ବସନ୍ତ ନାୟକ
ବସନ୍ତ ନାୟକ | |
---|---|
ଜନ୍ମ | |
ମୃତ୍ୟୁ | ୨୭ ଜୁନ ୨୦୧୧ | (ବୟସ ୭୪)
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ମୁଭି ମୋଗଲ[୧] |
ବୃତ୍ତି | ସିନେମା ନିର୍ଦ୍ଦେଶକ |
ପ୍ରସିଦ୍ଧି | ଓଡ଼ିଆ ସିନେମା ନିର୍ଦ୍ଦେଶନା |
ପିତାମାତା | ଗଜେନ୍ଦ୍ର ନାୟକ (ବାପା) ରାଜକୁମାରୀ ଦେବୀ (ମାଆ)[୨] |
ବସନ୍ତ ନାୟକ ଜଣେ ଜଣାଶୁଣା ଓଡ଼ିଆ ସିନେ ନିର୍ଦ୍ଦେଶକ, ବିତରକ ଓ ପ୍ରଯୋଜକ ଥିଲେ ।
ଜୀବନକାଳ
[ସମ୍ପାଦନା]ବସନ୍ତ ନାୟକ ଓଡ଼ିଶାର କଟକ ଜିଲାର ହରିପୁର (କଟକ)ଠାରେ ୧୬ ଜାନୁଆରୀ ୧୯୩୭ ମସିହାରେରେ ଜନ୍ମ ନେଇଥିଲେ ।[୨] ସେ ଜଣେ କପଡ଼ା ଇଞ୍ଜିନିଅର ଭାବରେ ମୁମ୍ବାଇରେ କାମ ଆରମ୍ଭ କରିଥିଲେ । [୩][୪] ତେବେ ଓଡ଼ିଆ ସିନେମା ଜଗତକୁ ଏକ ନୂଆ ରୂପ ଦେବା ପାଇଁ ସେ ୧୯୫୯ରେ ଓଡ଼ିଶାକୁ ଫେରିଥିଲେ । ମୁମ୍ବାଇରୁ କଟକ ଫେରିବା ପରେ ନିର୍ଦ୍ଦେଶକ ବିଜୟ ନାୟକ ତାଙ୍କୁ ସିନେମା ଆଡ଼କୁ ବାଟ ଦେଖାଇଥିଲେ । ପ୍ରଥମ କରି ସେ ଚର୍ଚ୍ଚିତ ଓଡ଼ିଆ ସିନେମା ଯାଯାବରର ବିତରଣ ଭାର ନେଇଥିଲେ ।[୧][୫][୬]
ସେ ପାଖାପାଖି ୨୦ଟି ସିନେମା ତିଆରି କରିଛନ୍ତି । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ୧୯୭୭ରେ ତିଆରି ନାଗଫାଶ । ଏହା ପରେ ବ୍ରଜରାଜ ମୁଭିଜ ନାମରେ ସେ ନିଜର ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିଥିଲେ ।
ସେ ଜଣେ ସଫଳ ସିନେ ନିର୍ଦ୍ଦେଶକ ଭାବରେ ଅନେକ ସିନେମା ନିର୍ମାଣ କରିଯାଇଛନ୍ତି । ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ହେବା ବାଦେ ସେ ଜଣେ ଜଣାଶୁଣା ଫିଲ୍ମ ବିତରକ ମଧ୍ୟ ଥିଲେ । ସେ ବ୍ରଜରାଜ ମୁଭିଜ ବ୍ୟାନରରେ ପାଖାପାଖି ୫୦୦ଟି ଓଡ଼ିଆ , ହିନ୍ଦୀ ଓ ବଙ୍ଗଳା ଭାଷାର ସିନେମାର ବିତରଣ କରିଥିଲେ ।[୭]
ସେ ବିଜୟ ମହାନ୍ତି, ମାଳବିକା ରାୟ, ଅନୁଭବ ମହାନ୍ତି, ବାବୁସାନଙ୍କ ଭଳି ଜଣାଶୁଣା ଅଭିନେତା, ଅଭିନେତ୍ରୀଙ୍କୁ ଚଲଚ୍ଚିତ୍ର ଜଗତକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରାଖି ଗୁଲଜାର, ମିଥୁନ ଚକ୍ରବର୍ତ୍ତୀ, ସୁଜିତ କୁମାର, ଅରୁଣା ଇରାନୀ, ଗୁଫି ପେଣ୍ଟାଲ, ପ୍ରସେନଜିତ, ଦେବର୍ଶୀ ରାୟ ଶତାବ୍ଦୀ ରାୟ ଆଦି ଅନେକ ଜଣାଶୁଣା ବଲିଉଡ଼ ଓ ବଙ୍ଗଳା ସିନେ ଅଭିନେତା, ଅଭିନେତ୍ରୀଙ୍କୁ ସେ ଓଡ଼ିଆ ସିନେମା ଭିତରକୁ ଆଣି ପାରିଥିଲେ ଯାହା ଜଣେ ଓଡ଼ିଆ ନିର୍ଦ୍ଦେଶକ ପକ୍ଷରେ ନୂଆ ଥିଲା ।[୧]
ପୁରୀରେ ଥିବା ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।
