ଯାହାକୁ ରଖିବେ ଅନନ୍ତ

ଉଇକିପିଡ଼ିଆ‌ରୁ
ଯାହାକୁ ରଖିବେ ଅନନ୍ତ
ନିର୍ଦ୍ଦେଶକଅସିମ କୁମାର
ପ୍ରଯୋଜକବସନ୍ତ ନାୟକ
ସଂଳାପବିଜୟ ମିଶ୍ର
କଳାକାରଉତ୍ତମ ମହାନ୍ତି
ବିଜୟ ମହାନ୍ତି
ଅପରାଜିତା ମହାନ୍ତି
ସୁଜାତା ଆନନ୍ଦ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୪ ଅକ୍ଟୋବର ୧୯୮୮
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୪ଲକ୍ଷ ୮୫ହଜାର

ଯାହାକୁ ରଖିବେ ଅନନ୍ତ, ୧୯୮୮ ମସିହାରେ ମୁ୍କ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ ।[୩] ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅସୀମ କୁମାର ଏହି କଥାଚିତ୍ରଟିର ନିର୍ଦ୍ଦେଶଣା ଦେଇଥିଲେ ।[୪] ଏହି କଥାଚିତ୍ରରେ ସାପଙ୍କ ମ‌ହିମା ବିଷୟରେ କିଛି ଦୃଶ୍ୟ ରହିଛି ।[୫]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ।[୪] ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ପୃଥ୍ୱୀରାଜ ନାୟକ, ଦେବୁ ବ୍ରହ୍ମା, ହର ପଟ୍ଟନାୟକ, ନିହାରିକା ସାହୁ, କାନ୍ତ ସିଂହ, ଜୟୀରାମ ସାମଲ, ଦୁଃଖୀରାମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ । ଅନୁରାଧା, ଶ୍ରୀକାନ୍ତ, ତୃପ୍ତି ଦାସ ଓ ଦେବାଶିସ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର[ସମ୍ପାଦନା]

  1. ପରିଡ଼ା, ଲକ୍ଷ୍ମଣ କୁମାର (1 July 2003). "ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥ" (PDF). ଉତ୍କଳ ପ୍ରସଙ୍ଗ (July 2003): 114. Retrieved 14 January 2019.
  2. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997. {{cite news}}: |access-date= requires |url= (help)
  3. "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
  4. ୪.୦ ୪.୧ "ସାପ ବନିଥିଲା ଅପରାଜିତାଙ୍କ ଭାଇ! | Sambad". Sambad (in Odia). 26 August 2018. Archived from the original on 31 August 2018. Retrieved 31 August 2018.{{cite news}}: CS1 maint: unrecognized language (link)
  5. "ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି | Sambad". Sambad. 20 June 2018. Archived from the original on 24 August 2018. Retrieved 27 August 2018.

ଅଧିକ ତଥ୍ୟ[ସମ୍ପାଦନା]