Jump to content

ପ୍ରଭାତୀ ପରିଡ଼ା

ଉଇକିପିଡ଼ିଆ‌ରୁ
ପ୍ରଭାତୀ ପରିଡ଼ା
ଉପମୂଖ୍ୟମନ୍ତ୍ରୀ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ନିର୍ବାଚନ ମଣ୍ଡଳୀନିମାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୬୭
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଶ୍ୟାମ ସୁନ୍ଦର ନାୟକ
ବୃତ୍ତିରାଜନୀତିଜ୍ଞ

ପ୍ରଭାତୀ ପରିଡ଼ା (ଜନ୍ମ: ୧୯୬୭) ଜଣେ ଭାରତୀୟ ରାଜନୀତିଜ୍ଞ । ବର୍ତ୍ତମାନ ସେ ଓଡ଼ିଶା ସରକାରରେ ଉପ-ମୂଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟରତ । ୨୦୨୪ ମସିହା ନିର୍ବାଚନରେ ସେ ନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଜୟଯୁକ୍ତ ହୋଇଥିଲେ ।[୧][୨][୩]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ପ୍ରଭାତୀ ନିମାପଡ଼ାର ବାସିନ୍ଦା । ସେ ୧୯୯୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପାସ କରି ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ତାଙ୍କ ସ୍ୱାମୀ ଶ୍ୟାମ ସୁନ୍ଦର ନାୟକ ଜଣେ ପୂର୍ବତନ ସରକାରୀ କର୍ମଚାରୀ ।[୪] ୨୦୦୫ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡ଼ମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୫]

ରାଜନୈତିକ ଜୀବନ[ସମ୍ପାଦନା]

୨୦୨୪ ମସିହା ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରଭାତୀ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଲଢ଼ିଥିଲେ ।[୬] ଏହି ନିର୍ବାଚନରେ ସେ ୯୪,୪୩୦ ଖଣ୍ଡ ଭୋଟ ପାଇ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକଙ୍କୁ ୪,୫୮୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭][୮]

୨୦୨୪ ମସିହା ଜୁନ ମାସ ୧୧ ତାରିଖରେ ପ୍ରଭାତୀଙ୍କୁ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ସରକାରର ଉପମୂଖ୍ୟମନ୍ତ୍ରୀ ରୂପେ ଚୟନ କରାଯାଇଥିଲା । ସେହି ବର୍ଷ ଜୁନ ୧୨ତାରିଖରେ ସେ ଶପଥ ଗ୍ରହଣ କରିଥିଲେ । କନକ ବର୍ଦ୍ଧନ ସିଂହ ଦେଓ ଏହି ସରକାରରେ ଅନ୍ୟତମ ଉପମୂଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।[୯] ସେ ଓଡ଼ିଶାର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ ।[୧୦]

ଆଧାର[ସମ୍ପାଦନା]

  1. "Full list of Odisha Assembly elections 2024 winners". The Indian Express (in ଇଂରାଜୀ). 2024-06-05. Retrieved 2024-06-06.
  2. "Pravati Parida , BJP Election Results LIVE: Latest Updates On Pravati Parida , Lok Sabha Constituency Seat - NDTV.com". www.ndtv.com. Retrieved 2024-06-06.
  3. "Who is Mohan Charan Majhi, BJP's first Odisha CM". The Times of India. 11 June 2024. Retrieved 11 June 2024.
  4. https://www.hindustantimes.com/india-news/meet-pravati-parida-bjp-leader-set-to-be-odishas-first-female-deputy-cm-101718110776015.html
  5. "Pravati Parida(Bharatiya Janata Party(BJP)):Constituency- NIMAPARA(PURI) - Affidavit Information of Candidate:". www.myneta.info. Retrieved 2024-06-06.
  6. "Nimapara Assembly Election Result 2024: BJD's Dillip Kumar Nayak to take on BJP's Parvati Parida". The Times of India. 2024-06-04. ISSN 0971-8257. Retrieved 2024-06-06.
  7. "Nimapara Election Result 2024 LIVE Updates Highlights: Assembly Winner, Loser, Leading, Trailing, MLA, Margin". News18 (in ଇଂରାଜୀ). 2024-06-04. Retrieved 2024-06-06.
  8. "Nimapara Assembly Election Results 2024: Nimapara Odisha Election Schedule, Vote share and Results". Financialexpress (in ଇଂରାଜୀ). 2024-06-06. Retrieved 2024-06-06.
  9. "KV Singh Deo, Pravati Parida to be new Deputy Chief Ministers of Odisha". India Today (in ଇଂରାଜୀ). 2024-06-11. Retrieved 2024-06-11.
  10. https://www.livemint.com/politics/odishas-first-female-deputy-cm-is-high-court-lawyer-pravati-parida-5-points-11718117624306.html