ସିନେମା
[ସମ୍ପାଦନା]ନିର୍ଦ୍ଦେଶିତ ସିନେମା
[ସମ୍ପାଦନା]- ୧୪୩ ଆଇ ଲଭ ୟୁ (୨୦୧୧)
- ଡନ (୨୦୧୦)
- ଶାଶୁଘର ଚାଲିଯିବି (୨୦୦୨)
- ରଣଭୂମି (୧୯୯୫)
- ନାଗଫାଶ (୧୯୭୭)
- ଆଇ ଲଭ ୟୁ
ନିର୍ଦ୍ଦେଶିତ ହିନ୍ଦୀ ସିନେମା
[ସମ୍ପାଦନା]- ସ୍ପନ୍ଦନ (ହିନ୍ଦୀ ସିନେମା) (୧୯୮୪)
ପ୍ରଯୋଜିତ ସିନେମା
[ସମ୍ପାଦନା]- ରୋମିଓ, ଦି ଲଭର ବୟ (୨୦୧୧)
- ଏ ଯୁଗର କୃଷ୍ଣ ସୁଦାମା (୨୦୦୭)
- ବର୍ଷା ମୋ ଡାର୍ଲିଙ୍ଗ (୨୦୦୪)
- ମୋ କୋଳ ତୋ ଝୁଲଣା (୨୦୦୧)
- ମନ ରହିଗଲା ତୁମରି ଠାରେ (୧୯୯୯)
- ଯଶୋଦା (୧୯୯୬)
- ଲକ୍ଷେ ଶିବ ପୂଜି ପାଇଛି ପୁଅ (୧୯୯୪)
- ବାଦଶାହ
- ଯାହାକୁ ରଖିବେ ଅନନ୍ତ (୧୯୮୮)
- ଏଇ ତ ଦୁନିଆଁ (୧୯୮୭)
- ଦଣ୍ଡାବାଳୁଙ୍ଗା (୧୯୮୪)
କାହାଣୀ ଲେଖନା
[ସମ୍ପାଦନା]- ଲକ୍ଷେ ଶିବ ପୂଜି ପାଇଛି ପୁଅ (୧୯୯୪)
- ସବୁ ମାୟାରେ ବାୟା (୧୯୮୭)
- ନାଗଫାଶ (୧୯୭୭)
ବିତରଣ
[ସମ୍ପାଦନା]ପୁରସ୍କାର
[ସମ୍ପାଦନା]- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ନାଗଫାଶ, ୧୯୭୭)
- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଦଣ୍ଡାବାଳୁଙ୍ଗା, ୧୯୮୪)[୧]
- ଇଣ୍ଡିଆନ ପାନୋରାମା ପୁରସ୍କାର (ଯାହାକୁ ରଖିବେ ଅନନ୍ତ, ୧୯୮୮)[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Film producer Basant Nayak passes away". The Hindu. Archived from the original on 3 July 2011. Retrieved 28 June 2011.
- ↑ ୨.୦ ୨.୧ "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
- ↑ "Renowned Oriya filmmaker Basant Nayak no more". Times of India. Retrieved 27 June 2011.
- ↑ "Oriya Filmmaker Basant Nayak Passes Away". Daijiworld.com. Retrieved 28 June 2011.
- ↑ Producer Basant Nayak passes away at 74
- ↑ "Basant Nayak,a well known producer in ollywood industry is no more". MBC TV. Retrieved 27 June 2011.
- ↑ Ashok Palit. "Orissa: Noted Ollywood director and producer Basant Nayak passes away". OrissaDiary.com. Archived from the original on 7 March 2013. Retrieved 28 June 2011.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବସନ୍ତ ନାୟକ