ଗୁଫି ପେଣ୍ଟାଲ

ଉଇକିପିଡ଼ିଆ‌ରୁ
ଗୁଫି ପେଣ୍ଟଲ
୨୦୧୦ ମସିହାରେ ପେଣ୍ଟଲ
Born
ସରବଜିତ ସିଂହ ପେଣ୍ଟଲ[୧]

(1944-10-04)୪ ଅକ୍ଟୋବର ୧୯୪୪
Died୫ ଜୁନ ୨୦୨୩(2023-06-05) (ବୟସ ୭୮)
Occupation(s)ଅଭିନେତା, କାଷ୍ଟିଂ ନିର୍ଦ୍ଦେଶକ
Years active1978–2023
Spouseରେଖା ପେଣ୍ଟଲ
Children
Relativesକନବରଜିତ ପେଣ୍ଟାଲ (ଭାଇ)
ହିତେନ ପେଣ୍ଟଲ (ପୁତୁରା)
ସାରା ପେଣ୍ଟଲ (ନାତୁଣୀ)

ଗୁଫି ପେଣ୍ଟଲ (୪ ଅକ୍ଟୋବର ୧୯୪୪ - ୫ ଜୁନ ୨୦୨୩) ଜଣେ ଭାରତୀୟ ଫିଲ୍ମ ଓ ଟିଭି ଅଭିନେତା ଥିଲେ । ସେ ୧୯୮୦ ଦଶକରୁ ଅନେକ ହିନ୍ଦୀ ଫିଲ୍ମ ଓ ଟିଭି ସିରିୟାଲରେ ଚରିତ୍ର ଅଭିନେତା ଭାବରେ ଅଭିନୟ କରିଥିଲେ । ମହାଭାରତ ଧାରାବାହିକରେ ତାଙ୍କର 'ଶକୁନି ' ଭୂମିକା ପାଇଁ ସେ ଘରେ ଘରେ ପରିଚିତ ହେଇଥିଲେ । ସେ ହାସ୍ୟାଭିନେତା କନବରଜିତ ପେଣ୍ଟାଲଙ୍କ ବଡ଼ ଭାଇ । ସେ ଶିଖ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । 


ପ୍ରଥମରୁ ଇଞ୍ଜିନିଅର ଭାବରେ ନିଜ ଜୀବିକା ନିର୍ବାହ କରୁଥିବା ଗୁଫି ପରେ ଫିଲ୍ମ ଓ ଟିଭି ପ୍ରତିଷ୍ଠାନରୁ ଶିକ୍ଷଣ ନେଇ ତାଙ୍କର ଅଭିନେତା ଜୀବନ ଆରମ୍ଭ କରିଥିଲେ । ୧୯୬୯ରେ ମୁମ୍ବାଇ ଆସି ପ୍ରଥମେ ମଡେଲିଂ ଓ ସହ ନିର୍ଦ୍ଦେଶକ ଭାବେ କାମ କଲା ପରେ ସେ ଫିଲ୍ମ ଓ ଟିଭି ଜଗତରେ ପ୍ରବେଶ କଲେ ଚରିତ୍ର ଅଭିନେତା ଭାବେ । ବି ଆର ଚୋପ୍ରାଙ୍କ ମହାଭାରତ ଧାରାବାହିକରେ 'ଶକୁନି' ଭୂମିକାରେ ସେ ଅଭିନୟ କରି ବିଖ୍ୟାତ ହେଇଯାଇଥିଲେ । 

'ଶ୍ରୀ ଚୈତନ୍ୟ ମହାପ୍ରଭୁ " ନାମକ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ମୁମ୍ବାଇ ଅଭିନୟ ପ୍ରତିଷ୍ଠାନରେ ସେ ମୁଖ୍ୟ ଅଭିନୟ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । 

ଅଭିନୟ [ସମ୍ପାଦନା]

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ଟିପଣୀ
୧୯୭୮ ଦିଲ୍ଲଗୀ ଗଣେଶ
୧୯୭୮ ଦେଶ ପରଦେଶ
୧୯୯୪ ସୁହାଗ ଅଜୟ ଦେବଗନଙ୍କର ମାମୁଁ
୧୯୯୫ ମୈଦାନ-ଏ-ଜଙ୍ଗ ମାମାଜୀ
୨୦୧୪ ସମ୍ରାଟ ଆଣ୍ଡ କୋ ଦିନେଶ ଦାସ

ଟିଭି ସିରିୟାଲ[ସମ୍ପାଦନା]

  • ୧୯୮୮-୯୦: ମହାଭାରତ – ଶକୁନୀ
  • ୧୯୯୮-୨୦୦୦: ଆକବାର ବିରବଲ bal– ମୁଲ୍ଲା ଦୋ ପ୍ୟାଜା
  • ୨୦୦୨ :ଶଃ କୋଇ ହେ– (ଡଃ ଜାର୍କୋସ)
  • ୨୦୧୨-୧୩: ମିଃ କୌସିକ କି ପାଞ୍ଚ ବହୁୟେଁ – ବ୍ରିଜଭୂଷଣ ଭଲ୍ଲା[୨]
  • ୨୦୧୩: ମହାରାଣା ପ୍ରତାପ - ହୁମାୟୁନ

ମୃତ୍ୟୁ[ସମ୍ପାଦନା]

ଗୁଫି ପେଣ୍ଟଲଙ୍କର ୨୦୨୩ ମସିହା ଜୁନ ମାସ ୫ ତାରିଖରେ ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ଘଟିଥିଲା ।[୩]

ଆଧାର [ସମ୍ପାଦନା]

  1. "Guftagoo with Gufi Paintal". Retrieved 16 November 2019 – via YouTube.
  2. "Gufi Paintal in Mrs. Kaushik". The Times Of India. Archived from the original on 2013-01-03. Retrieved 2016-10-05.
  3. "Gufi Paintal the Shakuni Mama is sadly no more, he was 79". www.hamaribaat.com (in ଇଂରାଜୀ). Retrieved 2023-06-05.

ବାହ୍ୟ ଆଧାର [ସମ୍ପାଦନା]