେବଙ୍କ ରଚିତ ସରସ୍ୱତୀ ବିଳାଅସମ୍ ଗ୍ରନ୍ଥ ସମୂହ ପ୍ରତାପରୁଦ୍ର ଦେବଙ୍କ ପୃଷ୍ଠପୋଷୋକତା ଓ ପ୍ରେରଣାର ନିଦର୍ଶନ ଅଟେ । ଉଣ୍ଡଭଲି ଶିଳାଲେଖାରେ ପ୍ରତାପରୁଦ୍ର ଦେବଙ୍କୁ ସବୁ ପ୍ରକାର କଳା ଓ ଚୌଷଠି ବିଦ୍ୟାରେ ଧୁରନ୍ଧର ବୋଲି ବର୍ଣ୍ଣନା କରାଯାଇଛି । ସେ ଜଣେ ଧର୍ମ ନିରପେକ୍ଷ ରାଜ ଥିଲେ । ନିଜେ ବୈଷ୍ଣବ ଧର୍ମର ସାଧକ ଥିଲେ ମଧ୍ୟ ଅନ୍ୟ ଧର୍ମ ପ୍ରତି ତାଙ୍କର ଘୃଣାଭାବ ନଥିଲା । ସେ ପ୍ରାୟତଃ ୧୫୩୮ରେ ମୃତ୍ୟୁବରଣ କରିଥିଲେ । [୩]

ଆଧାର[ସମ୍ପାଦନା]

  1. "ପ୍ରତାପରୁଦ୍ର ଦେବ". bvml.org. Retrieved 2 October 2015.
  2. "ଗଜପତି ସାମ୍ରାଜ୍ୟ". Wikipedia. Retrieved 2 October 2015.
  3. "King of Puri". Shreekhetra.com. Retrieved 2 October 2015.